ବ୍ଲକ ପ୍ରଶାସନର ପାଦ ପଡ଼ି ନ ଥିବା ଗାଁ ଚିନ୍ତାଲଗୁଡ଼ା

ପଟ୍ଟାଙ୍ଗି,୨୬।୪ (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଆଜି ଯାଏ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡିନାହିଁ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ଗ୍ରାମାଞ୍ଚଳରେ ପହଞ୍ଚାଉଥିବା ନେଇ କହୁଥିବା ବ୍ଲକ ପ୍ରଶାସନ ଏହି ଗ୍ରାମକୁ ଭୁଲି ଯାଇଛି। ଉକ୍ତ ଗ୍ରାମଟି ହେଲା ବ୍ଲକର ପେଟୁରୁ ପଞ୍ଚାୟତର ୫ନଂ. ୱାର୍ଡ ଚିନ୍ତାଲଗୁଡା। ଗ୍ରାମଟି ବ୍ଲକ କାର୍ଯ୍ୟାଳୟଠାରୁ ୪୭ କି.ମି. ଦୂରରେ ରହଛି। ଗ୍ରାମରେ ୧୦ ପରିବାର ବସବାସ କରନ୍ତି। ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା ରାସ୍ତା ଓ ପାନୀୟଜଳ। ଏଥିପାଇଁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଗ୍ରାମର ରମେଶ ମାରି କହନ୍ତି ।
ସେହିପରି ଗ୍ରାମକୁ ଯିବାକୁ ହେଲେ ସୁଙ୍କିଠାରୁ ଅମ୍ପାବାଲି ପଞ୍ଚାୟତକୁ ସଂଯୋଗ ହୋଇଥିବା ରାସ୍ତା ଦେଇ ପେଟୁରୁ ପଞ୍ଚାୟତ ଦେଇ ଯିବାକୁ ହୋଇଥାଏ। ଚିନ୍ତାଲଗୁଡା ଗ୍ରାମ ପୂର୍ବରୁ ଥିବା ଜିଲାଗୁଣ୍ଠା ଓ କାମ୍ବିରିପାଡୁ ଦୁଇ ଗ୍ରାମର ମଝି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପିଚୁ ରାସ୍ତା ହୋଇଥିବା ବେଳେ ଚିନ୍ତାଲଗୁଡା ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ନାହିଁ। ପିଚୁ ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଉଦ୍ୟମ ହୋଇ ନ ଥିବା ୫ନଂ. ୱାର୍ଡସଭ୍ୟ ସୁକ୍ରି ଗେମେଲ କହିଛନ୍ତି। ଆମ ଗ୍ରାମରେ ପାନୀୟ ଜଳ ସମସ୍ୟା ସବୁ ବେଳେ ଲଗି ରହିଛି। ଗ୍ରାମଠାରୁ ୨ କି.ମି. ଦୂରରେ ଥିବା ଏକ ଝରଣାପାଣି ଉପରେ ଆମେ ନିର୍ଭର କରୁଛୁ। ବ୍ଲକ ପ୍ରଶାସନର କୌଣସି ଅଧିକାରୀଙ୍କ ପାଦ ଏଯାଏ ଆମ ଗ୍ରାମରେ ପଡ଼ିନାହିଁ। ଅଙ୍ଗନଓ୍ବାଡି କେନ୍ଦ୍ର, ପ୍ରି-ସ୍କୁଲ କ’ଣ ଆମ ପିଲାଏ ଜାଣନ୍ତି ନାହିଁ ବୋଲି ଗ୍ରାମବାସୀ କହିିଛନ୍ତି। ଚିନ୍ତାଲଗୁଡା, କାମିରିପାଡୁ ଏବଂ ଚେରୁକୁଢବା ତିନି ଗ୍ରାମର ପିଲାମାନେ ମୂଳାଗୁଡା ଅଙ୍ଗନଓ୍ବାଡି କେନ୍ଦ୍ର ଉପରେ ନିର୍ଭର କରନ୍ତି। ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ମଧ୍ୟ ଠିକ ରୂପେ ଖୋଲେନାହିଁ। ସୂଚନାଯୋଗ୍ୟ, ପେଟୁରୁ ପଞ୍ଚାୟତର ଉକ୍ତ ଗ୍ରାମକୁ ଛାଡିଦେଲେ କାମିରିପାଡୁ ଗ୍ରାମର ୨୦ ପରିବାର ଏବଂ ଚେରୁକୁଢବା ଗ୍ରାମର ୮ ପରିବାର ପାଇଁ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ସେହିପରି ବ୍ଲକର ଚନ୍ଦକା ପଞ୍ଚାୟତର ଗାଲିପାଡୁ ଗ୍ରାମର ୪୦ ପରିବାର ଓ ଟିମାଲପାଡୁ ଗ୍ରାମର ୧୦ ପରିବାରଙ୍କ ମଧ୍ୟ ସମାନ ଅବସ୍ଥା। ଆମ ସମସ୍ୟା ସମାଧାନ ପ୍ରତି ପ୍ରଶାସନ ଦୃଷ୍ଟି ନ ଦେଲେ ଆମେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ବ୍ଲକ ଘେରାଉ କରିବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏନେଇ ପେଟୁରୁ ସରପଞ୍ଚ ମମିତା ବାଙ୍କାଙ୍କୁ ପଚାରିବାରୁ ସେ କହିଲେ ଚିନ୍ତାଲଗୁଡା, କାମିରିପାଡୁ ଓ ଚେରୁକୁଢବା ଗ୍ରାମର ପାନୀୟ ଜଳ ଓ ରାସ୍ତା ସମସ୍ୟା ସମ୍ପର୍କରେ ସେ ବ୍ଲକ ପ୍ରଶାସନକୁ ଲିଖିତ ଭାବେ ଅବଗତ କରାଇଛନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?