ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ। ଗୁରୁବାର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗେଟ୍‌ ଖୋଲିବା ନେଇ ମକ୍‌ ଡ୍ରିଲ୍‌ କରାଯାଇଛି। ଜଳଭଣ୍ଡାରର ୭ଟି ଗେଟ୍‌ ମଧ୍ୟରୁ କେବଳ ଗୋଟିଏ ୪ ନମ୍ବର ଗେଟ୍‌ ପ୍ରାୟ ୪୦ ମିନିଟ୍‌ ପାଇଁ ଟ୍ରାଏଲ୍‌ ରନ୍‌ରେ ଖୋଲାଯାଇଥିଲା। ବର୍ତ୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟରରେ ପହଞ୍ଚିଛି।

ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨୭୮.୮୦ କ୍ୟୁମେକ୍‌ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୧୯୩.୯୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଅନ୍ୟପଟେ ମୁଖୀଗୁଡ଼ାସ୍ଥିତ ୬୦୦ ମେଗାୱାଟ୍‌ କ୍ଷମତାର ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ବର୍ତ୍ତମାନ ୫୫୬ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ଇନ୍ଦ୍ରାବତୀ-କୋଲାବ ବେସିନ୍‌ ମୁଖ୍ୟ ଯନ୍ତ୍ରୀ ବେଦାମ୍ବର ବେହେରା ଖାତିଗୁଡା ଗସ୍ତ କରି ଜଳଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ ଦିନ ମଧ୍ୟରେ ଜଳସ୍ତର ୬୪୦.୫ ମିଟର ଛୁଇଁଲେ ଗେଟ୍‌ ଖୋଲାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ କହିଛନ୍ତି। ପ୍ରକାଶ ଯେ, ଏଥିପୂର୍ବରୁ ଅଗଷ୍ଟ ୩୧ରେ ନଦୀ ତଳମୁଣ୍ଡ ଅଞ୍ଚଳବାସୀଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନଦୀଗର୍ଭକୁ ନ ଯିବା ଏବଂ ଗୃହପାଳିତ ପଶୁଙ୍କୁ ନ ଛାଡିବା ପାଇଁ ସତର୍କ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

ଲଗାଣ ବର୍ଷାରେ ଭୁଶୁଡ଼ିଲା କଲଭର୍ଟ, ୨ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା, ୩।୯ (ଅଶୋକ କୁମାର ପରିଡା): ଲଗାଣ ବର୍ଷାରେ ମାଟି ଧସି କଲଭର୍ଟ ଭୁଶୁଡି ପଡ଼ିବାରୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି-୫୧…

ପୁଣି ଦାଦନ ଦୁଖଃ: ଚିକିତ୍ସା ସେବା ନ ପାଇ ଚାଲିଗଲା ଜୀବନ

ଧର୍ମଗଡ଼, ୩ା୯ (ଘାଷିରାମ ଜଗତ): ଅର୍ଥାଭାବରୁ ଚିକିତ୍ସାସେବା ନ ପାଇ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri