ବିପଦରେ ବାଲୁଖଣ୍ଡ ବନ୍ୟଜନ୍ତୁ

ପୁରୀ ଅଫିସ,୩।୩: ବନ୍ୟପ୍ରାଣୀଙ୍କ ସୁରକ୍ଷା ତଥା ଅବାଧ ବିଚରଣ ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି। ଏପରିକି କେତେକ ଜଙ୍ଗଲକୁ ଅଭୟାରଣ୍ୟ ଘୋଷଣା କରାଯାଇଛି। ପୁରୀ ଜିଲାର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ, ହେଟା, ବିଲୁଆ, ଗଧିଆ, ଠେକୁଆ, କୃଷ୍ଣସାର ମୃଗ, ଶାଳିଆପତନି, ଗୋଧି ଓ ବଣଭୂଆଁ ସମେତ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ରହିଛନ୍ତି। ବିଶେଷକରି ଏଠାରେ ଅଧିକ ସଂଖ୍ୟକ ହରିଣ ଦେଖିବାକୁ ମିଳନ୍ତି। ତେବେ ବର୍ତ୍ତମାନ ଚିତ୍ର ଭିନ୍ନ। ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ସାଙ୍ଗକୁ ଅନେକ ସମୟରେ ଶିକାର ଯୋଗୁ ଏଠାକାର ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।

ଫନୀ ବାତ୍ୟାରେ ବହୁ ଗଛଲତା ନଷ୍ଟ ହୋଇଥିବାବେଳେ ଅନେକ ଜୀବଜନ୍ତୁ ପ୍ରାଣ ହରାଇଥିଲେ। କେତେକ ଜୀବଜନ୍ତୁ ଏଣେତେଣେ ଚାଲିଯାଇଥିଲେ। ଅନ୍ୟପଟେ ସ୍ଥାନୀୟ ଗ୍ରାମାଞ୍ଚଳରେ ହରିଣ ଶିକାର ନେଇ ଅଭିଯୋଗ ହେଉଥିବାବେଳେ କ୍ରମଶଃ ଜଙ୍ଗଲ କ୍ଷୟ ଯୋଗୁ ବନ୍ୟପ୍ରାଣୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏ ନେଇ ବନ ବିଭାଗ ଚୁପ୍‌ ବସିଛି। ଅନେକ ସମୟରେ ବାଲୁଖଣ୍ଡ ଅଭୟାରଣ୍ୟରୁ ନିକଟସ୍ଥ ସମଙ୍ଗରା, ବାଲିଗୁଆଳି, ନାଗପାଟଣା ଓ ଛଇତନା ପ୍ରଭୃତି ଅଞ୍ଚଳକୁ ହରିଣ, କୃଷ୍ଣସାର ମୃଗ ଆଦି ଚାଲିଆସିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ଶିକାରୀଙ୍କ ହାବୁଡ଼ରେ ପଡ଼ିଥାନ୍ତି। ସେହିଭଳି ଫନୀ ବାତ୍ୟାରେ ବାଲୁଖଣ୍ଡ ଅଭୟାରଣ୍ୟର ୪ଶହ ହେକ୍ଟର ଜଙ୍ଗଲ ଧ୍ୱଂସ ପାଇଯାଇଛି। ସମ୍ପୃକ୍ତ ପଡ଼ିଆକୁ ପୁଣି ଥରେ ସବୁଜିମା କରିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇପାରିନାହିଁ। ବନ ବିଭାଗର ଆକଳନ ଅନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ଡରେ ୫ହଜାରରୁ ଊର୍ଦ୍ଧ୍ୱ ହରିଣ ଦେଖିବାକୁ ମିଳୁଥିଲେ। ମାତ୍ର ଫନୀ ବାତ୍ୟା ପରେ ଏହି ସଂଖ୍ୟା କମି ଆସି ପାଖାପାଖି ୧ ହଜାରରେ ପହଞ୍ଚିଛି। ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲେ ମଧ୍ୟ ଏଥିପ୍ରତି ବନ ବିଭାଗର ନିଘା ନାହିଁ। ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା ଢିଲା ହୋଇପଡ଼ିଛି। ବନବିଭାଗ ତରଫରୁ ହରିଣ ଗଣନା ନେଇ ମଧ୍ୟ କୌଣସି ସୂଚନା ନାହିଁ। ଅନ୍ୟପକ୍ଷେ, ଜିଲା ବନ ବିଭାଗ ଅଧିକାରୀ ରାମସ୍ବାମୀ ଏସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ପାଟ୍ରୋଲିଂଠାରୁ ଆରମ୍ଭ କରି ସଂରକ୍ଷିତ ଜଳ ଉତ୍ସର ଗଣନା ଭଳି ସମସ୍ତ ପଦକ୍ଷେପ ଜଙ୍ଗଲ ବିଭାଗ ତରଫରୁ ନିଆଯାଇଛି। ଏହାବ୍ୟତୀତ ବିଭିନ୍ନ ସମୟରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କିତ ସତେତନତା କାର୍ଯ୍ୟକ୍ରମ କରାଯାଉଛି। ଲୋକଙ୍କୁ ଜୈବ ବିବିଧତା ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି। ତେବେ ଶେଷ ଥର ପାଇଁ କେବେ ହରିଣ ଗଣନା ହୋଇଥିଲା ସେ ନେଇ ସେ କିଛି ସୂଚନା ଦେଇପାରିନାହାନ୍ତି। ପରିବେଶବିତ୍‌ ଜଗନ୍ନାଥ ବସ୍ତିଆ କହିଛନ୍ତି, ବାଲୁଖଣ୍ଡ ଅଭୟାରଣ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଜଙ୍ଗଲ କ୍ଷୟ ବଢିଚାଲିଛି। ବାଲି ଚୋରା ଚାଲାଣ ହେଉଛି। ବନ୍ୟଜନ୍ତୁଙ୍କ ପାଇଁ ଉପଯୁକ୍ତ ପରିବେଶ ଜରୁରୀ। ତେଣୁ ବନ ବିଭାଗ ଏଥିପ୍ରତି ପଦକ୍ଷେପ ନେଉ। ସେହିପରି ପରିବେଶବିତ୍‌ ହରିହର ମହାପାତ୍ର କହିଛନ୍ତି, ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ ଜୈବ ବିବିଧତା ଜରୁରୀ। ଅଭୟାରଣ୍ୟରେ ଅବାଧ ବଣଭୋଜି ହେଉଛି। ଏ ଦିଗରେ ବନ ବିଭାଗ ପଦକ୍ଷେପ ନେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ନକଲି ମଦ କାରଖାନା ଠାବ: ବଟଲିଂ ମେସିନ୍ ସହ ବିପୁଳ ନକଲି ମଦ ଜବତ, ଅଭିଯୁକ୍ତ ଗିରଫ

