ଫଟୋଗ୍ରାଫର୍ସ ଆସୋସିଏଶନ ବାର୍ଷିକ ଅଧିବେଶନ

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଫଟୋଗ୍ରାଫର୍ସ ଆସୋସିଏଶନ(କେପିଏ)ର ବାର୍ଷିକ ଅଧିବେଶନ ଓ ବନ୍ଧୁମିଳନ ସ୍ଥାନୀୟ ପୂର୍ତ୍ତ ଡାକ ବଙ୍ଗଳାଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଭାରେ ସଂଘର ଆଗାମୀ କାର୍ଯ୍ୟକ୍ରମ, ସଂଘ ସହ ଜଡ଼ିତ ଥିବା ସମସ୍ତ ଫଟୋଗ୍ରାଫର୍ସଙ୍କ ଉନ୍ନତି ଉପରେ ଆଲୋଚନା କରାଯାଇଥିଲା। ସଂଘ ଆବାହକ ସନ୍ଦୀପ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଭାପତି ପ୍ରବୀର ବ୍ରହ୍ମା ସଭାପତିତ୍ୱ କରିଥିଲେ। ଉପସଭାପତି ସମରେନ୍ଦ୍ର ସାମନ୍ତରାୟ ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ଗଗନ ବିହାରୀ ମହାପାତ୍ର ବାର୍ଷିକ ବିବରଣୀ ପାଠ, କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ମହାପାତ୍ର ବାର୍ଷିକ ଆୟବ୍ୟୟ ହିସାବ ପାଠ କରିଥିଲେ। ଏହି ସଭାରେ ରାଜ ସୁନାଖଳା, ରଣପୁର, ଭୁଷଣ୍ଡପୁର, ନିରାକାରପୁର, ବେଗୁନିଆ, ବାଘମାରୀ, ସିମୋର, ଡାଳତୋଳା, ହଳଦିଆ, ବାଜପୁର, ଜଙ୍କିିଆ, ଜଟଣୀ, ଭୁବନେଶ୍ୱର ଓ ଖୋର୍ଦ୍ଧାର ସମସ୍ତ ଫଟୋଗ୍ରାଫର ଯୋଗଦେଇ ଆସୋସିଏଶନ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଶପଥ ପାଠ କରିଥିଲେ। ଶେଷରେ ସହ ସମ୍ପାଦକ ସୁଶାନ୍ତ ସାହୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବରୁଣେଇ ପୀଠରେ ଚାରାରୋପଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଉଠାଣକୁ ଗ୍ରାମବାସୀଙ୍କ ବିରୋଧ

କପ୍ତିପଦା,୧୭ା୩(ଡି଼.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ସୋନ ନଦୀର ବିଶୋଳ ପଞ୍ଚାୟତ ନିକଟ ଏକ ବାଲି ଘାଟରୁ ଜେସିବି ଲଗାଇ ବେଆଇନ ଭାବେ ବାଲି...

ହୃଦ୍‌ଘାତରେ କଏଦୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୧୫ା୯-ସ୍ତ୍ରୀ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ଜଣେ କଏଦୀଙ୍କର ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ନକୁଳ ସାହୁ...

ନାବାଳିକାଙ୍କୁ ଅପହରଣ ମାମଲା : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୬।୭: ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଶନିବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ...

କରୋନା ମୁକାବିଲା: ୩.୪୯ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ, ୨୨୧ଜଣଙ୍କ କୋଭିଡ୍‌ ଟେଷ୍ଟିଙ୍ଗ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର, ୨୫/୪(ଡିଏନଏ )- ଗଞ୍ଜାମ ଜ଼ିଲାରେ ଶୁକ୍ରବାର ସୁଦ୍ଧା ୧୦୭୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଛି। ଏଥିରୁ ୮୫୩ ଜଣଙ୍କ ରିପୋର୍ଟ ଆସିଥିବାବେଳେ କେହି ପଜିଟିଭ୍‌...

ନିମ୍ନମାନର ପଥର ପ୍ୟାକିଂକୁ ବିରୋଧ

ବାରିପଦା ଅଫିସ,୨୫।୨ ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ କୂଳରେ ଚାଲିଥିବା ଆଡ଼ିବନ୍ଧ ଓ ସ୍ପର ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାରୁ ଗ୍ରାମବାସୀ ଏହାକୁ...

ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ,୨୯।୧୦: ଭଦ୍ରକ ଟାଉନ ଥାନା ଅଧୀନ ମୋଟେଲ ଛକରୁ ସୋମବାର ବିଳମ୍ବିତ ରାତିରେ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ ହୋଇଛି। ସୂଚନାଯୋଗ୍ୟ, କୌଣସି...

ଅଦିନିଆ ଝଡ଼ରେ ଉଡ଼ିଲା ସ୍କୁଲ ଛପର

କପ୍ତିପଦା,୧୪ା୩(ଡି.ଏନ୍‌.ଏ.):  ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶାଳଚୁଆ ପଞ୍ଚାୟତ ଅଞ୍ଚଳରେ ଶନିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ସ୍ଥାନୀୟ ସରକାରୀ ଉଚ୍ଚ...

ଟୋକନଧାରୀଙ୍କଠାରୁ ଧାନ କିଣ: ଜିଲାପାଳ

ପାଲଲହଡା,୨୫।୩(ଡି.ଏନ.ଏ.)- ଟୋକନ ଥାଇ ମଧ୍ୟ ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡର ୧୧ଟି ସମବାୟ ସମିତିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ନେଇ ଗତ...

Advertisement
Archives

Model This Week