Posted inଜାତୀୟ

ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର

ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା ହଠାତ୍‌ ହିଟ ୱେଭ ଅପଡେଟ ପଢିବା ସମୟରେ ବେହୋସ ହୋଇଯାଇଛନ୍ତି। ତେବେ ତାଙ୍କ ବ୍ଲଡ ପ୍ରେସର କମ ହୋଇଯିବାରୁ ସେ ବେହୋସ ହୋଇଥିବା କୁହାଯାଉଛି। ଦୂରଦର୍ଶନ କୋଲକାତାର ଆଙ୍କର ଲୋପାମୁଦ୍ରା ସିହ୍ନା ହିଟ ଓ୍ବେଭ ନ୍ୟୁଜ ପଢିବା ସମୟରେ ବ୍ଲାକ ଆଉଟ ହୋଇଯାଇଥିଲେ। ସେ ନିଜ ଫେସବୁକ ପେଜରେ ଶେୟାର କରିଥିବା ଏକ ଭିଡିଓରେ କହିଛନ୍ତି ଯେ ଟେଲିପ୍ରମ୍ପ୍ଟର୍‌ ଫେଡେଡ ହୋଇଗଲା ଏବଂ ମୁଁ ବ୍ଲାକଡ ଆଉଟ ହୋଇଗଲି … ମୁଁ ମୋ ଚେୟାରରେ ପଡ଼ିଗଲି, ଅର୍ଥାତ୍‌ ଅଚେତ ହୋଇଗଲି।

ତେବେ କୌଣସି କାରଣରୁ ଷ୍ଟୁଡିଓରେ ଏସି ଚାଲୁ ନ ଥିବାରୁ ସେଠାରେ ପ୍ରବଳ ଉତ୍ତାପ ଅନୁଭୁତ ହେଉଥିଲା ଏବଂ ତାଙ୍କର ବ୍ଲଡ ପ୍ରେସର ହଠାତ୍‌ କମି ଯାଇଥିଲା, ଫଳରେ ସେ ସିଧା ପ୍ରସାରଣ ସମୟରେ ହିଁ ବେହୋସ ହୋଇଯାଇଥିଲେ।
ଲୋପାମୁଦ୍ରା କହିଛନ୍ତି ମୋର ୨୧ ବର୍ଷର କ୍ୟାରିୟର ଭିତରେ ଏହା ହେଉଛି ପ୍ରଥମ ଘଟଣା। ତେବେ ପ୍ରସାରଣ ସମୟରେ ମୁଁ ସବୁବେଳେ ପାଣି ବୋତଲ ସାଙ୍ଗରେ ଧରିଥିବା ବେଳେ ଏଥର କିନ୍ତୁ ସେ ପାଣି ବୋତଲ ପାଖରେ ରଖି ନ ଥିଲେ। ତେବେ କୌଣସି ପ୍ରକାରେ ସେ ୨ଟି ଷ୍ଟୋରୀ କମ୍ପ୍ଲିଟ କରିଥିବା ବେଳେ ମଝିରେ ସେ ତାଙ୍କ ଅସୁସ୍ଥତାକୁ ନେଇ ଫ୍ଲୋର ମ୍ୟାନେଜରଙ୍କୁ ଜଣାଇଥିଲେ। ହେଲେ ସମୟ ଅଭାବରୁ ତାଙ୍କ ପାଖରେ ଯଦିଓ ପାଣି ପହଞ୍ଚିଥିଲା ସେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ପିଇ ପାରି ନ ଥିଲେ। ଶେଷରେ ଅତ୍ୟଧିକ ଗରମ ଏବଂ ତାଙ୍କ ବ୍ଲଡ ପ୍ରେସର କମ ହେବାରୁ ସେ ବେହୋସ ହୋଇ ଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?