Posted inଜାତୀୟ

କୃଷକଙ୍କ ସମର୍ଥନରେ ଆନ୍ନା ହଜାରେ, ରଖିଲେ ଗୋଟିଏ ଦିନର ଉପବାସ

ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ କୃଷକଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ମଙ୍ଗଳବାର କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ସମର୍ଥକ କରିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ । ଏଥିପାଇଁ ସେ ଗୋଟିଏ ଦିନର ଉପବାସ ରଖିଥିବା ଜଣାପଡିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସିନ୍ଧୁ ସୀମାରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଭାରତ ବନ୍ଦର ସମର୍ଥନ ସାରା ଦେଶରେ କରାଯାଉଥିବା ବେଳେ ଏହାର ପ୍ରଭାବ ବି ଦେଖିବାକୁ ମିଳିଛି । ଭାଜପା ଶାସିତ ରାଜ୍ୟରେ ବି ଏହାର ପ୍ରଭାବ ପଡିଛି । ତେବେ କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବା ଲାଗି କୃଷକମାନେ ଦାବି କରୁଥିବା ବେଳେ ଏହାର ଲିଖିତ ପ୍ରତିଶ୍ରୁତି ବି ମାଗିଛନ୍ତି । ଏନେଇ ୫ଥର ସରକାର ଓ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇ ସାରିଲାଣି । ବୁଧବାର ପୁଣିଥରେ ଆଲୋଚନା ହେବ ବୋଲି ଯୋଜନା ଥିବା ବେଳେ ଏବେ ଏହା ଉପରେ ରହିଛି ସମସ୍ତଙ୍କର ନଜର ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ସାଲ୍ୟୁଟ୍‌ କଲା ଜାତିସଂଘ

କୋଭିଡ୍‌-୧୯ ମହାମାରୀ ବିରୋଧୀ ଲଢ଼େଇରେ ଅନ୍ୟ ଦେଶକୁ ସହାୟତା କରିଥିବା ଭାରତ ଓ ଅନ୍ୟ ରାଷ୍ଟ୍ରଙ୍କୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସାଲ୍ୟୁଟ୍‌ ଜଣାଇଛନ୍ତି। କରୋନା...

ମଡେଲଙ୍କୁ ଅସଦାଚରଣ: ୭ ଗିରଫ

କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସ...

ସରକାରୀ କମ୍ପାନୀକୁ ବିକିବା ଯୋଜନା କରୁଛନ୍ତି ମୋଦି

ନୂଆଦିଲ୍ଲୀ, ୮।୯: ଦେଶର ଅର୍ଥନୈତିକ ସ୍ଥିତିକୁ ନେଇ ବିରୋଧୀ ଦଳ ପକ୍ଷରୁ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଉଦ୍ୟମ ଜାରି ରହିଛି। ଏନେଇ...

ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ରୂପାନୀଙ୍କ ଇସ୍ତଫାର କାରଣ

ମାଞ୍ଚେଷ୍ଟର,୧୧।୯: ହଠାତ୍‌ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଭିଙ୍କୁ ଚମକାଇ ଦେଇଛନ୍ତି ବିଜୟ ରୂପାନୀ। ଗତ ୬ ମାସରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାରେ ରୂପାନୀ...

ପଛଘୁଞ୍ଚା ଦେବନି ଭାରତ

ନୂଆଦିଲ୍ଲୀ,୨୮ା୫ : ଭାରତ ପଛଘୁଞ୍ଚା ଦେବନାହିଁ। ପୂର୍ବ ଲଦାଖର ବିବାଦ ହୋଇଥିବା ସ୍ଥାନରେ ରାସ୍ତା ନିର୍ମାଣ ଜାରି ରଖିବ। ଚାଇନା ସୀମା ଉଲ୍ଲଂଘନ କରି ଭାରତୀୟ...

ଗଣବଳାତ୍କାର ମାମଲା: ୨ ଅଭିଯୁକ୍ତଙ୍କୁ ଗୁଳି କଲା ପୋଲିସ

ବେଙ୍ଗାଲୁରୁ,୨୮ା୫- କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଗଣବଳାତ୍କାର ମାମଲାରେ ଗିରଫ ହୋଇଥିଲେ ୬ ବାଂଲାଦେଶୀ। ଶୁକ୍ରବାର ପୋଲିସ ସେମାନଙ୍କୁ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ ପାଇଁ ଘଟଣାସ୍ଥଳକୁ ନେଇଥିଲା।...

ମୃତଦେହ ସତ୍କାର ପାଇଁ ୭ ଶ୍ମଶାନ କମ୍‌ ପଡ଼ିଲା, ଶେଷରେ ଖଣିରେ ହେଉଛି ଦାହ

ବେଙ୍ଗାଲୁରୁ,୧୦।୫: ସମଗ୍ର ଦେଶରେ ଏବେ କରୋନା ମହାମାରୀ ତା’ର କାୟା ବିସ୍ତାର କରିଛି। ଏପରିକି ଦେଶର କିଛି ରାଜ୍ୟରେ ମୃତଦେହ ସତ୍କାର କରିବାରୁ ଶ୍ମଶାନରେ ଜାଗା...

ପିତାଙ୍କ ଶେଷଇଚ୍ଛା ପୂରଣ କଲେ ୧୨ ଝିଅ

ମୁମ୍ବାଇ,୩୧।୧: ଭାରତୀୟ ପରମ୍ପରାରେ ମାତାପିତାଙ୍କ ପାର୍ଥିବ ଶରୀରରେ ପୁଅମାନେ କାନ୍ଧ ଦେବା ସହ ମୁଖାଗ୍ନି ଦେଇଥାନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ପାର୍ଥିବ ଶରୀରରେ ୧୨...

Advertisement
Archives

Model This Week