ବିଧାନସଭା ନିର୍ବାଚନର ବର୍ଷକ ପୂର୍ବରୁ ବଳିପଡ଼ିଲେ ଆନ୍ନାମଲାଇ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୪:ତାମିଲନାଡ଼ୁ ବିଧାନସଭାର ଆସନ ସଂଖ୍ୟା ୨୩୪। ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୮। ୨୦୨୧ ଏପ୍ରିଲ ୬ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜେ. ଜୟଲଲିଥାଙ୍କ ଦଳ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗାମ୍‌ (ଏଆଇଏଡିଏମ୍‌କେ) ପୂର୍ବାପେକ୍ଷା ୭୦ ଆସନ ହରାଇ କ୍ଷମତାଚ୍ୟୁତ ହୋଇଥିଲା। ଏଆଇଏଡିଏମ୍‌କେ ୬୬ ଆସନରେ ସୀମିତ ହୋଇ ବିରୋଧୀ ଆସନରେ ବସିଥିଲା। ଅନ୍ୟପକ୍ଷେ ଏମ୍‌.କେ. ଷ୍ଟାଲିନ୍‌ଙ୍କ ଦ୍ରାବିଡ ମୁନ୍ନେତ୍ରା କାଝାଗାମ୍‌ (ଡିଏମ୍‌କେ) ପୂର୍ବ ନିର୍ବାଚନ ତୁଳନାରେ ୪୪ ଅଧିକ ଆସନ ପାଇ ମୋଟ ୧୩୩ ଆସନ ଦଖଲ କରିବାରେ ସକ୍ଷମ ହୋଇଥିଲା। ଏଲ୍‌. ମୁରୁଗାନ୍‌ଙ୍କ ନେତୃତ୍ୱରେ ୨୦ ଆସନରେ ନିର୍ବାଚନ ଲଢ଼ିଥିବା ଭାଜପା ମାତ୍ର ୨.୬% ଭୋଟ ହାର ସହ ୪ ଆସନରେ ସୀମିତ ରହିଥିଲା। ଇତିମଧ୍ୟରେ ୪ ବର୍ଷ ବିତିଗଲାଣି। ଆସନ୍ତା ବର୍ଷ ଠିକ୍‌ ଏଇ ସମୟ ବେଳକୁ ତାମିଲନାଡୁରେ ପୁଣି ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ସରକାର ନିଜ ଲୋକପ୍ରିୟତା ବଜାୟ ରଖିଛନ୍ତି। ଷ୍ଟାଲିନ୍‌ କେନ୍ଦ୍ର ପ୍ରସ୍ତାବିତ ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ (ଡିଲିମିଟେଶନ୍‌), ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଅଧୀନ ୩ ଭାଷା ସୂତ୍ର ବଳରେ ହିନ୍ଦୀ ଭାଷାକୁ ଜବରଦସ୍ତି ଲଦି ଦିଆଯିବା ଏବଂ କେନ୍ଦ୍ରୀୟ ପାଣ୍ଠି ପ୍ରଦାନରେ ପାତରଅନ୍ତରକୁ ପ୍ରସଙ୍ଗକରି ଏନ୍‌ଡିଏ ସରକାରଙ୍କୁ ଟାର୍ଗେଟ କରିଆସିଛନ୍ତି। ବିଶେଷକରି ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଡିଏମ୍‌କେ ସୁପ୍ରିମୋ ଏହି ପ୍ରସଙ୍ଗଗୁଡ଼ିକ ଉପରେ ନିଜ ସ୍ବରକୁ ଅଧିକ ଶାଣିତ କରୁଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଫେରିବା ପାଇଁ ଅଣ୍ଟାଭିଡ଼ିଥିବା ଇପିଏସ୍‌ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଥିଲେ। ରାଜ୍ୟ ଭାଜପା ସଭାପତି କେ. ଆନ୍ନାମଲାଇ ଡିଏମ୍‌କେ ପରିବର୍ତ୍ତେ ଏଆଇଏଡିଏମ୍‌କେକୁ ଅଧିକ ସମାଲୋଚନା କରୁଥିବା ସେ ମୋଦିଙ୍କୁ ଜଣାଇଥିଲେ। ଆନ୍ନାମଲାଇଙ୍କୁ ଭାଜପା ସଭାପତି ପଦରୁ ହଟାଇଲେ ତାମିଲନାଡୁରେ ପୁଣି ମେଣ୍ଟ ସମ୍ଭବ ବୋଲି ସେ ସର୍ତ୍ତ ବାଢ଼ିଥିବା ସୂତ୍ରରୁ ପ୍ରକାଶ। ଏଥିଯୋଗୁ ଆନ୍ନାମଲାଇଙ୍କୁ କୁଆଡ଼େ ଇସ୍ତଫା ଦେବାକୁ କୁହାଯାଇଥିଲା।
ପୂର୍ବତନ ଆଇପିଏସ୍‌ ଅଧିକାରୀ ଆନ୍ନାମଲାଇଙ୍କ ସ୍ଥାନରେ ନୈନାର ନାଗେନ୍ଦ୍ରନ୍‌ଙ୍କୁ ଦଳ ରାଜ୍ୟ ସଭାପତି ନିଯୁକ୍ତ କରିଛି। ନାଗେନ୍ଦ୍ରନ୍‌ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ଏଆଇଏଡିଏମ୍‌କେ ସରକାରରେ ଜୟଲଲିଥାଙ୍କ କ୍ୟାବିନେଟ୍‌ରେ ଶକ୍ତି, ଶିଳ୍ପ ଓ ପରିବହନ ମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri