ରାୟଗଡ଼ାରେ ପ୍ରାଚୀନ ଗୁମ୍ଫା, ପଥରର ସନ୍ଧାନ

ରାୟଗଡ଼ା ଅଫିସ,୪ା୧୧: ରାୟଗଡ଼ା ସହର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପିଏଚ୍‌.ଡି. ଛାତ୍ର ଲୋକେଶ ଦୁର୍ଗା ଏବଂ ସ୍ବାଧୀନ ଭାବେ ଗବେଷଣା କରୁଥିବା ତାଙ୍କର ୨ ସହଯୋଗୀ ଦମୟନ୍ତୀ ବାଗ ଏବଂ ପ୍ରତାପ କୁମାର ବିଶ୍ୱାଳ ଅନୁସନ୍ଧାନ ବେଳେ ଉକ୍ତ ଅଞ୍ଚଳରୁ ପ୍ରାଚୀନ କାଳର ୨ ଗୁମ୍ଫା ଏବଂ କିଛି ପଥର ପାଇଛନ୍ତି। ଲୋକେଶଙ୍କଠାରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ନାଗାବଳୀ ନଦୀ ଅବବାହିକାରେ ପ୍ରାଚୀନ ସଭ୍ୟତା ରହିଛି।
ନିକଟରେ ଗବେଷକ ଟିମ୍‌ ଏହି ସ୍ଥାନରେ ଅନୁସନ୍ଧାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟ ଅନୁସନ୍ଧାନ ବେଳେ ଡୁମାଗୁଡ଼ା ପାହାଡ଼ରୁ ପଥରରେ ନିର୍ମିତ ଅନେକ ହତିଆର ସହ ସେତେବେଳର ମାନବ ବସବାସ କରୁଥିବା ଦୁଇଟି ଗୁମ୍ଫାର ସନ୍ଧାନ ପାଇଥିଲେ। ଉକ୍ତ ପଥର ଗୁଡ଼ିକ ପୁରାତନ ପ୍ରସ୍ତରଯୁଗର ବୋଲି ଗବେଷକ ଟିମ୍‌ ଅନୁମାନ କରୁଛନ୍ତି। ଉକ୍ତ ଗବେଷଣା ସମ୍ପର୍କରେ ‘କ୍ୱାର୍ଟରଲି ଜର୍ନାଲ ଅଫ୍‌ ଦି ମିଥିକ ସୋସାଇଟି(ବାଙ୍ଗାଲୋର)’ରେ ପ୍ରକାଶ ପାଇଥିଲା। ଅନୁସନ୍ଧାନକାରୀ ଦଳ ପ୍ରଥମେ ପାହାଡ଼ ତଳୁ ୩୦ ମିଟର ଦୂରରେ ଏକ ଗୁମ୍ଫା ପାଇଥିଲେ। ପରେ ପ୍ରଥମ ଗୁମ୍ଫାଠାରୁ ୨୦୦ ମିଟର ଦୂରରେ ସେମାନେ ଆଉ ଏକ ଗୁମ୍ଫାର ସନ୍ଧାନ ପାଇଥିଲେ। ଏଠାରେ ପଥର ନିର୍ମିତ ଏକ ପ୍ଲାଟ୍‌ଫର୍ମ ମଧ୍ୟ ରହିଛି। ଉକ୍ତ ପ୍ଲାଟ୍‌ଫର୍ମ ସିଧାସଳଖ ଦ୍ୱିତୀୟ ଗୁମ୍ଫାକୁ ସଂଯୋଗ କରୁଥିବା ଲୋକେଶ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଗୁମ୍ଫାରେ ଗ୍ରାନାଇଟ, ଖାଣ୍ଡୋଲାଇଟ, କ୍ୱାର୍ଟଜାଇଟ, ଚିସେଲ, ହାଣ୍ଡେକ୍ସ ଏବଂ ବ୍ଲେଡ୍‌ ଆଦି ରହିଛି। ତେବେ ଟିମ୍‌ ପକ୍ଷରୁ ଏହା ପ୍ରାଥମିକ ସର୍ବେକ୍ଷଣ ଥିଲା। ଏବେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଉଚିତ ନୁହେଁ ବୋଲି ଲୋକେଶ କହିଛନ୍ତି। ଏହା ବ୍ୟତୀତ ରାୟଗଡ଼ା ସହର ଠାରୁ ମାତ୍ର ୨୦ କି.ମି. ଦୂରରେ ପ୍ରବାହିତ ହେଉଥିବା ଝଞ୍ଜାବତୀ ନଦୀ ନିକଟରୁ ଅନ୍ୟ ଏକ ବିଚିତ୍ର ପଥରର ସନ୍ଧାନ ମିଳିଛି। ଏହା ମନୁଷ୍ୟ ଆକୃତିର ରହିଛି। ରାୟଗଡ଼ା ସହରର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ଗୁମ୍ଫା ରହିଛି। କୃଷି କାର୍ଯ୍ୟ ଏବଂ ଆଧୁନିକ ଯୁଗରେ ବିଭିନ୍ନ ସ୍ଥାନରେ କୋଠା ନିର୍ମାଣ ଯୋଗୁ ଏହି ଗୁମ୍ଫାଗୁଡ଼ିକ ନଷ୍ଟ ହୋଇଯାଉଛି। ଏଗୁଡ଼ିକୁ ସଂରକ୍ଷଣ କରାଗଲେ ଭବିଷ୍ୟତରେ ଗବେଷକଙ୍କ ପାଇଁ ଉପଯୋଗୀ ହୋଇପାରିବ ଏବଂ ଏହି ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ପାଲଟିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri