ଭୁବନେଶ୍ୱର,୨୪।୩(ବ୍ୟୁରୋ): ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫-‘ଟି’ ପଦକ୍ଷେପ ସ୍ବରୂପ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ନିୟୋଜନ ପାଇଁ ବିକାଶ କରାଯାଇଥିବା ଏକ ପୋର୍ଟାଲକୁ ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲର ବ୍ୟବହାର ଦ୍ୱାରା ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କ ନିୟୋଜନ ପ୍ରକ୍ରିୟା ଏବଂ ଏହା ସମ୍ବନ୍ଧୀୟ ପ୍ରଶାସନିକ କାର୍ଯ୍ୟର ସଞ୍ଚାଳନ ସହଜରେ ହୋଇପାରିବ। କାର୍ଯ୍ୟଦକ୍ଷତା ବୃଦ୍ଧି, ନିୟୋଜନ ବିଜ୍ଞାପନ ପ୍ରକାଶ କରିବା, ଅନ୍ଲାଇନ୍ ନିୟୋଜନ ପ୍ରକ୍ରିୟାର ସ୍ବୟଂଚାଳନ ଏବଂ ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏହି ପୋର୍ଟାଲ ପରିକଳ୍ପନାର ଉଦ୍ଦେଶ୍ୟ। ଅତ୍ୟାବଶ୍ୟକ ସୂଚନାର ନିୟମିତ ଆଦାନ ପ୍ରଦାନ ପାଇଁ ପୋର୍ଟାଲ ସହିତ ଜଡ଼ିତ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏଥିରେ ଏକ ଉନ୍ନତ ସହଯୋଗକାରୀ ବ୍ୟବସ୍ଥା ରହିଛି। ନିୟୋଜନ ପ୍ରକ୍ରିୟାରେ ତ୍ରୁଟି ହ୍ରାସ ଏବଂ ଦକ୍ଷ ଓ ଉତ୍ତମ ପରିଚାଳନା କରିବା ଏହି ପୋର୍ଟାଲ ମାଧ୍ୟମରେ ସହଜସାଧ୍ୟ ହେବ। ଅଙ୍ଗନଓ୍ବାଡି କେନ୍ଦ୍ରର ତଥ୍ୟ ପରିଚାଳନା, ଶୂନ୍ୟ ସ୍ଥାନ ଯାଞ୍ଚ, ଅନ୍ଲାଇନ୍ ଦରଖାସ୍ତ ଏବଂ ତାହାର ସ୍ଥିତି ଜାଣିବା, ଆମୁଳଚୂଳ ଚୟନ ପ୍ରକ୍ରିୟା ପରି ଅନେକ ସୁବିଧା ଏହି ପୋର୍ଟାଲର ମୁଖ୍ୟ ଅଂଶବିଶେଷ। ଏଥିରେ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟାର ଦାୟିତ୍ୱବୋଧତା ମଧ୍ୟ ସୁନିଶ୍ଚିତ ହୋଇଛି। ପୋର୍ଟାଲରେ ଥିବା ତଥ୍ୟ ବିଶ୍ଳେଷଣର ପଦ୍ଧତି, ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ସଫଳତାର ଚିହ୍ନଟ ପାଇଁ ଏକ ନିର୍ଣ୍ଣାୟକ ମାନଦଣ୍ଡ ରୂପେ କାର୍ଯ୍ୟ କରିବ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଇ- ପ୍ରଶାସନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସହଜସାଧ୍ୟ କରିବ ବୋଲି ଆଶା କରାଯାଉଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏବଂ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…
ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...
ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...
ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...
ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର
ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...
ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…
ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...
ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି
ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍ରେ ସ୍ଥାନୀୟ ଏମ୍ପି ପ୍ରଦୀପ କୁମାର...
ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...
ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ
ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ): ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...
Archives


