ଅବହେଳିତ ଅବସ୍ଥାରେ ପ୍ରାଚୀନ ମଠ, ମନ୍ଦିର

ପୁରୀ ଅଫିସ, ୧୮ା୪:: ହିନ୍ଦୁମାନଙ୍କ ଶ୍ରେଷ୍ଠ ଚାରି ଧାମ ମଧ୍ୟରୁ ଶ୍ରୀକ୍ଷେତ୍ର ଅନ୍ୟତମ। କଳା, ସଂସ୍କୃତି ଓ ଐତିହ୍ୟର ଏହି କ୍ଷେତ୍ର ଦେଶର ଅନ୍ୟତମ ପ୍ରାଚୀନ ଐତିହ୍ୟ ପୀଠ ଭାବେ ପରିଚିତ। ତେବେ କାଳକ୍ରମେ ଶ୍ରୀକ୍ଷେତ୍ରର ଐତିହ୍ୟ ଭୁଶୁଡ଼ିଗଲାଣି। ରକ୍ଷଣାବେକ୍ଷଣ ଅଭାବ ଓ ପ୍ରଶାସନର ଅବହେଳା ଯୋଗୁ ମଠ, ଆଶ୍ରମ ପରମ୍ପରା ଲୋପ ପାଇବାକୁ ବସିଛି। ଐତିହ୍ୟ କରିଡର ଯୋଜନାରେ ବିକାଶ ପାଇଁ ମଧ୍ୟ କେତେକ ପ୍ରାଚୀନ ମଠ ଏବଂ ଐତିହ୍ୟ କୀର୍ତ୍ତିରାଜିକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ପୁରୀରେ ୩୭୪ଟି ମଠ ରହିଛି। ଏଥିମଧ୍ୟରୁ ୧୦୯ଟି ମଠ ଭଗ୍ନ ଓ ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଜଣାପଡ଼ିଛି। ପୁରୀର ବୁଦ୍ଧିଜୀବୀ ଓ ସଂସ୍କୃତିପ୍ରେମୀମାନେ ଅନେକଣ୍‌ଥର ଶିବତୀର୍ଥ ମଠ ଓ ଶଙ୍କରାନନ୍ଦ ମଠ ଭଳି ପୁରାତନ ମଠର ପୁନରୁଦ୍ଧାର ପାଇଁ ଜିଲା ପ୍ରଶାସନ ନିକଟରେ ଦାବି ଜଣାଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠଗୁଡ଼ିକର ପୁନରୁଦ୍ଧାର ଓ ନବୀକରଣ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ମନେ ହେଉନାହିଁ। ସେହିଭଳି ତୀର୍ଥ ପୁଷ୍କରିଣୀଗୁଡ଼ିକର ବିକାଶ ଦିଗରେ ପ୍ରଶାସନିକ ଉଦାସୀନତା ସଂସ୍କୃତିପ୍ରେମୀଙ୍କୁ ମର୍ମାହତ କରୁଛି। ପୁଷ୍କରିଣୀଗୁଡ଼ିକୁ ତୀର୍ଥ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁ ଆସୁଛନ୍ତି। ମାତ୍ର ଅବ୍ୟବସ୍ଥା ଦେଖି ଅସନ୍ତୋଷ ମନରେ ଫେରୁଛନ୍ତି। ପୁଷ୍କରିଣୀସ୍ଥଳରେ ଆବଶ୍ୟକ ଆଲୋକ ବ୍ୟବସ୍ଥା, ପାର୍କିଂସ୍ଥଳୀ ଓ ପରିଚ୍ଛନ୍ନତା ନାହିଁ। ତୀର୍ଥ ପୁଷ୍କରିଣୀଗୁଡ଼ିକର ପ୍ରଚାର ପ୍ରସାର ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଅନ୍ୟତମ ପ୍ରାଚୀନ ମଠ ଦୁଃଖିଶ୍ୟାମ ଛତା ମଠ ମଧ୍ୟ ଅସ୍ତିତ୍ୱ ହରାଇବାକୁ ବସିଲାଣି। ଦୁଃଖିଶ୍ୟାମ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମଠ ଜମିରୁ ଏବେ ମାତ୍ର ୯ ଏକର ଅଛି। ମଠର ଜଗମୋହନ ଓ ନାଟମଣ୍ଡପ ଭାଙ୍ଗିଯାଇଛି। ମଠ ପରିସରରେ ଥିବା ୨ଟି ପୋଖରୀ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହିସାବ ରକ୍ଷକ ପ୍ରଭୁ ଯମେଶ୍ୱର। ଶ୍ରୀଜଗନ୍ନାଥ ପରମ୍ପରାରେ ପ୍ରଭୁ ଯମେଶ୍ୱରଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ମନ୍ଦିରର ବିକାଶ ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ପୁରୀର ଅନେକ ମଠ, ମନ୍ଦିର ଓ ଆଶ୍ରମ ଏବେ ପ୍ରାୟତଃ ଅବହେଳିତ ଅବସ୍ଥାରେ ରହିଛି। ସେହିସବୁ ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ଐତିହ୍ୟ ବିଶାରଦ ଓ ସଂସ୍କୃତିପ୍ରେମୀମାନେ ଗୁରୁତ୍ୱାରୋପ କରିଛନ୍ତି। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଐତିହ୍ୟ ହେଉଛି ଗୋଟିଏ ଜାତିର ଅସ୍ମିତା। ତେଣୁ ଐତିହ୍ୟ ସଂରକ୍ଷଣ ଦିଗରେ ସମସ୍ତଙ୍କ ଉଦ୍ୟମ ଜରୁରୀ। ଶ୍ରୀକ୍ଷେତ୍ରରେ ଯେଉଁ କେତୋଟି ପ୍ରାଚୀନ ମଠ, ମନ୍ଦିର ରହିଛି, ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯିବା ଉଚିତ। ନଚେତ ସେଗୁଡ଼ିକ ଲୋପ ପାଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?