ଫାଟୁସିନେରିରେ ଆନ୍ଧ୍ରର ଭୋଟ: ମଇଦାନରେ ୨ ସରପଞ୍ଚ,୧୬ ଓ୍ବାର୍ଡସଭ୍ୟ ପ୍ରାର୍ଥୀ

ପଟ୍ଟାଙ୍ଗୀ,୧୩ା୨: ଆନ୍ଧ୍ର ସରକାର ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୩ ଗ୍ରାମକୁ ପଞ୍ଚାୟତ ମାନ୍ୟତା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରୁଥିବା ଜଣାପଡ଼ିବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବ୍ଲକଠାରୁ ଆରମ୍ଭକରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ସଜାଗ ରହିଛନ୍ତି। ଏହାକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଆନ୍ଧ୍ର ସରକାରଙ୍କ ଉପରେ ପଡିନାହିଁ। ଖବରରୁ ଜଣାପଡିଛି, ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୮ଟି ଗ୍ରାମ ମଧ୍ୟରୁ ୨୧ଟି ଗ୍ରାମ ବିବାଦରେ ରହିଛି। ଏହି ବିବାଦ ଆନ୍ଧ୍ର ସରକାରଙ୍କ ସହ ଚାଲିଛି। ବିବାଦୀୟ ଗ୍ରାମଗୁଡିକ ମଧ୍ୟରୁ ତଳଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରି ଆଦି ୩ ଗ୍ରାମକୁ ଆନ୍ଧ୍ର ସରକାର ପଞ୍ଚାୟତର ମାନ୍ୟତା ଦେଇ ଏବେ ସେଠାରେ ନିର୍ବାଚନ କରୁଛନ୍ତି। ଏନେଇ ଆନ୍ଧ୍ର ସରକାର ଜାନୁୟାରୀ ୩୧ରୁ ବିଜ୍ଞପ୍ତି ଜାରି କରିଥିଲେ। କୋରାପୁଟ ଜିଲା ପ୍ରଶାସନ ଏହା କିପରି ଜାଣିପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷରେ କୋଟିଆ ପଞ୍ଚାୟତର ଏହି ୩ ଗ୍ରାମ ମଧ୍ୟରୁ ତଳ ଗଞ୍ଜେଇପଦର ଏବଂ ଫଗୁଣସିନେରି ୨ ପଞ୍ଚାୟତରେ ସରପଞ୍ଚ ଓ ଓ୍ବାର୍ଡସଭ୍ୟମାନେ ଅପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି। ବର୍ତ୍ତମାନ ଫାଟୁସିନେରି ଗ୍ରାମରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରୁଛନ୍ତି। ଶନିବାର ଏନେଇ ମତଦାନ ହେବ। ୨ ସରପଞ୍ଚ ପ୍ରାର୍ଥୀ ସେଦା ରାପୋକାମି ଓ କୋଣ୍ଡାପେଲି ପାଇଡି ତାଲିଆମାଁଙ୍କ ସହ ମୁକାବିଲା ହେବ। ସେହିପରି ଓ୍ବାର୍ଡସଭ୍ୟ ପଦପାଇଁ କୋଣ୍ଡାପେଲି ଲଛମି, ଚୋଡପେଲି ଡିପାଇ, ତାଡିଙ୍ଗି ଜୁଲମେ, କୁନେଟି ଦେଉଡୁ ଆମ୍ମା, ତାଡିଙ୍ଗି ମୁକୁ, ହନ୍ତାଳ ମଇନା, ମେଲିକା ବିମା, ସେଦାରାପୋ ଏନଙ୍ଗାନା, ସୋଢାପେଲି ସିତ୍ରୋ, ସେଦାରାପୁ ସିମି, ସେଦାରାପୁ ମୋତାଇ, କୁନେଟି ଦାଶାଇ, ସେଦାରାପୁ ସାମି, ତାଡିଙ୍ଗି ସିଙ୍ଗାରି, ସେଦାରାପୁ ଚୁକା, କୁନେଟି କୋମାଟି ପ୍ରମୁଖଙ୍କ ମଧ୍ୟରେ ମୁକାବିଲା ହେବ। ତେବେ ଗ୍ରାମବାସୀଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ସରକାରଙ୍କ କୋରାପୁଟ ଜିଲା ପ୍ରଶାସନ ଫାଟୁସିନେରି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସଚେତନ କରୁଛି। ସୂଚନା ଯୋଗ୍ୟ, କୋଟିଆ ପଞ୍ଚାୟତର ବିକାଶ ପାଇଁ ରାଜ୍ୟ ସରକାର ୨ଟି ପର୍ଯ୍ୟାୟରେ ୧୭୦ କୋଟି ଟଙ୍କା ପ୍ୟାକେଜ ଘୋଷଣା କରି ଅନୁଦାନ ଦେଇଥିଲେ। ଏବେ ଏହି ନିର୍ବାଚନକୁ ଦେଖିଲେ ସରକାରଙ୍କ ପ୍ୟାକେଜ୍‌ର କୌଣସି ପ୍ରଭାବ ଅଞ୍ଚଳବାସୀଙ୍କ ଉପରେ ପଡି ନ ଥିବା ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri