ପୁଣି ମାତିଲେ ଦନ୍ତା ହାତୀ: ଘର ଭାଙ୍ଗିବା ସହ ବ୍ୟାପକ ଫସଲ କଲେ ନଷ୍ଟ, ଲୋକେ ଆତଙ୍କିତ

ବାଲିଗୁଡା,୩।୭(ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ଦିନ ଧରି ହାତୀପଲ ଘୁମୁସର ଉଦୟଗିରି ବନାଞ୍ଚଳର କଳିଙ୍ଗା ସେକ୍ସସନରେ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ୨୫ ଟିକିଆ ହାତୀପଲରୁ ୨୩ଟି ଏହି ଅଞ୍ଚଳ ଛାଡି ଟିକାବାଲି ବନାଞ୍ଚଳ ଦେଇ ପଳେଇଥିବା ବେଳେ ଅନ୍ୟ ଦୁଇଟି ଏହି ଅଞ୍ଚଳରେ ରହି ଉପଦ୍ରବ ଚଳେଇଥିଲେ। ତିନି ଦିନ ତଳେ ବନବିଭାଗ କର୍ମଚାରୀ ଦୁଇ ଦନ୍ତାହାତୀଙ୍କୁ ଏହି ଅଞ୍ଚଳରୁ ଉତ୍ତର ଘୁମୁସର ବନଖଣ୍ଡକୁ ତଡି ଦେଇଥିବା ନେଇ ସୂଚନା ମିଳିଥିଲା l ହାତୀ ଏହି ଅଞ୍ଚଳ ଛାଡିବା ଖବର ପ୍ରକାଶ ପରେ ଅଞ୍ଚଳବାସୀ ଖୁସିରେ ଥିବାବେଳେ ମଙ୍ଗଳବାର ପୁଣି ଦନ୍ତା ହାତୀଙ୍କ ଉପଦ୍ରବ କଳିଙ୍ଗାରେ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ ବାଟବଣା ହୋଇ ଗୋଟିଏ ଦନ୍ତା ହାତୀ କଳିଙ୍ଗା ଘାଟି ଆରମ୍ଭରେ ଥିବା ନେଡିକଲାକୁ ଆସି ଏକ ଗରିବ ପରିବାର ଯୁଗୁରାଇ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଅନେକ ଫସଲ କ୍ଷୟକ୍ଷତି କରିଛନ୍ତି। ନଡ଼ିଆ, ଆମ୍ବ, ଝାଡୁ, କଦଳୀ, ଲିଚୁ ଭଳି ମୂଲ୍ୟବାନ ବୃକ୍ଷ ନଷ୍ଟ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟରେ ବିବାହ ଉତ୍ସବ ପାଇଁ ଅନୁମତି ଦେଇ ଅଡ଼ୁଆରେ ପ୍ରଧାନ ଶିକ୍ଷକ

ଭଣ୍ଡାରିପୋଖରୀ,୧୬ା୭(ରାଜେନ୍ଦ୍ର ଶତପଥୀ):ବିଦ୍ୟାଳୟ ପରିସରରେ ଏକ ବିବାହ ଉତ୍ସବକୁ ଅନୁମତି ଦେଇ ଅଡ଼ୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏନେଇ ଅଭିଯୋଗ ପରେ ବ୍ଲକ ଶିକ୍ଷା ଅଧିକାରୀ ଘଟଣାର...

ଏଏସ୍‌ଓ: ମାଡ଼ଖାଇ ବଦଳି

ଭୁବନେଶ୍ୱର,୧୬ା୭(ଅସମାପିକା ସାହୁ): ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଅଭିଯୋଗ କରିଥିବା ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ସଂସଦୀୟ...

ବାହୁଡ଼ିଲେ ମହାପ୍ରଭୁ

ପୁରୀ,୧୬ା୭(ଅଜିତ୍‌ କୁମାର ମହାନ୍ତି): ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ପବିତ୍ର ଆଷାଢ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା ମହାପ୍ରଭୁ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ...

ସିଂହଦ୍ୱାରରେ ଲାଗିଲା ତିନି ରଥ, ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ,୧୫।୭: ସିଂହଦ୍ୱାରରେ ପହଞ୍ଚିଲା ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସିଂହଦ୍ୱାରରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼...

ରତ୍ନଭଣ୍ଡାର ଭିତରେ କ’ଣ ସବୁ ରହିଛି, ରହସ୍ୟ ଖୋଲିଲେ ସେବାୟତ, କହିଲେ ଭିତରେ ୫ଟି…

ଭୁବନେଶ୍ୱର,୧୫।୭: ଦୀର୍ଘ ୪୬ବର୍ଷ ପରେ ରବିବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ତେବେ ରତ୍ନଭଣ୍ଡାର ଭିତରେ କ’ଣ ରହିଛି ତାକୁ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ...

ବର୍ଷାରେ ଭିଜିଲେ ଜଗନ୍ନାଥ

ଦାରିଙ୍ଗବାଡି,୧୫।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବହୁ ଆଡମ୍ବରରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଅଞ୍ଚଳରେ ତୁହାକୁ ତୁହା ବର୍ଷା କାରଣରୁ କିଛି ସ୍ଥାନରେ...

୩ ଠାକୁର ଖାଇଲେ ମାଉସୀଙ୍କ ହାତର ପୋଡ଼ପିଠା

ପୁରୀ,୧୫।୭: ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ମା’ ମନ୍ଦିରରରେ ଅଟକି ତିନି ଠାକୁର ପୋଡପିଠା ଖାଇଛନ୍ତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ...

ମାଉସୀ ମା’ ଘରେ ପୋଡ଼ ପିଠା ଖାଇଲେ ବଡ଼ ଠାକୁର

ପୁରୀ,୧୫।୭: ମାଉସୀ ମା’ ମନ୍ଦିର ପାଖରେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥ ପହଞ୍ଚିଛି। ପରେ ସେଠାରେ ବଡ ଠାକୁରଙ୍କୁ ପୋଡ ପିଠା ଲାଗି କରାଯାଇଛି। ବଡ଼ ଠାକୁରଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri