ଭୁବନେଶ୍ୱର,୨୪।୩(ବ୍ୟୁରୋ): ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ୫-‘ଟି’ ପଦକ୍ଷେପ ସ୍ବରୂପ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ନିୟୋଜନ ପାଇଁ ବିକାଶ କରାଯାଇଥିବା ଏକ ପୋର୍ଟାଲକୁ ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଲୋକାର୍ପଣ କରିଛନ୍ତି। ଏହି ପୋର୍ଟାଲର ବ୍ୟବହାର ଦ୍ୱାରା ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକାଙ୍କ ନିୟୋଜନ ପ୍ରକ୍ରିୟା ଏବଂ ଏହା ସମ୍ବନ୍ଧୀୟ ପ୍ରଶାସନିକ କାର୍ଯ୍ୟର ସଞ୍ଚାଳନ ସହଜରେ ହୋଇପାରିବ। କାର୍ଯ୍ୟଦକ୍ଷତା ବୃଦ୍ଧି, ନିୟୋଜନ ବିଜ୍ଞାପନ ପ୍ରକାଶ କରିବା, ଅନ୍ଲାଇନ୍ ନିୟୋଜନ ପ୍ରକ୍ରିୟାର ସ୍ବୟଂଚାଳନ ଏବଂ ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଏହି ପୋର୍ଟାଲ ପରିକଳ୍ପନାର ଉଦ୍ଦେଶ୍ୟ। ଅତ୍ୟାବଶ୍ୟକ ସୂଚନାର ନିୟମିତ ଆଦାନ ପ୍ରଦାନ ପାଇଁ ପୋର୍ଟାଲ ସହିତ ଜଡ଼ିତ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏଥିରେ ଏକ ଉନ୍ନତ ସହଯୋଗକାରୀ ବ୍ୟବସ୍ଥା ରହିଛି। ନିୟୋଜନ ପ୍ରକ୍ରିୟାରେ ତ୍ରୁଟି ହ୍ରାସ ଏବଂ ଦକ୍ଷ ଓ ଉତ୍ତମ ପରିଚାଳନା କରିବା ଏହି ପୋର୍ଟାଲ ମାଧ୍ୟମରେ ସହଜସାଧ୍ୟ ହେବ। ଅଙ୍ଗନଓ୍ବାଡି କେନ୍ଦ୍ରର ତଥ୍ୟ ପରିଚାଳନା, ଶୂନ୍ୟ ସ୍ଥାନ ଯାଞ୍ଚ, ଅନ୍ଲାଇନ୍ ଦରଖାସ୍ତ ଏବଂ ତାହାର ସ୍ଥିତି ଜାଣିବା, ଆମୁଳଚୂଳ ଚୟନ ପ୍ରକ୍ରିୟା ପରି ଅନେକ ସୁବିଧା ଏହି ପୋର୍ଟାଲର ମୁଖ୍ୟ ଅଂଶବିଶେଷ। ଏଥିରେ ଚିହ୍ନଟ ଓ ଯାଞ୍ଚ ପ୍ରକ୍ରିୟାର ଦାୟିତ୍ୱବୋଧତା ମଧ୍ୟ ସୁନିଶ୍ଚିତ ହୋଇଛି। ପୋର୍ଟାଲରେ ଥିବା ତଥ୍ୟ ବିଶ୍ଳେଷଣର ପଦ୍ଧତି, ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ସଫଳତାର ଚିହ୍ନଟ ପାଇଁ ଏକ ନିର୍ଣ୍ଣାୟକ ମାନଦଣ୍ଡ ରୂପେ କାର୍ଯ୍ୟ କରିବ। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଇ- ପ୍ରଶାସନ ପ୍ରକ୍ରିୟାକୁ ଆହୁରି ସୁଗମ ଓ ସହଜସାଧ୍ୟ କରିବ ବୋଲି ଆଶା କରାଯାଉଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଏବଂ ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କଲେ ମନ୍ତ୍ରୀ: ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ
ସାକ୍ଷୀଗୋପାଳ,୧୧।୧୧(ଡି.ଏନ୍.ଏ): ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ସୋମବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଙ୍ଗନଓ୍ବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି। ମହିଳା...

ଗଞ୍ଜାମରେ କରୋନାରେ ମୃତ, ଆକ୍ରାନ୍ତଙ୍କ ପାଇଁ ୧୦୪ ଆମ୍ବୁଲାନ୍ସ: ୨୪ ଘଣ୍ଟିଆ ମନିଟରିଂ ସେଲ
ଛତ୍ରପୁର,୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର କରୋନା ଆକ୍ରାନ୍ତଙ୍କ ପାଇଁ ୧୦୪ ଟି ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସସ ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରତିଟି ବ୍ଲକରେ ୪ଟି, ବ୍ରହ୍ମପୁର ମହାନଗର...

ଓଏଏସ୍ ସ୍ତରରେ ଅଦଳବଦଳ: ଶ୍ବେତ କୁମାର ଦାଶ ବିଡିଏ ଯୁଗ୍ମ ଆୟୁକ୍ତ (ଇଷ୍ଟେଟ)
ଭୁବନେଶ୍ୱର,୧୨।୧(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍ (ଓଡ଼ିଶା ପ୍ରଶାସନିକ ସେବା) ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ୫ ଓଏଏସ୍ ଅଫିସରଙ୍କୁ ବଦଳି ସହ ଅନ୍ୟତ୍ର...

ଏସ୍ସିବି ମେଡିକାଲରେ ଭିଜିଲାନ୍ସର ଖୋଳତାଡ: ୨୯୪ କର୍ମଚାରୀ ନିଯୁକ୍ତିକୁ ନେଇ ଅଡୁଆ ପରିସ୍ଥିତି
କଟକ ଅଫିସ,୧୨।୧୨: ଏସ୍ସିବି ମେଡିକାଲରେ ଏକ ଘରୋଇ ସଂସ୍ଥା ମାଧ୍ୟମରେ ୨୯୪ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିରେ ବ୍ୟାପକ ଜାଲିଆତି କରାଯାଇଥିବା...

ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ କରଙ୍କୁ ଜଣେ...

ଦିବ୍ୟଶଙ୍କରଙ୍କ ବାସଭବନ ଉପରେ ଅଣ୍ଡା ମାଡ଼
ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣାରେ ଆଇନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭବାନୀପାଟଣାଠାରେ...

ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେ.ଭି ଲାଇନ ମରାମତି: ସୁରକ୍ଷା ସରଞ୍ଜାମ ବିନା କାର୍ଯ୍ୟ କରୁଛନ୍ତି ଠିକା ଶ୍ରମିକ
ଯାଜପୁର ରୋଡ,୧।୮(ନି.ପ୍ର): ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଆବଶ୍ୟକ ସୁରକ୍ଷା ଉପକରଣ ଯୋଗାଇବା ପାଇଁ ନିୟମ ରହିଛି। କିନ୍ତୁ ନେସ୍କୋ ୟୁନିଟିରେ ଠିକା ଶ୍ରମିକଙ୍କୁ ବିନାସୁରକ୍ଷା...

କରୋନା ପ୍ରଭାବ: ଶୂନଶାନ ବାରିପଦା ଛଉପଡ଼ିଆ
ବାରିପଦା ଅଫିସ, ୧୪ା୪- ଚୈତ୍ର ମାସ ଆସିଲେ ଦୁଲୁକି ଉଠେ ମୟୂରଭଞ୍ଜ ମାଟି। ବିଶ୍ୱ ପ୍ରସିଦ୍ଧ ଲୋକନୃତ୍ୟ ଛଉର ତାଳ ତାଳେ ବାଦ୍ୟକାର ଏବଂ ନୃତ୍ୟଶିଳ୍ପୀମାନେ...