Posted inଜାତୀୟ

ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ

ବିଶାଖାପାଟନମ୍‌,୨୯।୬: ଆନ୍ଧ୍ରପ୍ରଦେଶରେ କୁଖ୍ୟାତ ମାଓବାଦୀ ଭନାଥାଲା ରାମ କୃଷ୍ଣଙ୍କୁ ଗିରଫ କରାଯିବା ପରେ ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବୁଧବାର ବିଶାଖାପାଟନମ୍‌ ରେଞ୍ଜର ଡିଆଇଜି ଏସ୍‌ ହରିକୃଷ୍ଣଙ୍କ ଉପସ୍ଥିତିରେ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଏହି ସମସ୍ତ ମାଓବାଦୀମାନେ ସାମାଜିକ ଜୀବନ ସ୍ରୋତରେ ସାମିଲ ହେବେ ବୋଲି ଡିଆଇଜି ହରିକୃଷ୍ଣ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଆନ୍ଧ୍ରପ୍ରଦେଶ ପୋଲିସ ମାଓବାଦୀର ଟପ୍‌ କମାଣ୍ଡର ଭନାଥାଲା ରାମ କୃଷ୍ଣଙ୍କୁ ଆଲୁରି ସୀତାରାମ ରାଜୁ ଜିଲାରୁ ଗିରଫ କରାଯାଇଥିଲା ବୋଲି ଏସ୍‌ପି କହିଛନ୍ତି। ମାଓବାଦୀ ଭନାଥାଲାଙ୍କ ଉପରେ ପୋଲିସ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ସେ ନିଷିଦ୍ଧ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ)ର ସଦସ୍ୟ ତଥା ଆଲୁରୀ ସୀତାରାମ ରାଜୁ ଜିଲାର ପେଡାବାୟାଲୁ-କୋରୁକୋଣ୍ଡା ଅଞ୍ଚଳର ଆଞ୍ଚଳିକ ସଚିବ ଥିଲେ। ଏଥିସହ ୩୯ଲକ୍ଷ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି ବୋଲି ଡିଆଇଜି ହରିକୃଷ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିହାର ଜେଲରୁ ମିଳିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀର ମୃତଦେହ

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ତିହାର ଜେଲର ଏକ ସେଲରୁ ମିଳିଛି ଜଣେ ଗ୍ୟାଙ୍ଗଷ୍ଟରର ମୃତଦେହ। ବୁଧବାର ସକାଳେ ଜେଲର ୩ ନଂ ସେଲରେ ଅଙ୍କିତ ଗୁଜରଙ୍କ ମୃତଦେହ...

‘କୋଭିଡ୍‌ ବେଳେ ଚାଷୀଙ୍କୁ ରାସ୍ତାରେ ଛାଡ଼ିଥିଲେ ମୋଦି’

କିଚ୍ଛା (ଉତ୍ତରାଖଣ୍ଡ),୬।୨ : କୋଭିଡ୍‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ହଜାର ହଜାର ଚାଷୀଙ୍କୁ ବର୍ଷେରୁ ଊର୍ଦ୍ଧ୍ୱ କାଳ ରାସ୍ତାରେ ଛାଡ଼ିଥିଲେ ବୋଲି କଂଗ୍ରେସ...

ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀଙ୍କ ସମେତ ୫ ଖଲାସ…

ଚେନ୍ନାଇ,୧୨।୧୧ : ଶନିବାର ସନ୍ଧ୍ୟାରେ ତାମିଲନାଡୁର ଜେଲରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଶ୍ରୀହରନ ଏବଂ ଅନ୍ୟ ଚାରିଜଣ...

ତିହାର ଜେଲରେ କ୍ଷମତାଠାରୁ ୨ ଗୁଣା ଅଧିକ କଏଦୀ: କରୋନା କାଳରେ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ

ନୂଆଦିଲ୍ଲୀ,୪।୪: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ତିହାର ଜେଲରେ ବୃଦ୍ଧି ପାଉଥିବା କଏଦୀଙ୍କ ସଂଖ୍ୟା ନେଇ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି। ଜେଲର...

ନାଗରିକତ୍ୱ ପ୍ରମାଣ ମାଗିଲା ୟୁଆଇଡିଏଆଇ

ହାଇଦ୍ରାବାଦ,୧୯ା୨: ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ହାଇଦ୍ରାବାଦର ଜଣେ ୪୦ ବର୍ଷୀୟ ରିକ୍ସାଚାଳକଙ୍କୁ ନାଗରିକତ୍ୱ ପ୍ରମାଣ ଦେବାକୁ କହିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ...

ଅଙ୍କିତ ଶର୍ମା ହତ୍ୟା ମାମଲା: ୭ ଦିନ ପାଇଁ ପୋଲିସ ହାଜତକୁ ଗଲେ ତାହିର

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ଦଙ୍ଗା ବେଳେ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କୁ ହତ୍ୟା କରିବା ଅଭିଯୋଗରେ ଆମ ଆଦମୀ ପାର୍ଟି(ଏଏପି)ରୁ ନିଲମ୍ବିତ ହୋଇଥିବା କାଉନ୍‌ସିଲର ତାହିର ହୁସେନଙ୍କୁ...

ଆମେ ମିଶି ଯିବାରୁ ପୁଣି ୫ ବର୍ଷ ପରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ : ନୀତୀଶ…

ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ...

ଗୁଜରାଟରେ ତିନୋଟି ପରିଯୋଜନାର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୪ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଗୁଜରାଟରେ ୩ଟି ପରିଯୋଜନାର ଉଦ୍‌ଘାଟନ କରିଛନ୍ତି । ମୋଦି ଗୁଜରାଟର କୃଷକମାନଙ୍କ ପାଇଁ...

Advertisement
Archives

Model This Week