ପ୍ରାଣୀ ଜନ୍ମ ନିୟନ୍ତ୍ରଣ ଯୋଜନା ବାଟବଣା

ରାଉରକେଲା ଅଫିସ୍‌, ୨୨।୪: ବୁଲା କୁକୁର ଜନ୍ମହାର ନିୟନ୍ତ୍ରଣ ପାଇଁ ରାଉରକେଲା ସରକାରୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ସହରରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) ଯୋଜନା ଚାଲିଛି। ଏହି ଯୋଜନା ୨୦୧୨ରେ ଆରମ୍ଭ ହୋଇଥିଲେ ମଧ୍ୟ ରାଉରକେଲା ସହରରେ ଆଶାନୁରୂପ ସଫଳତା ମିଳି ନ ଥିବା ଅଭିଯୋଗ ହୋଇଛି।
ଯୋଜନା ମୁତାବିକ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏବିସି କେନ୍ଦ୍ର ଅସ୍ତ୍ରୋପଚାର ଓଟି ଓ ୪୦ କେନେଲ ନିର୍ମାଣ କରାଯାଇଥିଲା। ବିଭାଗୀୟ ତଥ୍ୟ ଅନୁସାରେ ୨୦୧୨ରେ ରାଉରକେଲା ସହରରେ ୨୦ ହଜାର ବୁଲା କୁକୁର ଥିଲେ। ୨୦୨୩ ମାର୍ଚ୍ଚ ସୁଦ୍ଧା ୪ହଜାର ୫ଶହ ବୁଲା କୁକୁରଙ୍କ ଅସ୍ତ୍ରୋପଚାର ହୋଇଛି। ସହରରେ ଏବେ ୧୦ହଜାର ବୁଲା କୁକୁର ରହିଥିବା କୁହାଯାଉଥିବା ବେଳେ ଏହାଠାରୁ ଅଧିକ ବୁଲା କୁକୁର ଥିବା ସହରବାସୀ କହୁଛନ୍ତି। ଛେଣ୍ଡ୍‌ର ବୁଲା କୁକୁର ରକ୍ଷକ ଜ୍ୟୋତିରଞ୍ଜନ ପଧାନ କୁହନ୍ତି, ରାଉରକେଲା ସହରରେ ବୁଲା କୁକୁର ଜନ୍ମହାର ନିୟନ୍ତ୍ରଣ ଯୋଜନା ବାଟବଣା ହୋଇଛି। କୁକୁର ରାସ୍ତାରେ ଗଡୁଛନ୍ତି। ଟିକାକରଣ ଅଭାବରୁ ବୁଲା କୁକୁରଙ୍କ ଦେହରେ ଘା’ ହେଉଛି। ସେମାନେ ଖାଦ୍ୟ ଓ ପାଣି ଅଭାବର ସମ୍ମୁଖୀନ ହେଉଛନ୍ତି। ହକି ବିଶ୍ୱକପ୍‌ ପୂର୍ବରୁ ସବୁଠି ବ୍ୟାରିକେଡ ଲାଗିଲା। ଏପରିକି ସହରର ପୋଖରୀ ଗୁଡିକରେ ମଧ୍ୟ ବ୍ୟାରିକେଡ ଲଗାଗଲା। ବ୍ୟାରିକେଡ ଯୋଗୁ ବର୍ତ୍ତମାନ ପ୍ରଚଣ୍ଡ ଖରାରେ ବୁଲା କୁକୁର ପାଣି ଟିକେ ପାଉନାହାନ୍ତି। ଏଭଳି ଦୃଶ୍ୟ ଛେଣ୍ଡ, ବାସନ୍ତୀ ନଗର, ଟାଉନସିପ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେପର୍ଯ୍ୟନ୍ତ ଯୋଜନା ସହ ସ୍ଥାନୀୟ ଲୋକ ଜଡିତ ହୋଇନାହାନ୍ତି ସେପର୍ଯ୍ୟନ୍ତ ଏହା ସଫଳ ହୋଇପାରିବ ନାହିଁ ବୋଲି ପଧାନ କହିଥିଲେ। ସେହିପରି ଛେଣ୍ଡ୍‌ର ଅନ୍ୟ ଜଣେ ବୁଲା କୁକୁର ରକ୍ଷକ ଅଂଶୁମାନ ରଣା କୁହନ୍ତି, ବିଭାଗ ବୁଲା କୁକୁରଙ୍କୁ ଯେଭଳି କାବୁ କରିବା କଥା ତାହା କରୁନି। କୁକୁର ବେକରେ ଟାଣ ତାର ବାନ୍ଧି କାବୁ କରୁଛି। ଫଳରେ ସେମାନେ ଆଘାତ ପାଉଛନ୍ତି। ବନ୍ଧ୍ୟାକରଣ କରାଯାଇଥିବା କୁକୁର ପୁଣି ଗର୍ଭବତୀ ହେବା ସହ ଛୁଆ ଜନ୍ମ କରୁଛନ୍ତି। ବିଭାଗ ପାଖରେ ଏକମାତ୍ର ଡଗ୍‌ କ୍ୟାଚ୍‌ ଯାନ ରହିଛି। ରାଉରକେଲା ସହରରେ ବୁଲା କୁକୁର ସମ୍ପୂର୍ଣ୍ଣ ଅସୁରକ୍ଷିତ। ଯୋଜନା ଆରମ୍ଭ ହେବାର ୧୦ବର୍ଷ ହେଲାଣି, ବୁଲା କୁକୁରଙ୍କ ବନ୍ଧ୍ୟାକରଣରେ ୧୦୦ପ୍ରତିଶତ ସଫଳତା ହାସଲ କରିବାରେ ବିଭାଗ ବିଫଳ ହୋଇଥିବା ରଣା କହିଥିଲେ। ଏ ସମ୍ପର୍କରେ ରାଉରକେଲା ଏସ୍‌ଡିଭିଓ ପ୍ରସନ୍ନ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, ସହରରେ ୨୦୧୨ରୁ ଏବିସି ଯୋଜନା କାର୍ଯ୍ୟକାରୀ ହେଲା। ବୁଲା କୁକୁର ଜନ୍ମହାର ନିୟନ୍ତ୍ରଣ ଠିକ୍‌ ଭାବେ ଚାଲିଛି। ବର୍ତ୍ତମାନ ସୁଦ୍ଧା ୪ହଜାର ୫ ଶହ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି। ସେମାନଙ୍କୁ କାବୁ କରିବା ପାଇଁ ନେଟ୍‌ ଓ ଲୁପ୍‌ ବ୍ୟବହାର ହେଉଛି। ନୂତନ ଡଗ୍‌ କ୍ୟାଚ୍‌ ଯାନ ପାଇଁ ପ୍ରସ୍ତାବ ଗୃହୀତ ହୋଇସାରିଛି। ମାସେ ମଧ୍ୟରେ ନୂତନ ଯାନ ଆସିବ। ଏବିସିରେ ଭେଟେନାରୀ ଡାକ୍ତର ନ ଥିଲେ, ବର୍ତ୍ତମାନ ଡାକ୍ତର ଯୋଗ ଦେଇଛନ୍ତି। ଅସ୍ତ୍ରୋପଚାର ପରେ ବୁଲା କୁକୁର ପୁନଃ ଗର୍ଭବତୀ ହେବା ବିଷୟ ଅଯୁକ୍ତିକର ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଦୁର୍ଗା ପୂଜା ପୂର୍ବରୁ କେନ୍ଦୁଝର ପୋଲିସର ବ୍ୟାପକ ସୁରକ୍ଷା ଯାଞ୍ଚ: ଆନନ୍ଦପୁର ଉପଖଣ୍ଡରେ…

ହାଟଡିହୀ,୩।୧୦(ଶୁଭକାନ୍ତ ନାୟକ): ଆସନ୍ତା ଦୁର୍ଗା ପୂଜା ପାର୍ବଣ ସମୟରେ ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡୁଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ଦୁର୍ଘଟଣାରେ ଆହତଙ୍କୁ ବୋହି ମେଡିକାଲ ନେଲେ ଦୁଇ ହୋମଗାର୍ଡ, ସାହସିକତା ପାଇଁ ଗଜପତି ଏସ୍‌ପିଙ୍କ ପ୍ରଶଂସା

ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା…

ଶିକ୍ଷକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଉପରେ ମନ୍ଥନ

ଦିଗପହଣ୍ଡି,୩ା୧୦(ଅଶେଷ ନାଥ ମିଶ୍ର): ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କର ନିରନ୍ତର ବୃତ୍ତିଗତ ଦକ୍ଷତା ବିକାଶ ଲକ୍ଷ୍ୟରେ ଦିଗପହଣ୍ଡି ନୂଆସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ମାସିକ କ୍ଲଷ୍ଟର ସ୍ତରୀୟ ସହଭାଗିତା…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?