ଆଣ୍ଡାମାନ ଧ୍ୱଂସ ନୀତି

ଭାରତ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ବୁଦ୍ଧି ଦେଉଥିବା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଶନ ଫର୍‌ ଟ୍ରାନ୍ସଫର୍ମିଂ ଇଣ୍ଡିଆ ଆୟୋଗ ବା ‘ନୀତି ଆୟୋଗ’ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ମୁକ୍ତ ବାଣିଜ୍ୟ ଜୋନ୍‌ ତିଆରି କରିବା ଲାଗି ପ୍ରସ୍ତାବ ଦେଇଛି। ଏଭଳି ଚିନ୍ତାଧାରା ସୃଷ୍ଟି ହେବା ପଛରେ ଲକ୍ଷ୍ୟ ରହିଛି ‘ବିକାଶ’। କେନ୍ଦ୍ର ସରକାରଙ୍କ ଅନ୍ୟତମ ସ୍ଲୋଗାନ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ସମ୍ଭବତଃ ପ୍ରାକୃତିକ ସମ୍ପଦକୁ ଯେଭଳି ଛାଡ଼ିବାକୁ ପ୍ରସ୍ତୁତ ନ ଥିଲା ଭଳି ପ୍ରତୀୟମାନ ହେଉଛି। ୨୦୨୦ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ସାମୁଦ୍ରିକ ଓ ଷ୍ଟାର୍ଟ ଅପ୍‌ ହବ୍‌ ଭାବେ ବିକଶିତ କରାଯିବ। ଏଥିରେ ଗ୍ରୀନ୍‌ଫିଲ୍‌ଡ କୋଷ୍ଟାଲ ସିଟି ନିର୍ମାଣ ହେବ। ଫଳରେ ତାହା ଏକ ମୁକ୍ତ ବାଣିଜ୍ୟ ଜୋନ୍‌ରେ ପରିଣତ ହୋଇପାରିବ ଏବଂ ସିଙ୍ଗାପୁର ଓ ହଂକଂ ସହିତ ତାହା ପ୍ରତିଦ୍ୱନ୍ଦ୍ୱିତା କରିବ। କେନ୍ଦ୍ର ସରକାରଙ୍କ ଏଭଳି ବିକାଶ ଚିନ୍ତାଧାରା ପ୍ରକୃତି ଓ ପରିବେଶ ଉପରେ ଯେ କେତେ ପ୍ରଭାବ ପକାଇବ ତାହା ଭାବି ହେଉ ନାହିଁ ବୋଲି ପରିବେଶବିତ୍‌ମାନେ ମତ ରଖିଲେଣି।
୨୦୧୧ ଜନଗଣନାକୁ ଦେଖିଲେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୪୪ ଗ୍ରେଟ୍‌ ଆଣ୍ଡାମାନିଜ୍‌, ୩୮୦ ଜରଓ୍ବା, ୧୦୧ ଓନ୍‌ଗି, ୨୨୯ ସୋମ୍‌ପେନ୍‌ ଏବଂ ୧୫ ସେଣ୍ଟିନିଲିଜ୍‌ ଅଛନ୍ତି। ଯେତେବେଳେ ସେଠାକାର ଜନଜାତିଙ୍କ ସଂଖ୍ୟା କମିଚାଲିଛି, ସେଥିପ୍ରତି ସରକାର ଦୃଷ୍ଟି ନ ଦେବା ଘୋର ଅନ୍ୟାୟ ହେଉଛି। ସରକାର ଲିଟିଲ୍‌ ଆଣ୍ଡାମାନରେ ନିରନ୍ତର ବିକାଶ ଲକ୍ଷ୍ୟରେ ଯେଉଁ ମେଗା ସିଟି ବିଷୟରେ ଚିନ୍ତା କରୁଛନ୍ତି, ତାହା ଦ୍ୱାରା ପର୍ଟିକୁଲାର ଭଲ୍‌ନେରେବଲ୍‌ ଟ୍ରାଇବାଲ ଗ୍ରୁପ୍‌ସ (ପିଭିଟିଜି) ବିପଦରେ ପଡ଼ିବେ। ଏଥିସହିତ ଜୈବବିବିଧତା, ପ୍ରାକୃତିକ ଜୈବମଣ୍ଡଳ ନଷ୍ଟ ହେବା ସହିତ ଲେଦରବ୍ୟାକ୍‌ କଇଁଛଙ୍କ ପାଇଁ ଭାରତର ସର୍ବାଧିକ ଚରାଭୂମି ଥିବା ଏହି ଅଞ୍ଚଳ ଧ୍ୱଂସ ପାଇଯିବ। କିଛି ବ୍ୟକ୍ତିଙ୍କ ଇପ୍ସିତ ଲକ୍ଷ୍ୟ ପୂରଣ ଲାଗି ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେବାକୁ ଥିବା ପିଭିଟିଜିଙ୍କୁ ଅନ୍ୟତ୍ର ପୁନଃସ୍ଥାପନ ନେଇ ହେଉଥିବା ଯୋଜନା ମାରାତ୍ମକ ସାବ୍ୟସ୍ତ ହେବ। ସାଧାରଣରେ ସେଠାରେ ବାସ କରୁଥିବା ଲୋକ ପ୍ରକୃତି କୋଳରେ ବଢ଼ିଛନ୍ତି। ସେମାନଙ୍କୁ ପ୍ରକୃତି କୋଳରୁ ଛଡ଼ାଇ ନିଆଯିବା ମାନେ ବାସସ୍ଥାନକୁ ଖିନ୍‌ଭିନ୍‌ କରିଦେବା। ଏହି ଆଧୁନିକତା ଯଦି କରାଯାଏ, ତେବେ ସେଠାକାର ଜଳବାୟୁ ମଧ୍ୟ ପ୍ରବଳ ମାତ୍ରାରେ ପ୍ରଦୂଷିତ ହେବ। ନୀତି ଆୟୋଗ ପକ୍ଷରୁ ଏଭଳି ପ୍ରକଳ୍ପକୁ ‘ହୋଲିଷ୍ଟିକ୍‌ ଆଣ୍ଡ୍‌ ସଷ୍ଟେନେବଲ୍‌’ ବା ‘ସାମଗ୍ରିକ ଓ ନିରନ୍ତର’ ଭିଜନ୍‌ ରଖାଯାଇ କରାଯାଉଛି ବୋଲି କୁହାଯାଉଛି। ନିରନ୍ତର ବିକାଶର ସଂଜ୍ଞା ଦେଖିଲେ କେହି ହଇରାଣ ହେବେ ନାହିଁ କି ପ୍ରକୃତି ବିଗିଡ଼ିବ ନାହିଁ; ଅଥଚ ବିକାଶ ହୋଇଚାଲୁଥିବ। ସେଭଳି ଏକ ଅବସ୍ଥାକୁ ଭାରତୀୟ ବ୍ୟବସ୍ଥା ପହଞ୍ଚି ନ ଥିବା ବେଳେ ଏପରି ସ୍ଲୋଗାନ ଦେବା ଅବାସ୍ତବ ପ୍ରତୀୟମାନ ହେଉଛି। ଏକ ଛୋଟିଆ ଉଦାହରଣ ଦିଆଯାଇପାରେ। ସିଙ୍ଗାପୁରର ଭୂତଳ ଜଳ ମିଠା ନୁହେଁ। ସମୁଦ୍ରରୁ ପାଣି ନେଇ ତାକୁ ବିରାଟକାୟ ଆର୍‌ଓ ବ୍ୟବସ୍ଥାରେ ପାନୀୟଯୋଗ୍ୟ କରାଯାଏ। ସେଠାରେ ବଗିଚାରେ ଦିଆଯାଉଥିବା ପାଣିଠାରୁ ଆରମ୍ଭ କରି ଗାଡ଼ି ଧୋଇବା ଯାଏ ଆର୍‌ଓ ପାଣି ବ୍ୟବହାର କରାଯାଏ। ସେଭଳି ସ୍ତରକୁ ଭାରତ ପହଞ୍ଚିନାହିଁ କିମ୍ବା ସିଙ୍ଗାପୁର ଭଳିଆ ପ୍ରଦୂଷଣ ରୋକିବାର ଇଚ୍ଛା ମଧ୍ୟ ଭାରତୀୟଙ୍କର ନାହିଁ। ନୀତି ଆୟୋଗ ଭଲ ଭାବେ ଜାଣିଛି ଯେ, ଉକ୍ତ ପ୍ରକଳ୍ପ ଆଣ୍ଡାମାନର ଏକକ ଜୈବ ବିବିଧତାକୁ ନଷ୍ଟ କରିବ। ତାହା ସତ୍ତ୍ୱେ ସମାଲୋଚନାରୁ ରକ୍ଷା ପାଇବା ନିମନ୍ତେ ‘ନିରନ୍ତର ବିକାଶ’ ଭଳି ଜଟିଳ ଶବ୍ଦ ବ୍ୟବହାର କରୁଛି।
ଯଦି ଆଣ୍ଡାମାନରେ ଉକ୍ତ ପ୍ରସ୍ତାବ କାର୍ଯ୍ୟକାରୀ ହୁଏ, ତେବେ ଅନେକ ହଜାର ଜଙ୍ଗଲ ଜମି ନଷ୍ଟ ହେବ। ଏଥିସହିତ ଅସଂଖ୍ୟ ଜୀବଜନ୍ତୁ ପ୍ରାଣ ହରାଇବେ। ସିଙ୍ଗାପୁର ଏବଂ ହଂକଂ ଭଳି ସହର ସହ ପ୍ରତିଦ୍ୱନ୍ଦ୍ୱିତା ଲକ୍ଷ୍ୟରେ କାର୍ଯ୍ୟ କରାଯାଇ ବିକାଶ କରାଗଲେ ବର୍ଜ୍ୟବସ୍ତୁରେ ଭରିଯିବ ଦ୍ୱୀପପୁଞ୍ଜ। ଅଳ୍ପ କେତେ ବର୍ଷ ପରେ ଆଣ୍ଡାମାନ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇବା ସହିତ ଏକ ବୃହତ୍‌ ପ୍ରଦୂଷିତ ଅଞ୍ଚଳ ପାଲଟିଯିବା ଜଳଜଳ ଦେଖାଯାଉଛି। ଏବେ ଯେଉଁମାନେ ଆଣ୍ଡାମାନ ଯାଉଥିବେ ସେମାନେ ଜାଣୁଥିବେ କେଉଁଭଳି ଆବର୍ଜନା ସେଠାରେ ସୃଷ୍ଟି ହେଉଛି, ଯାହାର କୌଣସି ପ୍ରତିକାର କରାଯାଇନାହିଁ। ବ୍ରାଜିଲର ଏକଚ୍ଛତ୍ରବାଦୀ ନେତା ଜୈର ବୋଲସୋନାରୋଙ୍କ ଇଙ୍ଗିତରେ ଆମାଜନ ଜଙ୍ଗଲ ପୋଡ଼ି ବିକାଶ କରାଯିବ ବୋଲି ଯେମିତି କୁହାଯାଉଛି, ଆଣ୍ଡାମାନରେ ବିକାଶ କଥା ସେମିତି ମନେହେଉଛି। ଏଭଳି ଚିନ୍ତାଧାରା ରଖୁଥିବା ବ୍ୟକ୍ତିମାନେ କେବଳ ପ୍ରକୃତି ବିରୋଧୀ ନୁହନ୍ତି, ଭବିଷ୍ୟତରେ ଜନବିରୋଧୀ ସାବ୍ୟସ୍ତ ହେବେ। କାରଣ ମଣିଷକୁ ବଞ୍ଚିବାର ରାହା ଦେଇଥାଏ ପ୍ରକୃତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?