ତୂଳୀରେ ଜୀବନ୍ତ ହେଉ ଅନୁଗୋଳର ଐତିହ୍ୟ

ଅନୁଗୋଳ ଅଫିସ୍‌, ୪।୮

ସରକାରୀ ଅର୍ଥରେ ଅନୁଗୋଳର ବିଭିନ୍ନ ପ୍ରାଚୀରରେ ସାଜସଜ୍ଜା କରାଯାଉଛି। ରଙ୍ଗବେରଙ୍ଗର ଚିତ୍ରକଳାରେ ସହରର ସୌନ୍ଦର୍ଯ୍ୟ ବଢ଼ାଯାଉଛି। ସରକାରୀ ଯୋଜନାର ପ୍ରଚାର ସହ କରୋନା ସଂକ୍ରମଣ ନେଇ ସତର୍କ ସୂଚନା ଦିଆଯାଉଛି। ହେଲେ ଏଥିରେ ସ୍ଥାନ ପାଉନି ଅନୁଗୋଳର କଳା, ସଂସ୍କୃତି, ଯାହାକୁ ନେଇ ମନଉଣା କରିଛନ୍ତି ଅନେକ ସଂସ୍କୃତିପ୍ରେମୀ ସହରବାସୀ। କାରିଗରଙ୍କ ତୂଳୀରେ ଅନୁଗୋଳର ଐତିହ୍ୟକୁ ଜୀବନ୍ତ କରାଯାଇପାରିଲେ ଏହା ଆହୁରି ପ୍ରଶଂସନୀୟ ହୋଇପାରନ୍ତା ବୋଲି ସେମାନେ ମତ ଦେଇଛନ୍ତି।
କରୋନା ଭଳି ମହାମାରୀ ସମୟରେ ଅନୁଗୋଳ ପୌରପାଳିକାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସହରାଞ୍ଚଳ କର୍ମଭିତ୍ତିକ ଯୋଜନାରେ କର୍ମ ନିଯୁକ୍ତି ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅର୍ଥ ଦିଆଯାଇଛି। ପୌରପାଳିକା ପକ୍ଷରୁ ହେଉଥିବା ଏହି ପ୍ରାଚୀର କଳା କାର୍ଯ୍ୟ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ଜରିଆରେ କରାଯାଉଛି। ମେଡିକାଲ ଛକ ପାଖରୁ ଆରମ୍ଭ କରି ଷ୍ଟାଡିୟମ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, ପିଟିସି ଛକ ଆଦି ସ୍ଥାନରେ ଥିବା ପାଚେରିଗୁଡ଼ିକରେ ସୁନ୍ଦର ଚିତ୍ରକଳାମାନ ସ୍ଥାନ ପାଉଛି। ବିଶେଷକରି ସରକାରୀ ଯୋଜନା ସହ କରୋନା ସମୟରେ ଲୋକଙ୍କୁ କିପରି ସଚେତନ ଓ ସତର୍କ କରିହେବ ତାହା ଉପରେ ଧ୍ୟାନ ଦିଆଯାଉଛି। କିନ୍ତୁ ଅନୁଗୋଳ ଜିଲାର କଳା, ସଂସ୍କୃତି ଓ ଐତିହ୍ୟକୁ ଏଥିରେ ସ୍ଥାନ ଦିଆଯାଉଥିବା ଦେଖାଯାଉ ନାହିଁ। ଜିଲାରେ ସାତକୋଶିଆ ଅଭୟାରଣ୍ୟ, ବ୍ୟାଘ୍ର ପ୍ରକଳ୍ପ, ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ର, ମହାରାଜା ସୋମନାଥ ସିଂହ ଜଗଦ୍ଦେବ, ତାଳଚେରର ରାଜବାଟୀ ଆଦି ଅନେକ କିଛି ସମ୍ପର୍କରେ କଳାକୃତି ଅଙ୍କନ କରାଯାଇପାରିବ। କିନ୍ତୁ ଚିତ୍ରକରଙ୍କ ତୂଳୀରେ ଏସବୁ ସ୍ଥାନ ଦିଆଯାଉ ନାହିଁ। ଅନେକ କାନ୍ଥରେ କେବଳ ଝୋଟି ଚିତା ପକାଯାଉଥିବା ବେଳେ ସେଥିରେ ଅନୁଗୋଳର ଏସବୁ ଐତିହ୍ୟକୁ ଗୁନ୍ଥାଯାଇ ପାରିଲେ ଏହାକୁ ଆହୁରି ସ୍ବାଗତ କରାଯାଇପାରନ୍ତା। ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଯେଉଁ ସବୁ ଫଟୋ ଦିଆଯାଉଛି ତାହାକୁ ତୂଳିରେ ଜୀବନ୍ତ ରୂପ ଦେଉଥିବା କେତେଜଣ ଚିତ୍ରକର ପ୍ରକାଶ କରିଛନ୍ତି।
ଆଗାମୀ ଦିନରେ ସ୍ଥାନ ପାଇବ
ଅନୁଗୋଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପାଚେରିରେ କଳାକୃତି ଦ୍ୱାରା ଜନସଚେତନତା ସୃଷ୍ଟି କରାଯାଉଛି। ଅନୁଗୋଳର ବିଭିନ୍ନ ଐତିହ୍ୟସ୍ଥଳୀକୁ ଏଥିରେ ସ୍ଥାନ ଦେବାରେ ଅସୁବିଧା ନାହିଁ। ପୂର୍ବରୁ କେହି ଦୃଷ୍ଟି ଆକର୍ଷଣ କରି ନ ଥିଲେ। ଆଗାମୀ ଦିନରେ ତାହାକୁ ସ୍ଥାନ ଦିଆଯିବ।
-ବିନୋଦ ଚନ୍ଦ୍ର ପଣ୍ଡା, ଅନୁଗୋଳ ପୌର ନିର୍ବାହୀ ଅଧିକାରୀ
ସୌନ୍ଦର୍ଯ୍ୟ ବଢ଼ାନ୍ତା ସାତକୋଶିଆ
କାନ୍ଥ କାରୁକାର୍ଯ୍ୟ ପାଇଁ ଅନୁଗୋଳ ସହର ପୂର୍ବାପେକ୍ଷା ସୁନ୍ଦର ଦିଶୁଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଅନୁଗୋଳର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବିଶେଷକରି ସାତକୋଶିଆର ଚିତ୍ର ଆହୁରି ସୌନ୍ଦର୍ଯ୍ୟ ବଢ଼ାଇପାରନ୍ତା। -ରଶ୍ମିରଞ୍ଜନ ସାହୁ
ଚିତ୍ରରୁ ଜାଣିହେବ ସଂସ୍କୃତି
ଅନୁଗୋଳର କଳା, ସଂସ୍କୃତି କେତେ ସମୃଦ୍ଧ ତାହା ପୌରପାଳିକା ସମସ୍ତଙ୍କୁ ଏହି ଚିତ୍ରକଳା ମାଧ୍ୟମରେ ଜଣାଇପାରିବ। ବିଶେଷକରି ଆଗନ୍ତୁକମାନେ ବ୍ଲକ ସଦରମହକୁମାରୁ ହିଁ ସେ ନେଇ ବାର୍ତ୍ତା ପାଇପାରିବେ। ପୂର୍ବପୁରୁଷଙ୍କ ମହାନ୍‌ କୀର୍ତ୍ତିକୁ ଲୋକ ଲୋଚନକୁ ଆଣିବାର ଏହା ଉପଯୁକ୍ତ ସମୟ।
-ବିଶ୍ୱଜିତ ବିଶ୍ୱାଳ
ଜନ୍ମମାଟିର ଇତିହାସ ଜଣାଅ
ନିଜ ଜନ୍ମ ମାଟିର ଇତିହାସ ସମ୍ପର୍କରେ ସମସ୍ତେ ଜାଣିବା କଥା। ଅନୁଗୋଳ ଜିଲାର ରେଙ୍ଗାଳି ଡ୍ୟାମ୍‌ ହେଉ କି ତାଳଚେର ରାଜବାଟୀ, ସେ ନେଇ ନୂତନ ପିଢ଼ିଙ୍କୁ କେତେ କ’ଣ ଜଣାଇବାର ଅଛି। ଏ ସମ୍ପର୍କିତ ଚିତ୍ରକଳା କାନ୍ଥରେ ରହିଲେ ନିଶ୍ଚିତ ଭଲ ହେବ।
-ଅଜୟ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

‘ବନାଗ୍ନି ହ୍ରାସ ପାଇଁ ଯୋଜନା ପ୍ରସ୍ତୁତ କର’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟରେ ଜଙ୍ଗଲ ସମ୍ପଦ ବୃଦ୍ଧି ପାଇଛି। ତା’ ସହିତ ବନାଗ୍ନି ପ୍ରକୋପ ମଧ୍ୟ ବଢୁଛି। ହାତୀ-ମଣିଷ ଲଢ଼େଇ, ବନ୍ୟପ୍ରାଣୀ ଅଙ୍ଗ ଚୋରା ଚାଲାଣ ମୁଖ୍ୟ...

ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଲଭ୍‌ଲୀ ପ୍ରଥମ

ଭୁବନେଶ୍ୱର, ୨୩ା୭(ବ୍ୟୁରୋ): ଜାତୀୟ ସ୍ତରର ପତ୍ରିକା କମ୍ପିଟିଶନ୍‌ ସକ୍‌ସେସ୍‌ ରିଭିୟୁ ପକ୍ଷରୁ ଗତ ମାର୍ଚ୍ଚରେ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାର ଝିଅ...

ହକି ଗଡ଼ରେ ଉତ୍ସବ

ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର...

ଓଏଏସ୍‌ ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌:ଗୀତୁ ବଢ଼ାଇଲେ ଗୌରବ

ଢେଙ୍କାନାଳ ଅଫିସ, ୧୨।୧ ନିକଟରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ୧୫୨ ର଼୍ୟାଙ୍କ୍‌ ରଖି ଢେଙ୍କାନାଳ ଜିଲାର ଗୌରବ ବଢ଼ାଇଛନ୍ତି ସ୍ଥାନୀୟ କାରିଗର...

ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ...

ଟ୍ରକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଟିଟିଲାଗଡ଼, ୩୦।୧ (ଡି.ଏନ.ଏ.) -ବଲାଙ୍ଗୀର ଜିଲା ଟିଟିଲାଗଡ ସହରର ମଦଭାଟି ପଡାରେ ଶୁକ୍ରବାର ପୂର୍ବାହ୍ନରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି।...

ପିପିଲି ଉପନିର୍ବାଚନ: ଆଜିଠୁ ବାଲଟ୍‌ ମତଦାନ ଆରମ୍ଭ

ଭୁବନେଶ୍ୱର,୩।୫(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ସେନେଇ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସୋମବାରଠାରୁ ବାଲଟ୍‌ ମତଦାନ ଆରମ୍ଭ ହୋଇଛି। ଘରଘର ବୁଲି...

କମୁଛି ସଂଖ୍ୟା: ରାଜ୍ୟରେ ୭୭୮ ନୂଆ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାକୁ ପଛରେ ପକାଇଲା ଅନୁଗୋଳ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୭୭୮ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୩୩୨୩କୁ ବୃଦ୍ଧି ପାଇଥିବା ରାଜ୍ୟ...

Advertisement
Archives

Model This Week