ଦିଗପହଣ୍ଡି୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ନକଲି ବିଦେଶୀ ମଦ, ଖାଲି ବୋତଲ, ଦେଶୀ ମଦ ପାଉଚ୍ ଏବଂ…

ଷ୍ଟେଶନରେ ଯୁବତୀଙ୍କୁ ବଳାତ୍କାର

ରାଉରକେଲା,୩।୯: ରାଉରକେଲା ଭଳି ଜନଗହଳିପୂର୍ଣ୍ଣ ରେଲ ଷ୍ଟେଶନରେ ଗୁରୁବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଷ୍ଟେଶନର ରେଷ୍ଟ ରୁମ୍‌ରେ ଜଣେ ଯୁବତୀଙ୍କ ବଳାତ୍କାର କରାଯାଇଥିବା…

ଟ୍ରକ ତଳେ ପଶିଗଲା ସ୍କୁଟି, ଆଉ ତା’ପରେ…

ଦିଗପହଣ୍ଡି,୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନମ୍ବର ରାଜ୍ୟ ରାଜପଥ ଦିଗପହଣ୍ଡି ଆନନ୍ଦନଗର ନିକଟରେ ଏକ ଭୟାନକ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ପାର୍କିଂ କରିଥିବା…

ଆକ୍ସନରେ ଜିଲାପାଳ: ବଦଳିଲେ ସୁନାବେଢା ସିଡିପିଓ

କୋରାପୁଟ ୩l୯(ଅମିତାଭ ବେହେରା): ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ସୁନାବେଢା ସିଡିପିଓ ନଳିନୀ ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ସିଡିପିଓ ନଳିନୀଙ୍କୁ ଜୟପୁର ଉପଜିଲାପାଳଙ୍କ…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri