କ୍ଷୁବ୍ଧ ଲଦାଖ

କେନ୍ଦ୍ର ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ଏହା ଦ୍ୱାରା ଜମ୍ମୁ ଓ କଶ୍ମୀର ଦୀର୍ଘବର୍ଷ ଧରି ପାଇ ଆସୁଥିବା ବିଶେଷ ସୁବିଧା ହରାଇଥିଲା। ଏଭଳି ପଦକ୍ଷେପ ଜମ୍ମୁ ଓ କଶ୍ମୀରକୁ ଭାଙ୍ଗି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ(ୟୁଟି)ରେ ପରିଣତ କରିଥିଲା। ଗୋଟେ ଜମ୍ମୁ ଓ କଶ୍ମୀର ନାମ ଧାରଣ କରିଥିବା ବେଳେ ଅନ୍ୟଟି ଲଦାଖ ହୋଇଥିଲା। ଦେଖିବାକୁ ଗଲେ ଜମ୍ମୁରେ ହିନ୍ଦୁ, କଶ୍ମୀରରେ ମୁସଲମାନ ସଂଖ୍ୟାଗରିଷ୍ଠ ଥିବା ବେଳେ ଲଦାଖ ପ୍ରାୟତଃ ବୌଦ୍ଧବହୁଳ। ଲଦାଖର ବୈଶିଷ୍ଟ୍ୟ ଦେଖିଲେ ଏହାର ପୂର୍ବରେ ଚାଇନା ଥିବା ବେଳେ ପଶ୍ଚିମରେ ପାକିସ୍ତାନ ରହିଛି। ଫଳରେ ଏହା ଭାରତ ପାଇଁ ଅତ୍ୟନ୍ତ ରଣନୀତିକ ମହତ୍ତ୍ୱ ରଖୁଛି। ଏହାର ଅଧିବାସୀ ବେଶ୍‌ ଶାନ୍ତିପ୍ରିୟ ଭାବେ ଜଣାଶୁଣା। ଭୌଗୋଳିକ ଦୃଷ୍ଟିରୁ ଏହା ଜମ୍ମୁ ଓ କଶ୍ମୀର ଭିତରେ ଥିବାରୁ ସ୍ବତନ୍ତ୍ରତା ପାଇପାରୁ ନ ଥିଲା। ଯେବେ ଏହା ଜମ୍ମୁ ଓ କଶ୍ମୀରଠାରୁ ଅଲଗା ହୋଇଗଲା ସେବେ ଲେହେ ରାସ୍ତାରେ ଲୋକେ ଉଲ୍ଲସିତ ହୋଇଯାଇଥିଲେ। ୫ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଲଦାଖର ରାଜନୈତିକ ଭବିଷ୍ୟତ ଅସ୍ପଷ୍ଟ ରହିଛି। ଉତ୍ତମ ଶାସନ ଓ ଅଧିକ ପ୍ରତିନିଧିତ୍ୱର ପ୍ରତିଶ୍ରୁତି ଏବେ ତିକ୍ତତାରେ ପରିଣତ ହେଲା ଭଳି ପ୍ରତୀୟମାନ ହେଉଛି। ତେଣୁ ଲଦାଖକୁ ରାଜ୍ୟ ମାନ୍ୟତା ଓ ସଂଖ୍ୟାଗରିଷ୍ଠ ଲଦାଖି ସମ୍ପ୍ରଦାୟ ସମ୍ବିଧାନର ଷଷ୍ଠ ପରିଚ୍ଛେଦରେ ଅନ୍ତର୍ଭୁକ୍ତ ହେବାର ଯୋଗ୍ୟତା ପୂରଣ କରିଥିବା ଦାବି କରୁଛନ୍ତି। ଲଦାଖ ସିଡ୍ୟୁଲ ସନ୍ନିବେଶିତ ହେଲେ ଏହା ସ୍ଥାନୀୟବାସୀଙ୍କୁ ଅଧିକ ରାଜନୈତିକ ଓ ଆର୍ଥିକ ସ୍ବାୟତ୍ତତା ପ୍ରଦାନ କରିବ। ସୂଚନା ଦିଆଯାଇପାରେ ଯେ, ସମ୍ବିଧାନର ୬ଷ୍ଠ ସିଡ୍ୟୁଲ ଆଦିବାସୀବହୁଳ ତ୍ରିପୁରା, ମେଘାଳୟ, ମିଜୋରାମ ଓ ଆସାମରେ ଲାଗୁ ହୋଇଛି। ତେବେ ଲଦାଖୀଙ୍କ ଅସନ୍ତୋଷ ୨୪ ସେପ୍ଟେମ୍ବରରେ ଲେହର ରାସ୍ତାରେ ପ୍ରକାଶ ପାଇଥିଲା ଯେତେବେଳେ ରାଜ୍ୟ ମାନ୍ୟତା ଓ ସାମ୍ବିଧାନିକ ସୁରକ୍ଷା ଦାବି କରୁଥିବା ବିକ୍ଷୋଭକାରୀମାନେ ଦୁଇ ଅନଶନକାରୀ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ହିଂସାତ୍ମକ ହୋଇପଡ଼ିଥିଲେ। କ୍ରୁଦ୍ଧ ବିକ୍ଷୋଭକାରୀଙ୍କର ପୋଲିସ ସହ ସଂଘର୍ଷ ହୋଇଥିଲା ଓ ଭାଜପାର ସ୍ଥାନୀୟ କାର୍ଯ୍ୟାଳୟକୁ ସେମାନେ ଜାଳି ଦେଇଥିଲେ। ହିଂସା ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ଲାଠିଚାର୍ଜ ଓ ଗୁଳିଚାଳନା କରିବାରୁ ପରିଣତି ସ୍ବରୂପ ୪ ଜଣ ବିକ୍ଷୋଭକାରୀଙ୍କ ଜୀବନ ଯାଇଥିବା ବେଳେ ଅନେକେ ଆହତ ହୋଇଛନ୍ତି। ସ୍ଥିତି ଅସମ୍ଭାଳ ହେବାରୁ ପ୍ରଶାସନ ସେଠାରେ କର୍ଫ୍ୟୁ ଜାରି କରିବା ସହ ଇଣ୍ଟରନେଟ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଛି। ବିକ୍ଷୋଭକୁ ହିଂସାତ୍ମକ ରୂପ ଦେବାରେ ସାମାଜିକ ତଥା ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗ୍‌ଚୁକ୍‌ଙ୍କ ହାତ ରହିଛି ବୋଲି କୁହାଯାଉଛି। ଏପରି କି ଲଦାଖ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଏସ୍‌. ଡି. ସିଂ ଜମଓ୍ବାଲ ପାକିସ୍ତାନ ସହ ଓ୍ବାଙ୍ଗ୍‌ଚୁକଙ୍କ ସମ୍ପର୍କ ଥିବା ନେଇ ତଦନ୍ତ କରାଯାଉଥିବା କହିଛନ୍ତି। ଇତିମଧ୍ୟରେ ତାଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ କରାଯାଇ ରାଜସ୍ଥାନର ଯୋଧପୁର କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଛି। ତେବେ ବିକ୍ଷୋଭକାରୀ ନେତାମାନେ ପୋଲିସର ଅଭିଯୋଗକୁ ଅସ୍ବୀକାର କରିଛନ୍ତି।
ମନେପକାଇ ଦିଆଯାଇପାରେ ଯେ ଇଞ୍ଜିନିୟରରୁ ଇନୋଭେଟର ପାଲଟିଥିବା ତଥା ଚର୍ଚ୍ଚିତ ‘୩ ଇଡିଅଟ୍ସ’ ଚଳଚ୍ଚିତ୍ର କାହାଣୀର ପ୍ରେରଣାଦାୟୀ ଚରିତ୍ର ସୋନମ ଓ୍ବାଙ୍ଗ୍‌ଚୁକ୍‌ ମଧ୍ୟ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ତାହାକୁ ସ୍ବାଗତ କରିଥିଲେ। କେନ୍ଦ୍ର ଶାସିତ ଅଞ୍ଚଳ ଦେଖିବାକୁ ପ୍ରତୀକ୍ଷା କରିଥିବା ଲୋକଙ୍କ ଉତ୍ସାହ ଶୀଘ୍ର ହ୍ରାସ ପାଇଲା ଯେତେବେଳେ ଲଦାଖୀମାନେ ଉପଲବ୍ଧ କଲେ ସେମାନଙ୍କ ୟୁଟିରେ କୌଣସି ବିଧାନସଭା ରହିବ ନାହିଁ। ଏପରିକି ଏହି ଅଞ୍ଚଳ ପୂର୍ବର ଜମ୍ମୁ ଓ କଶ୍ମୀର ବିଧାନସଭାରେ ଥିବା ୪ ବିଧାୟକ ପଦବୀକୁ ହରାଇଲା ଏବଂ ଏହାର ପ୍ରଶାସନ ସମ୍ପୂର୍ଣ୍ଣ ନୂଆଦିଲ୍ଲୀ ନିଯୁକ୍ତ ଅମଲାତନ୍ତ୍ରୀଙ୍କ ହାତରେ ରହିଲା। ଦେଖିବାକୁ ଗଲେ ଏହା ୨୦୧୯ ପୂର୍ବର ଶାସନ ବ୍ୟବସ୍ଥାଠାରୁ ମଧ୍ୟ ଖରାପ ଥିଲା। ଏହି ଅସନ୍ତୋଷ ଜମି ଅଧିକାର, ନିଯୁକ୍ତି ଏବଂ ଲଦାଖର ଜନସଂଖ୍ୟା, ପରିବେଶ ଓ ସଂସ୍କୃତିର ସଂରକ୍ଷଣ ନେଇ ଅନେକ ଭୟ ସୃଷ୍ଟି କରିଛି। ଜମ୍ମୁ ଓ କଶ୍ମୀରରେ ପରିବର୍ତ୍ତିତ ବାସସ୍ଥାନ (ଡୋମିସାଇଲ) ନିୟମ ଲଦାଖରେ ସମାନ ନୀତି ଦ୍ୱାରା ଜନସାଂଖିକ ପରିବର୍ତ୍ତନର ଆଶଙ୍କାକୁ ବଢ଼ାଇଛି। ଫଳରେ ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ସମ୍ବିଧାନର ୬ଷ୍ଠ ପରିଚ୍ଛେଦ ଅଧୀନରେ ସୁରକ୍ଷା (ଯେଉଁଥିରେ ବିଧାନପାଳିକା ଓ ନ୍ୟାୟିକ କ୍ଷମତା ସହିତ ସ୍ବୟଂଶାସିତ ଜିଲା ପରିଷଦ ଗଠନକୁ ଅନୁମତି ଦେଇଥାଏ) ଏବଂ ନିଯୁକ୍ତି ଓ ରାଜନୈତିକ ପ୍ରତିନିଧିତ୍ୱକୁ ସୁନିଶ୍ଚିତ କରିବା ଲାଗି ଦାବି ବଢ଼ିଲା।
କୁହାଯାଇପାରେ ଯେ, ଲୋକଙ୍କ ସ୍ବାଧୀନତାକୁ ସଙ୍କୁଚିତ କରିଦିଆଗଲେ ତାହାର ପ୍ରତିବାଦରେ ନାଗରିକ ତୀବ୍ର ସ୍ବର ଉତ୍ତୋଳନ କରିବା ସ୍ବାଭାବିକ। ଗଣତନ୍ତ୍ରରେ ଲୋକଙ୍କ ସ୍ବରକୁ ଅଗ୍ରାହ୍ୟ କରି ଦିଆଯାଇଥିବାରୁ ଅଧିବାସୀଙ୍କ ମଧ୍ୟରେ ପ୍ରଥମେ ଅସନ୍ତୋଷ ଓ ପରେ ତାହା ବିକ୍ଷୋଭର ରୂପ ଧାରଣ କଲା ବୋଲି କୁହାଯାଉଛି। ମୌଳିକ ଆବଶ୍ୟକତା ପୂରଣ ନ ହେଲେ ବିଦ୍ରୋହ ଅବଶ୍ୟମ୍ଭାବୀ। ଅନ୍ୟପକ୍ଷରେ ଲଦାଖରେ ଦେଖାଯାଇଥିବା ଅପ୍ରୀତିକର ସ୍ଥିତି ପାଇଁ ଜଳବାୟୁ କର୍ମୀ ଓ୍ବାଙ୍ଗଚୁକ୍‌ ବ୍ୟକ୍ତିଗତ ଭାବେ ଯଦି କାର୍ଯ୍ୟ କରିଥିବେ, ତାହା ହେଲେ ସେ ମଧ୍ୟ ଆଇନର ଊର୍ଦ୍ଧ୍ୱରେ ନୁହନ୍ତି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ନୂଆଦିଲ୍ଲୀ ଓ ଲଦାଖ ମଧ୍ୟରେ ଅବିଶ୍ୱାସ ଢେର ବଢ଼ିଯାଇଛି। ତେଣୁ ଏହାକୁ ସଂଘର୍ଷ ଭାବେ ନ ଦେଖି ବରଂ ଅତି ସତର୍କତାର ସହିତ ପରିଚାଳନା କରାଯିବା ଦରକାର। ଲଦାଖ କେବଳ ଏକ ସୀମାନ୍ତ ଅଞ୍ଚଳ ନୁହେଁ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୀମାରେଖା, ଯାହାର ଲୋକମାନେ ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରିଥାଆନ୍ତି। ଦୀର୍ଘ ଦଶନ୍ଧି ଧରି ଲଦାଖୀମାନେ ଭାରତର ସୀମାକୁ ରକ୍ଷା କରିଆସିଛନ୍ତି। ଏପରିକି ଚାଇନା କିମ୍ବା ପାକିସ୍ତାନର ଅନୁପ୍ରବେଶ ବିରୋଧରେ ପ୍ରଥମ ପ୍ରତିରୋଧ ରେଖା ଭାବେ ମଧ୍ୟ ସେମାନେ କାର୍ଯ୍ୟ କରିଛନ୍ତି। ଭିନ୍ନମତ ପ୍ରକାଶ କରୁଥିବା ଲଦାଖୀମାନଙ୍କୁ ‘ଦେଶବିରୋଧୀ’ ଭାବେ ଅଭିହିତ କରାଗଲେ ତାହା ବିଚ୍ଛିନ୍ନତାକୁ ବଢ଼ାଇବା ଆଶଙ୍କା ରହୁଛି। ଏଭଳି ସ୍ଥଳେ ଲଦାଖର ଲୋକମାନଙ୍କୁ ଆଶ୍ୱାସନା ଦିଆଯିବା କଥା ଯେ ସେମାନଙ୍କ ଗଣତାନ୍ତ୍ରିକ ଆକାଂକ୍ଷା ଓ ସାଂସ୍କୃତିକ ପରିଚୟ ଜାତୀୟ ନିରାପତ୍ତାକୁ ଦୁର୍ବଳ ନ କରି ସୁରକ୍ଷିତ ହୋଇପାରିବ।
ଲଦାଖରେ ଅଶାନ୍ତି ନୂଆଦିଲ୍ଲୀ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି। ବିଶେଷକରି ମଣିପୁର ସଙ୍କଟର ଭୁଲ୍‌ ପରିଚାଳନା ଯୋଗୁ ଏହି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଜାତିଗତ ହିଂସା ଆରମ୍ଭ ହେବାର ୨ ବର୍ଷ ୮ ମାସ ପରେ ମଧ୍ୟ ଜଳୁଛି। ଏପରି ଅଶାନ୍ତି ଦେଶର ସୀମା ମଧ୍ୟରେ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ନୂଆଦିଲ୍ଲୀର ବିଭ୍ରାନ୍ତିକର ବହିର୍ବ୍ୟାପାର ନୀତି ଦ୍ୱାରା ସୃଷ୍ଟ ସମସ୍ୟାଗୁଡ଼ିକୁ ଆହୁରି ଜଟିଳ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri