ଚେହେରା ଦେଖାଇଲେ ଇରାନର ଆଞ୍ଜେଲିନା ଜୋଲି

ତେହେରାନ: ଇରାନର ‘ଜୋମ୍ବି ଆଞ୍ଜେଲିନା ଜୋଲି’ ନାମରେ ପରିଚିତ ସହର ତବର ଜେଲରୁ ମୁକୁଳିବା ପରେ ନିଜ ଚେହେରା ଦେଖାଇଛନ୍ତି। ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ସବୁବେଳେ ପ୍ରସିଦ୍ଧି ଲାଭ କରିବାକୁ ଚାହୁଁଥିଲେ ଏବଂ ଏଥି ସକାଶେ ଭୟଙ୍କର ମେକ୍‌ଅପ୍‌ ନେବାକୁ ପସନ୍ଦ କରୁଥିଲେ ବୋଲି ସହର କହିଛନ୍ତି।
ଇନ୍‌ଷ୍ଟାଗ୍ରାମ୍‌ରେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ସଦୃଶ ନିଜର ବିଦ୍ରୂପାମତ୍କ ଫଟୋ ପୋଷ୍ଟ କରି ରାତାରାତି ପ୍ରସିଦ୍ଧି ପାଇଥିବା ଏହି ଯୁବତୀଙ୍କୁ ୨୦୧୯ ଅକ୍ଟୋବରରେ ଦୁର୍ନୀତି ଓ ଈଶ୍ୱର ନିନ୍ଦା ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଇରାନରେ ଗତମାସରେ ମହସା ଅମିନୀଙ୍କ ମୃତ୍ୟୁ ପରେ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ତାଙ୍କୁ ମୁକ୍ତ କରାଯାଇଛି। ୨୧ ବର୍ଷୀୟା ସହର ନିଜ ଅସଲ ଚେହେରାକୁ ଲୁଚାଇବା ପାଇଁ କସ୍‌ମେଟିକ୍‌ ସର୍ଜରି କରାଇଥିଲେ। ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ସୋସିଆଲ ମିଡିଆରେ ବିଧିବଦ୍ଧ ଭାବେ ଅଭିଯାନ ଚାଲିଥିଲା। ଆକ୍ଟିଭିଷ୍ଟ ମାଶିହ ଅଲିନେଜାଦ୍‌ଙ୍କ ମତରେ ସହର ତବରଙ୍କୁ ୧୯ ବର୍ଷ ହେଉଥିବାବେଳେ ତାଙ୍କ ବ୍ୟଙ୍ଗ ତାଙ୍କୁ ଜେଲ ଭିତରକୁ ଟାଣିନେଇଥିଲା। ନିରୀହ ଝିଅଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ମା’ ସବୁଦିନ ଲୁହ ଝରାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

ଷ୍ଟେଜ ଉପରେ କାହିଁକି ହଠାତ ନାଚିଲେ ଟ୍ରମ୍ପ? ସାମ୍ନାକୁ ଆସିଲା ଭିଡ଼ିଓ

ଓ୍ବାଶିଂଟନ,୨୨।୮: ଦକ୍ଷିଣ କାରୋଲିନାର ପ୍ରସିଦ୍ଧ ରିସର୍ଟ ସହର ମର୍ଟଲ ବିଚରେ ଏକ କାର୍ଯ୍ୟକ୍ରମରେ ଡୋନାଲ୍ଡ ଟ୍ରମ୍ପ ନାଚିଥିବାର ଦେଖାଯାଇଥିଲା। ଏହି କାର୍ଯ୍ୟକ୍ରମ ଶୁକ୍ରବାର ରାତିରେ ଅନୁଷ୍ଠିତ ହୋଇଥିଲା…

କଡ଼ା ଜବାବ ଦେବୁ: ଇରାନ

ତେହେରାନ, ୨୨।୮: ଇରାନର ନେତୃତ୍ୱକୁ କ୍ଷତବିକ୍ଷତ କରିବା ପାଇଁ ଆମେରିକା ଇତିହାସର ସବୁଠାରୁ କଠୋର ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିବା ପରେ, ଇରାନ ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri