Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ଏହି ଖ୍ୟାତନାମା କ୍ରିକେଟର, ହଠାତ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ଆନ୍ତର୍ଜାତୀୟ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି, ଯେଉଁଥିରେ ଅଭିଜ୍ଞ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ପ୍ରତ୍ୟାବର୍ତ୍ତନ ପ୍ରଶଂସକଙ୍କ ମନୋବଳ ବୃଦ୍ଧି କରିଛି। ଏହି ସିରିଜ ୱେଷ୍ଟଇଣ୍ଡଜ୍‌ର ଘରୋଇ ମଇଦାନରେ ଖେଳାଯିବ। କିନ୍ତୁ ଏହି ସିରିଜ ସମୟରେ ଆନ୍ଦ୍ରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। କାରଣ ସେ ଅବସର ନେବାର ନିଷ୍ପତ୍ତି ନେଇଛନ୍ତି।
ଇଏସ୍‌ପିଏନ୍‌କ୍ରିକଇନ୍‌ଫୋର ରିପୋର୍ଟ ଅନୁଯାୟୀ, ସାବିନା ପାର୍କରେ ହେବାକୁ ଥିବା ପ୍ରଥମ ଦୁଇଟି ମ୍ୟାଚ୍‌ ପରେ ରସେଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ। ୨୦୧୯ ଠାରୁ ରସେଲ କେବଳ ଟି୨୦ ଆନ୍ତର୍ଜାତୀୟ ଖେଳାଳି ଅଛନ୍ତି ଏବଂ ଏପର୍ଯ୍ୟନ୍ତ ୮୪ଟି ଟି୨୦ ମ୍ୟାଚ ଖେଳିଛନ୍ତି। ସେ ୨୦୨୬ ଫେବୃଆରୀରେ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ ପୂର୍ବରୁ ଏହି ନିଷ୍ପତ୍ତି ନେବାକୁ ସ୍ଥିର କରିଛନ୍ତି। ତାଙ୍କର ଅବସର ୱେଷ୍ଟଇଣ୍ଡିଜ ପାଇଁ ଏକ ବଡ଼ ଝଟକା ହେବ। ଏହା ପୂର୍ବରୁ ନିକୋଲାସ ପୁରନ ମଧ୍ୟ ଅବସର ଘୋଷଣା କରିସାରିଛନ୍ତି।
ଆନ୍ଦ୍ରେ ରସେଲ ୱେଷ୍ଟଇଣ୍ଡିଜ ପାଇଁ ୨ଟି ଟି୨୦ ବିଶ୍ୱକପ ଜିତିଛନ୍ତି। ସେ ୨୦୧୨ ଓ ୨୦୧୬ରେ ଟି୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଦଳର ଅଂଶ ଥିଲେ। ସେ ୱେଷ୍ଟଇଣ୍ଡିଜ ପାଇଁ ମୋଟ ୧ ଟେଷ୍ଟ, ୫୬ ଦିନିକିଆ ଓ ୮୪ ଟି୨୦ ମ୍ୟାଚ ଖେଳିଛନ୍ତି। ଟେଷ୍ଟରେ ସେ ୨ ରନ ସଂଗ୍ରହ କରିଛନ୍ତି ଓ ୧ ୱିକେଟ ନେଇଛନ୍ତି। ଦିନିକିଆରେ ତାଙ୍କ ନାମରେ ୧୦୩୪ ରନ ଓ ୭୦ ୱିକେଟ ରହିଛି। ଏହା ବ୍ୟତୀତ ଟି୨୦ରେ ଆନ୍ଦ୍ରେ ରସେଲ ୧୦୭୮ ରନ ସହ ୬୧ ୱିକେଟ ନେଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri