ଫାଟୁସିନେରିରେ ଆନ୍ଧ୍ରର ଭୋଟ: ମଇଦାନରେ ୨ ସରପଞ୍ଚ,୧୬ ଓ୍ବାର୍ଡସଭ୍ୟ ପ୍ରାର୍ଥୀ

ପଟ୍ଟାଙ୍ଗୀ,୧୩ା୨: ଆନ୍ଧ୍ର ସରକାର ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୩ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା ଜଣାପଡ଼ିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବ୍ଲକଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଜାଗ ରହିଛନ୍ତି। ଏହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଆନ୍ଧ୍ର ସରକାରଙ୍କ ଉପରେ ପଡିନାହିଁ। ଖବରରୁ ଜଣାପଡିଛି, ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୮ଟି ଗ୍ରାମ ମଧ୍ୟରୁ ୨୧ଟି ଗ୍ରାମ ବିବାଦରେ ରହିଛି। ଏହି ବିବାଦ ଆନ୍ଧ୍ର ସରକାରଙ୍କ ସହ ଚାଲିଛି। ବିବାଦୀୟ ଗ୍ରାମଗୁଡିକ ମଧ୍ୟରୁ ତଳଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରି ଆଦି ୩ ଗ୍ରାମକୁ ଆନ୍ଧ୍ର ସରକାର ପଞ୍ଚାୟତର ମାନ୍ୟତା ଦେଇ ଏବେ ସେଠାରେ ନିର୍ବାଚନ କରୁଛନ୍ତି। ଏନେଇ ଆନ୍ଧ୍ର ସରକାର ଜାନୁୟାରୀ ୩୧ରୁ ବିଜ୍ଞପ୍ତି ଜାରି କରିଥିଲେ। କୋରାପୁଟ ଜିଲା ପ୍ରଶାସନ ଏହା କିପରି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ କୋଟିଆ ପଞ୍ଚାୟତର ଏହି ୩ ଗ୍ରାମ ମଧ୍ୟରୁ ତଳ ଗଞ୍ଜେଇପଦର ଏବଂ ଫଗୁଣସିନେରି ୨ ପଞ୍ଚାୟତରେ ସରପଞ୍ଚ ଓ ଓ୍ବାର୍ଡସଭ୍ୟମାନେ ଅପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି। ବର୍ତ୍ତମାନ ଫାଟୁସିନେରି ଗ୍ରାମରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରୁଛନ୍ତି। ଶନିବାର ଏନେଇ ମତଦାନ ହେବ। ୨ ସରପଞ୍ଚ ପ୍ରାର୍ଥୀ ସେଦା ରାପୋକାମି ଓ କୋଣ୍ଡାପେଲି ପାଇଡି ତାଲିଆମାଁଙ୍କ ସହ ମୁକାବିଲା ହେବ। ସେହିପରି ଓ୍ବାର୍ଡସଭ୍ୟ ପଦପାଇଁ କୋଣ୍ଡାପେଲି ଲଛମି, ଚୋଡପେଲି ଡିପାଇ, ତାଡିଙ୍ଗି ଜୁଲମେ, କୁନେଟି ଦେଉଡୁ ଆମ୍ମା, ତାଡିଙ୍ଗି ମୁକୁ, ହନ୍ତାଳ ମଇନା, ମେଲିକା ବିମା, ସେଦାରାପୋ ଏନଙ୍ଗାନା, ସୋଢାପେଲି ସିତ୍ରୋ, ସେଦାରାପୁ ସିମି, ସେଦାରାପୁ ମୋତାଇ, କୁନେଟି ଦାଶାଇ, ସେଦାରାପୁ ସାମି, ତାଡିଙ୍ଗି ସିଙ୍ଗାରି, ସେଦାରାପୁ ଚୁକା, କୁନେଟି କୋମାଟି ପ୍ରମୁଖଙ୍କ ମଧ୍ୟରେ ମୁକାବିଲା ହେବ। ତେବେ ଗ୍ରାମବାସୀଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ସରକାରଙ୍କ କୋରାପୁଟ ଜିଲା ପ୍ରଶାସନ ଫାଟୁସିନେରି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସଚେତନ କରୁଛି। ସୂଚନା ଯୋଗ୍ୟ, କୋଟିଆ ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୧୭୦ କୋଟି ଟଙ୍କା ପ୍ୟାକେଜ ଘୋଷଣା କରି ଅନୁଦାନ ଦେଇଥିଲେ। ଏବେ ଏହି ନିର୍ବାଚନକୁ ଦେଖିଲେ ସରକାରଙ୍କ ପ୍ୟାକେଜ୍‌ର କୌଣସି ପ୍ରଭାବ ଅଞ୍ଚଳବାସୀଙ୍କ ଉପରେ ପଡି ନ ଥିବା ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri