ଭଣ୍ଡାରିପୋଖରୀରୁ ମିଳିଲା ପୁରାତନ ବୌଦ୍ଧ କୀର୍ତ୍ତିରାଜି

ଭଣ୍ଡାରିପୋଖରୀ,୧୬।୧୧(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ମଣିନାଥପୁର ଚବିଶକୁଦ ଠାରେ ବୈତରଣୀ ନଦୀଶଯ୍ୟାରୁ ବୌଦ୍ଧ କୀର୍ତ୍ତିରାଜି ଉଦ୍ଧାର ହୋଇଛି। ଗବେଷକ ବିଶ୍ବମ୍ବର ରାଉତଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ୮ଟି ଅର୍ଘ୍ୟ ସ୍ତୂପ ଓ ୫୦ରୁ ଊଦ୍ଧର୍‌ବ ପ୍ରାଚୀନ ମାଟିପାତ୍ରକୁ ଷୋଳମପୁର ବୌଦ୍ଧ ବିହାର ସଂଗ୍ରହାଳୟକୁ ହସ୍ତାନ୍ତର କରାଯାଇଛି।

ପ୍ରକାଶ ଯେ, ଗ୍ରାମର ମଦନ ବେଉରିଆଙ୍କ ପୁଅ ସୁଧାଂଶୁ ନଦୀପଠାକୁ ଯାଇଥିବା ସମୟରେ ଏକ ପ୍ରସ୍ତର ମୂର୍ତ୍ତି ଦେଖି ଗବେଷକ ରାଉତଙ୍କୁ ଜଣାଇଥିଲେ। ରାଉତ ଘଟଣାସ୍ଥଳରେ ପହଞ୍ଚି ଏହା ଏକ ଭୋଟିଭି ସ୍ତୂପ ଓ ବୌଦ୍ଧ ବିହାରର ପ୍ରାଚୀନ ଅଂଶ ବିଶେଷ ବୋଲି ଜାଣି ଏହାକୁ ସଂଗ୍ରହ କରିଥିଲେ। ଗ୍ରାମର ସୁଧାଂଶୁ ଓ ରଘୁନାଥ ତାଙ୍କୁ ସହଯୋଗ କରିଥିଲେ। ପ୍ରତ୍ନତତ୍ତ୍ୱବିତ୍‌ ସୁନୀଲ ପଟ୍ଟନାୟକ ଓ ଗବେଷକ ଡ.ଏକାଦଶୀ ପାଢ଼ୀଙ୍କ ମତରେ ଉଦ୍ଧାର ସମସ୍ତ ଅର୍ଘ୍ୟ ସ୍ତୂପ ଓ ମାଟିପାତ୍ର ଅଷ୍ଟମ ଓ ନବମ ଶତାବ୍ଦୀର। ୪ଟି ଭୋଟିଭି ସ୍ତୂପ ମଧ୍ୟରୁ ୩ଟିରେ ବୌଦ୍ଧ ଦେବୀ ତାରାଙ୍କ ମୂର୍ତ୍ତି ଥିବାବେଳେ ଅନ୍ୟ ଗୋଟିଏରେ ମୈତ୍ରେୟଙ୍କ ଅସ୍ପଷ୍ଟ ମୂର୍ତ୍ତି ଦେଖିବାକୁ ମିଳିଛି। ଅନ୍ୟ ୪ଟି ସାଧାରଣ ଅର୍ଘ୍ୟ ସ୍ତୂପ ଅଟେ। ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏଗୁଡ଼ିକ ତାନ୍ତ୍ରିକ ମହାଜନ ବୌଦ୍ଧଧର୍ମ ସମୟର। ଉଦ୍ଧାର ମାଟିପାତ୍ରକୁ ବୌଦ୍ଧ ସନ୍ନ୍ୟାସୀମାନେ ବ୍ୟବହାର କରୁଥିଲେ ବୋଲି ଡ. ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ବର୍ଷ ପରେ ବୁଧ-ମଙ୍ଗଳ ଗଠନ କରିବେ ଦଶାଙ୍କ ଯୋଗ: ମେଷ-କନ୍ୟା ସମେତ ଏହି ୫ ରାଶିଙ୍କ ସହ ଘଟିବ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୪ ଅଗଷ୍ଟ ୨୦୨୬ ଦିନ ଦ୍ୱିପ୍ରହର ୧୨ଟା ୩୭ ମିନିଟରେ ବୁଧ ଓ ମଙ୍ଗଳ ଗ୍ରହ ବର୍ଷ ପରେ ଦଶାଙ୍କ ଯୋଗ ଗଠନ…

୮୭ବର୍ଷ ବୟସରେ ଈଶ୍ୱର ଚନ୍ଦ୍ରଙ୍କ ଦେହାନ୍ତ, ୭ଘଣ୍ଟା ପାଟଣାବଜାର ବନ୍ଦ

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଂଚାୟତ ଶିବ ନାରାୟଣ ପୁର ଶାସନର ବର୍ଷୀୟାନ ସାମାଜିକ କର୍ମୀ, ସଂଗଠକ ଈଶ୍ୱର ଚନ୍ଦ୍ର ଦାଶଙ୍କ…

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri