ବିପଦରେ ବାଲୁଖଣ୍ଡ ବନ୍ୟଜନ୍ତୁ

ପୁରୀ ଅଫିସ,୩।୩: ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ଅବାଧ ବିଚରଣ ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି। ଏପରିକି କେତେକ ଜଙ୍ଗଲକୁ ଅଭୟାରଣ୍ୟ ଘୋଷଣା କରାଯାଇଛି। ପୁରୀ ଜିଲାର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ, ହେଟା, ବିଲୁଆ, ଗଧିଆ, ଠେକୁଆ, କୃଷ୍ଣସାର ମୃଗ, ଶାଳିଆପତନି, ଗୋଧି ଓ ବଣଭୂଆଁ ସମେତ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ରହିଛନ୍ତି। ବିଶେଷକରି ଏଠାରେ ଅଧିକ ସଂଖ୍ୟକ ହରିଣ ଦେଖିବାକୁ ମିଳନ୍ତି। ତେବେ ବର୍ତ୍ତମାନ ଚିତ୍ର ଭିନ୍ନ। ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ସାଙ୍ଗକୁ ଅନେକ ସମୟରେ ଶିକାର ଯୋଗୁ ଏଠାକାର ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।

ଫନୀ ବାତ୍ୟାରେ ବହୁ ଗଛଲତା ନଷ୍ଟ ହୋଇଥିବାବେଳେ ଅନେକ ଜୀବଜନ୍ତୁ ପ୍ରାଣ ହରାଇଥିଲେ। କେତେକ ଜୀବଜନ୍ତୁ ଏଣେତେଣେ ଚାଲିଯାଇଥିଲେ। ଅନ୍ୟପଟେ ସ୍ଥାନୀୟ ଗ୍ରାମାଞ୍ଚଳରେ ହରିଣ ଶିକାର ନେଇ ଅଭିଯୋଗ ହେଉଥିବାବେଳେ କ୍ରମଶଃ ଜଙ୍ଗଲ କ୍ଷୟ ଯୋଗୁ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏ ନେଇ ବନ ବିଭାଗ ଚୁପ୍‌ ବସିଛି। ଅନେକ ସମୟରେ ବାଲୁଖଣ୍ଡ ଅଭୟାରଣ୍ୟରୁ ନିକଟସ୍ଥ ସମଙ୍ଗରା, ବାଲିଗୁଆଳି, ନାଗପାଟଣା ଓ ଛଇତନା ପ୍ରଭୃତି ଅଞ୍ଚଳକୁ ହରିଣ, କୃଷ୍ଣସାର ମୃଗ ଆଦି ଚାଲିଆସିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ଶିକାରୀଙ୍କ ହାବୁଡ଼ରେ ପଡ଼ିଥାନ୍ତି। ସେହିଭଳି ଫନୀ ବାତ୍ୟାରେ ବାଲୁଖଣ୍ଡ ଅଭୟାରଣ୍ୟର ୪ଶହ ହେକ୍ଟର ଜଙ୍ଗଲ ଧ୍ୱଂସ ପାଇଯାଇଛି। ସମ୍ପୃକ୍ତ ପଡ଼ିଆକୁ ପୁଣି ଥରେ ସବୁଜିମା କରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇପାରିନାହିଁ। ବନ ବିଭାଗର ଆକଳନ ଅନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ଡରେ ୫ହଜାରରୁ ଊର୍ଦ୍ଧ୍ୱ ହରିଣ ଦେଖିବାକୁ ମିଳୁଥିଲେ। ମାତ୍ର ଫନୀ ବାତ୍ୟା ପରେ ଏହି ସଂଖ୍ୟା କମି ଆସି ପାଖାପାଖି ୧ ହଜାରରେ ପହଞ୍ଚିଛି। ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲେ ମଧ୍ୟ ଏଥିପ୍ରତି ବନ ବିଭାଗର ନିଘା ନାହିଁ। ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ଢିଲା ହୋଇପଡ଼ିଛି। ବନବିଭାଗ ତରଫରୁ ହରିଣ ଗଣନା ନେଇ ମଧ୍ୟ କୌଣସି ସୂଚନା ନାହିଁ। ଅନ୍ୟପକ୍ଷେ, ଜିଲା ବନ ବିଭାଗ ଅଧିକାରୀ ରାମସ୍ବାମୀ ଏସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ପାଟ୍ରୋଲିଂଠାରୁ ଆରମ୍ଭ କରି ସଂରକ୍ଷିତ ଜଳ ଉତ୍ସର ଗଣନା ଭଳି ସମସ୍ତ ପଦକ୍ଷେପ ଜଙ୍ଗଲ ବିଭାଗ ତରଫରୁ ନିଆଯାଇଛି। ଏହାବ୍ୟତୀତ ବିଭିନ୍ନ ସମୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କିତ ସତେତନତା କାର୍ଯ୍ୟକ୍ରମ କରାଯାଉଛି। ଲୋକଙ୍କୁ ଜୈବ ବିବିଧତା ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି। ତେବେ ଶେଷ ଥର ପାଇଁ କେବେ ହରିଣ ଗଣନା ହୋଇଥିଲା ସେ ନେଇ ସେ କିଛି ସୂଚନା ଦେଇପାରିନାହାନ୍ତି। ପରିବେଶବିତ୍‌ ଜଗନ୍ନାଥ ବସ୍ତିଆ କହିଛନ୍ତି, ବାଲୁଖଣ୍ଡ ଅଭୟାରଣ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଜଙ୍ଗଲ କ୍ଷୟ ବଢିଚାଲିଛି। ବାଲି ଚୋରା ଚାଲାଣ ହେଉଛି। ବନ୍ୟଜନ୍ତୁଙ୍କ ପାଇଁ ଉପଯୁକ୍ତ ପରିବେଶ ଜରୁରୀ। ତେଣୁ ବନ ବିଭାଗ ଏଥିପ୍ରତି ପଦକ୍ଷେପ ନେଉ। ସେହିପରି ପରିବେଶବିତ୍‌ ହରିହର ମହାପାତ୍ର କହିଛନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ ଜୈବ ବିବିଧତା ଜରୁରୀ। ଅଭୟାରଣ୍ୟରେ ଅବାଧ ବଣଭୋଜି ହେଉଛି। ଏ ଦିଗରେ ବନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri