ମନୁଷ୍ୟ ମଧ୍ୟରେ ପଶୁ ପ୍ରବୃତ୍ତି

ଡ. ପ୍ରମୋଦ କୁମାର ପଣ୍ଡା

 

ମନୁଷ୍ୟ ସବୁ ଜୀବଙ୍କ ମଧ୍ୟରେ ଶ୍ରେଷ୍ଠ। ମନୁଷ୍ୟର ବୁଦ୍ଧି ଓ ଜ୍ଞାନର ପରିସୀମା ଅନନ୍ତ ଆଡକୁ ବ୍ୟାପିଥାଏ। ମନୁଷ୍ୟ ନିଜ ବୁଦ୍ଧି ଓ ଜ୍ଞାନ ବଳରେ ତା’ର ଉପଯୋଗିତାରେ ଲାଗୁଥିବା ଜୀବଜନ୍ତୁ, ବୃକ୍ଷଲତା, ମୃତ୍ତିକା, ଜଳ, ବାଯୁମଣ୍ଡଳକୁ ବୁଝିବାରେ ସକ୍ଷମ ହୋଇଥିବା ବେଳେ ସେଗୁଡ଼ିକର ସଂରକ୍ଷଣ ପାଇଁ କେଉଁ ଆଦିମ କାଳରୁ ପ୍ରୟାସ କରିଆସିଛି। ତୁଳସୀ, ବେଲ ଆଦି ବୃକ୍ଷର ଔଷଧୀୟ ଗୁଣ ଥିବାରୁ ତାକୁ ଧର୍ମ ସହିତ ଜଡ଼ିତ କରିଛି। ସେହିପରି ଜୀବଜନ୍ତୁ ଯଥା ସିଂହ, ଷଣ୍ଢ, ନାଗ, ଗରୁଡ଼, ପେଚା, ମୟୂର, ହଂସ, ମୂଷା ପ୍ରଭୃତିଙ୍କର ସଂରକ୍ଷଣ ପାଇଁ ସେମାନଙ୍କୁ ଭଗବାନଙ୍କର ବାହନ ରୂପେ ପରିକଳ୍ପନା କରିଛି। ସମାଜରେ ପରସ୍ପରର ସୁଖ ଦୁଃଖରେ ସାମିଲ ହୋଇ ବସବାସ କରିବା ପାଇଁ ଗ୍ରାମ୍ୟ ଜୀବନର ପରିକଳ୍ପନା କରିଛି। ପୂର୍ବେ ଆମର ସାମାଜିକ ଜୀବନ ବି ଅତ୍ୟନ୍ତ ସୁନ୍ଦର ଥିଲା। ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ପରସ୍ପର ମଧ୍ୟରେ ସୁସମ୍ପର୍କ ଗଢ଼ିଉଠୁଥିଲା। ସାମାଜିକ ରୀତିନୀତି ଯଥା ବିବାହ, ବ୍ରତ ଆଦି ପାଳନ ବେଳେ ଭୋଜିଭାତ ଦାରା ପରସ୍ପରର ନିବିଡ଼ତା ବଢୁଥିଲା। ଅନ୍ୟର ଦୁଃଖ ଅସୁବିଧା ସମୟରେ ଲୋକମାନେ ଅଣ୍ଟାଭିଡି ସହଯୋଗର ହାତ ବଢ଼ାଉଥିଲେ। ଯୌଥ ପରିବାରରେ ରୋଗ ବ୍ୟାଧି ଓ ବୃଦ୍ଧ ବୃଦ୍ଧାଙ୍କ ଯତ୍ନ ନେବା ପାଇଁ ପର୍ଯ୍ୟାପ୍ତ ସଦସ୍ୟ ରହୁଥିଲେ। ଜୀବନ ଅତି ଆନନ୍ଦରେ କଟୁଥିଲା। ପରେ ଆମର ସ୍ବାର୍ଥକେନ୍ଦ୍ରିକ ଜୀବନର ଅୟମାରମ୍ଭ ହେଲା। ଆମ୍ଭେମାନେ ଅନ୍ୟର ସୁଖ ଦୁଃଖ ଅପେକ୍ଷା ନିଜ ସାର୍ଥ ସାଧନାରେ ବ୍ରତୀ ହେବାକୁ ଆରମ୍ଭ କଲେ। ପରିବାର ସଂଜ୍ଞା ମଧ୍ୟ ବଦଳିବାରେ ଲାଗିଲା। ଏପରିକି ବର୍ତ୍ତମାନର ଯୁବପିଢ଼ି, ନିଜ ପରିବାର ଅର୍ଥ କେବଳ ସାମୀ ସ୍ତ୍ରୀ ଓ ପୁଅ ଝିଅ ବୋଲି ବୁଝୁଛନ୍ତି। ବୃଦ୍ଧ ମାତାପିତାଙ୍କ ଯତ୍ନ ନେବାକୁ ଯୁବାପିଢ଼ି ସମୟ ଓ ସମ୍ବଳର ଅପଚୟ ବୋଲି ବିବେଚନା କଲେଣି। ଦୁର୍ନୀତି ଓ ଭ୍ରଷ୍ଟାଚାର ନୂଆ ରୂପରେ ଉଭା ହୋଇଛି। ଆଶ୍ଚର୍ଯ୍ୟର କଥା ଯେ ଧନୀ ଓ ଶିକ୍ଷିତମାନେ ଅଧିକ ଭ୍ରଷ୍ଟାଚାରରେ ଲିପ୍ତ ରହୁଛନ୍ତି। ମାନବିକତା ବି ଲୋପ ପାଇଯାଉଛି। ରାଜ ରାସ୍ତାରେ କେହି ଅନ୍ୟମାନଙ୍କୁ ଆକ୍ରମଣ କରୁଥିବାବେଳେ ସାଧାରଣ ଜନତା ଦେଖଣାହାରୀ ସାଜିବା ଅତ୍ୟନ୍ତ ଦୁଃଖଦାୟକ। କେହି ବିପଦରେ ପଡ଼ିଥିବାବେଳେ ଅନେକେ ମୁହଁବୁଲାଇ ଚାଲିଯାଉଛନ୍ତି। ମାତ୍ର ପଶୁପକ୍ଷୀଙ୍କ ପାଖରେ ତା’ର ବିକଳ୍ପ ଆମେ ଡିସ୍କଭରି ଚ୍ୟାନେଲରୁ ଦେଖିବାକୁ ପାଉଛୁ। ଯଦି ଗୋଟିଏ ମଇଁଷିକୁ ବାଘ କିମ୍ବା ସିଂହ ଆକ୍ରମଣ କରେ ତା’ହେଲେ ମଇଁଷି ପଲ ପହଞ୍ଚି ତାକୁ ଉଦ୍ଧାର କରିଥାନ୍ତି। ଆଜିକାଲି ପଶୁପକ୍ଷୀମାନଙ୍କଠାରେ ମାନବତା ଦେଖିବାକୁ ମିଳିଲାଣି, ଯାହାକି ସାଧାରଣତଃ ସେମାନଙ୍କଠୁ ଅପେକ୍ଷିତ ନୁହେଁ। ମନୁଷ୍ୟ ପାଖରେ ନିଜେ ବଞ୍ଚିବା, ନିଜେ ଖାଇବା ଓ ନିଜ ପାଇଁ ସଞ୍ଚୟ ଭଳି ପଶୁ ପ୍ରବୃତ୍ତି ବଢ଼ିବାରେ ଲାଗିଛି।
ଆମ ଦେଶରେ ସାକ୍ଷରତା ହାର କ୍ରମଶଃ ବଢ଼ିବାରେ ଲାଗିଛି। ତା’ ଛଡା ବିଭିନ୍ନ ଧର୍ମାନୁଷ୍ଠାନ ତାଙ୍କର ନୀତିବାଣୀ ଟିଭି, ରଡିଓ, ଇ-ଟ୍ୟୁବ୍‌, ଖବରକାଗଜ, ସଭାସମିତି ମାଧ୍ୟମରେ ଜୋରଦାର ପ୍ରଚାର କରୁଛନ୍ତି, କିନ୍ତୁ ଫଳ ଶୂନ। ଏପରିକି ବଳାତ୍କାର ଓ ଗଣବଳାତ୍କାର ଭଳି ପଶୁ ପ୍ରବୃତ୍ତି କ୍ରମଶଃ ସମାଜରେ ବଢ଼ିବାରେ ଲାଗିଛି। ସମାଜରେ ଶୃଙ୍ଖଳା, ସଂଯମତା, ଆଦର୍ଶବାଦର ଅଭାବ ଅନେକାଂଶରେ ପରିଲକ୍ଷିତ ହେଲାଣି। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସମାଜର ପ୍ରତ୍ୟକ ସ୍ତରରେ ତାକୁ ଅନ୍ୟର ସହଯୋଗର ଆବଶ୍ୟକତା ପଡ଼ିଥାଏ। ଆମର ବିକାଶରେ ଯେଉଁମାନେ ସାହାଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଆମର କର୍ତ୍ତବ୍ୟକୁ ମଧ୍ୟ ସମ୍ପାଦନ କରିବାକୁ ପଡ଼ିବ।
ବିବାହ କେବଳ ଶରୀର ସୁଖ ପାଇଁ ଉଦ୍ଦିଷ୍ଟ ନ ଥାଏ। ମିଳିମିଶି ପରସ୍ପର ଅସୁବିଧା ସମୟରେ ସାହାଯ୍ୟ କରିବା ଦ୍ୱାରା ଜୀବନ ମଧୁମୟ ହୋଇଥାଏ। ସ୍ବାମୀ ସ୍ତ୍ରୀ ନିଜେ ନିଜେ ଖୁସି ଅନୁଭବ କରିବା ସହିତ ବୃଦ୍ଧ ମାତାପିତାଙ୍କର ଯତ୍ନ ଦ୍ୱାରା ଜୀବନର ଋଣ ପରିଶୋଧ ଏବଂ ପିଲାଙ୍କର ଲାଳନପାଳନ ଦ୍ୱାରା ମନୁଷ୍ୟ ପିଢ଼ିକୁ ସଂସ୍କାର ଦ୍ୱାରା ଆଗକୁ ବଢ଼ାଇବାର ପ୍ରକ୍ରିୟା ସମ୍ପାଦିତ କରିଥାନ୍ତି। ଫଳରେ ମନୁଷ୍ୟ ପିଢ଼ିର ପୃଥିବୀରେ ଅବସ୍ଥାନ ସୁନିଶ୍ଚିତ ହୋଇଥାଏ। ପରପିଢ଼ିକୁ ଆଗକୁ ବଢ଼ାଇବା ଜୀବଜଗତର ଏକ ସ୍ବୟଂକ୍ରୀୟ ପ୍ରକ୍ରିୟା। କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗିଯାଇ ଜୀବନ ହାରିବା ବି ଆଜିକାର ଯୁବା ପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଆମେ ଯଦି ଶହେ ବର୍ଷର ପୂର୍ବ ସ୍ଥିତିକୁ ତର୍ଜମା କରିବା, ଦେଖାଯିବ ଯେ ସେତେବେଳେ ଗରିବୀ, ଅଭାବ ଅନଟନ, ଖାଦ୍ୟାଭାବ, ରୋଗ ବ୍ୟାଧି, ମରୁଡ଼ି, ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଇତ୍ୟାଦି କିଛି କମ୍‌ ନ ଥିଲା, ମାତ୍ର ଜନସାଧାରଣଙ୍କ ସହଣିଶକ୍ତି, ଏ ସବୁ ବିପଦରେ ନ ଭାଙ୍ଗିବା ପାଇଁ ପ୍ରଚୁର ସାହସ ଓ ସାମର୍ଥ୍ୟ ଦେଉଥିଲା। ଶୂନ୍ୟତା ଭିତରେ ଆଶା ସଞ୍ଚାର କରି ଉଜୁଡା ଘରକୁ ପୁଣି ସଜାଡ଼ି ନେଉଥିଲା ନିଜ ବୁଦ୍ଧି ବଳରେ। ଦୁଃଖ ଲାଗେ ଉଚ୍ଚଶିକ୍ଷିତ ରୋଜଗାର ସମ୍ପନ୍ନ ଯୁବାଗୋଷ୍ଠୀ ସାମାନ୍ୟ ବ୍ୟାପାରରେ ଦୋହଲିଯାଇ ମୂଲ୍ୟବାନ ଜୀବନ ହାରିବାକୁ ପଛାଉନାହାନ୍ତି। ପଶୁ ପାଖରେ ମାନବତା ଉଦ୍ରେକ ହେଉଥିବା ବେଳେ ମନୁଷ୍ୟଠାରେ ପଶୁର ପରିପ୍ରକାଶ ସଭ୍ୟତାର ବିକାଶ ପାଇଁ ଶୁଭଙ୍କର ନୁହେଁ। ଏହା ସଭ୍ୟତା ଅଭ୍ୟୁଦୟ ନିୟମର ବିପରୀତରେ ଯାଉନାହିଁ ତ ? ଆସନ୍ତୁ ସମସ୍ତେ ମିଶି ସମାଜରୁ ପଶୁ ପ୍ରବୃତ୍ତିର ବିଲୋପ ପାଇଁ ଚେଷ୍ଟା କରିବା।
ମୋ-୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri