Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଆଉ ଏକ ଉପଲବ୍ଧି

ସିଡନୀ,୨୯।୧୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳ ସ୍ଥିତି ମଜଭୁତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩୯୦ରନର ବିଶାଳ ଲକ୍ଷ୍ୟ ରଖିଛି। ଡେଭିଡ ଓ୍ବାର୍ନର ଏବଂ ଆରୋନ ଫିଞ୍ଚ୍‌ ଯୋଡି ଭାରତ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇଛନ୍ତି। ଦୁହେଁ ପ୍ରଥମ ଉଇକେଟ ପାଇଁ ୧୪୨ ରନ୍‌ ଯୋଡି ଥିଲେ। ସେହିପରି ଷ୍ଟିଭ୍‌ ସ୍ମିଥ୍‌ ସିରିଜ୍‌ରେ ଲଗାତାର ଦ୍ୱିତୀୟଳ ଶତକ ଲଗାଇଥିଲେ। ୩୯୦ରନର୍‌ ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭିକ ଉଇକେଟ୍‌ ହରାଇ ଥିଲା। କିନ୍ତୁ ଅଧିନାୟକ ବିରାଟ କୋହଲି ଶ୍ରେୟସ ଆୟାରଙ୍କ ସହ ମିଶି ପାଳି ସମ୍ଭଳି ଥିଲେ। କୋହଲି ଏହି ମ୍ୟାଚ୍‌ରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମ୍ୟାଚ୍‌ରେ ସେ ୮୯ ରନ୍‌ କରି ଆଉଟ୍‌ ହୋଇଛନ୍ତି। ସୂଚନାଯୋଗ୍ୟ, କୋହଲି ଏପର୍ଯ୍ୟନ୍ତ ଟେଷ୍ଟରେ ୭୨୪୦, ଏକଦିବସୀୟରେ ୧୧୮୮୮ ଏବଂ ଟି-୨୦ରେ ୨୭୯୪ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ପୁଣି ଯୁକ୍ତିତର୍କ କରି ଚର୍ଚ୍ଚାରେ କୋହଲି; ଭିଡିଓରେ ଦେଖନ୍ତୁ ପୁରା ଘଟଣା

ପର୍ଲ,୨୦।୧: ବିରାଟ କୋହଲି ଆଉ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନାହାନ୍ତ ସତ କିନ୍ତୁ ପଡ଼ିଆରେ ତାଙ୍କ ଆକ୍ରୋଶ ଅକ୍ଷୁର୍ଣ୍ଣ ରହିଛି। ନିକଟରେ ଷ୍ଟମ୍ପ...

ବୟସ ଜାଲିଆତି ମାମଲା: ସ୍ବୀକାର ନ କଲେ ଖେଳାଳି ୨ ବର୍ଷ ବାସନ୍ଦ ହେବେ

ନୁଆଦିଲ୍ଲୀ,୩।୮ (ପି.ଟି.): କ୍ରିକେଟରେ ଖେଳାଳିଙ୍କ ବୟସ ଜାଲିଆତି ପ୍ରସଙ୍ଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ଆଭିମୁଖ୍ୟ ଆହୁରି କଡ଼ା କରିଛି। ପଞ୍ଜୀକୃତ ଖେଳାଳିମାନେ...

‘ଯାଦୁ’ ଦେଖାଇଲେ ଜାଡେଜା

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନରେ ରବିନ୍ଦ୍ର...

ମାଇକ ବ୍ରାୟନ ଦଣ୍ଡିତ

ନ୍ୟୁୟର୍କ,୨।୯(ଏଟିପି): ଷ୍ଟାର ଆମେରିକାନ ଡବଲ୍ସ ଖେଳାଳି ମାଇକ ବ୍ରାୟନଙ୍କୁ ରବିବାର ୟୁଏସ୍‌ ଓପନ ଟୁର୍ନାମେଣ୍ଟ ପକ୍ଷରୁ ୧୦ ହଜାର ଡଲାର ଜରିମାନା କରାଯାଇଛି। ସେ ଅଫିସିଆଲଙ୍କ...

କୋ ଆଇଏଏଏଫ୍‌ ମୁଖ୍ୟ ଭାବେ ପୁନଃ ନିର୍ବାଚତ

ଦୋହା,୨୬।୯(ଏଏଫ୍‌ପି)- ବ୍ରିଟେନର ବରିଷ୍ଠ କ୍ରୀଡ଼ା ପ୍ରଶାସକ ସେବାଷ୍ଟିଆନ କୋ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବୁଧବାର ଅନ୍ତର୍ଜାତୀୟ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ଅଧ୍ୟକ୍ଷ ଭାବେ ପୁନଃ...

ବିଶ୍ୱରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲୀୟ ରୋୟର

ସିଡ୍‌ନୀ, ୧୬ା୪ (ଏଏଫ୍‌ପି)-ଦେଶରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଚାଲିଥିବାବେଳେ ଅଷ୍ଟ୍ରେଲିଆର ଜଣେ ରୋୟର ଇନ୍‌ଡୋର୍‌ ହାଫ୍‌ ମାରାଥନରେ ବିଶ୍ୱ ରେକର୍ଡ ଭଙ୍ଗ କରିଛନ୍ତି। ଅଷ୍ଟ୍ରେଲିଆ ଦଳର ଅନ୍ୟମାନଙ୍କ...

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ବେଲଜିୟମ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଆଉଟ୍‌

ସେଭିଲ,୨୯।୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଦଳ ବେଲଜିୟମ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌- ୧୬ର ଦ୍ୱିତୀୟ...

ଇଣ୍ଡିଆନ ସୁପର୍‌ ଲିଗ୍‌: ଘରୋଇ ଗ୍ରାଉଣ୍ଡରେ ୨ୟ ବିଜୟ ଲକ୍ଷ୍ୟରେ ଓଡ଼ିଶା

ଭୁବନେଶ୍ୱର, ୬।୧ (ସ୍ପୋଟର୍‌ସ ବ୍ୟୁରୋ)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ୬ଷ୍ଠ ସଂସ୍କରଣର ଏକ ମୁକାବିଲାରେ ସୋମବାର ଘରୋଇ ଓଡ଼ିଶା ଏଫ୍‌ସି ୨ଥରର ଚାମ୍ପିୟନ ଚେନ୍ନାଇନ...

Advertisement
Archives

Model This Week