ଅରାଜକତା ବନାମ ମାନବାଧିକାର

ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳରେ ଘଟିଥିବା ଅରାଜକତାକୁ ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତା କଲେ ତାହା ଭାରତ ପାଇଁ ଅନୁକୂଳ ନ ଥିଲା। ପ୍ରତିଟି ଦେଶରେ ଚାଇନା ତା’ର ବିସ୍ତାରବାଦୀ ରଣକୌଶଳର ପ୍ରୟୋଗ କରି ସଫଳ ହୋଇଛି। ଚାଇନା ପ୍ରଥମରୁ ପାକିସ୍ତାନ ସହ ରହିଛି। ତେଣୁ ପ୍ରଥମେ ପାକିସ୍ତାନ, ଶ୍ରୀଲଙ୍କା, ମାଳଦ୍ୱୀପ, ବାଂଲାଦେଶ ଓ ଏବେ ନେପାଳ ମଧ୍ୟ ଚାଇନାର ନିୟନ୍ତ୍ରଣକୁ ଆସିଯାଇଛି। ବାକି ଗୋଟିଏ ‘ଭୁଟାନ’ ଓ ଅନ୍ୟଟି ‘ମ୍ୟାନ୍‌ମାର’ ଚାଇନାର ଅର୍ଥନୈତିକ ଚାପରେ ନିୟନ୍ତ୍ରିତ ହୋଇରହିଛି। କେବଳ ଭୁଟାନ ହିଁ ରହିଯାଇଛି କାରଣ ତା’ର ସାମରିକ ବ୍ୟବସ୍ଥା ଭାରତ ସହ ସଂଲଗ୍ନିତ। ତଥାପି ସେଇ ସୀମାନ୍ତରେ ଚାଇନା ବାରମ୍ବାର ଉତ୍ତେଜନା ଜାରି ରଖିଛି।
ଏଥିରୁ ଏତିକି ସ୍ପଷ୍ଟ ଯେ ଭାରତକୁ ଚତୁଃପାର୍ଶ୍ୱରୁ ଘେରିବାର ଏହା ଏକ ଚାଲ୍‌। ଏକଥା କୁହାଯାଇପାରେ କି ଭାରତକୁ ଦକ୍ଷିଣ ପୂର୍ବ ଏସିଆ ତଥା ବିଶ୍ୱରେ ଏକଘରିକିଆ କରାଇବାରେ ଚାଇନାର ଉଦ୍ୟମ ସଫଳ ହୋଇପାରିଛି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରତିକ୍ରିୟାଶୀଳ ବୈଦେଶିକ ନୀତି ଦ୍ୱାରା ପାଶ୍ଚାତ୍ୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ତିକ୍ତ ପ୍ରାୟ। ତେଣୁ ଭାରତର ବୈଦେଶିକ ନୀତିକୁ ଅନ୍ୟୋନପାୟ ଭାବରେ ରୁଷ୍‌ର ମଧ୍ୟସ୍ଥତାରେ ଚାଇନା ସହ ସୁସମ୍ପର୍କ ସ୍ଥାପନ କରିବା ବ୍ୟତୀତ ବୋଧହୁଏ ଆଉ କୌଣସି ବିକଳ୍ପ ନ ଥିଲା। ସ୍ବାଧୀନତା ପରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହିଭଳି ପଦକ୍ଷେପଟିଏ ନେଇଥିଲେ ଏବଂ ‘ପଞ୍ଚଶୀଳ ନୀତି’କୁ ନେଇ ଚାଇନା ସହ ଏକ ବନ୍ଧୁତାର ଚୁକ୍ତି ସ୍ବାକ୍ଷରିତ କରିଥିଲେ । ହେଲେ ଚାଇନା ବିଶ୍ୱାସଘାତକତା କଲା। ଆଉ ଏ ଚୁକ୍ତି ସ୍ବାକ୍ଷରିତ ହେବାର ଅଳ୍ପଦିନ ପରେ ଭାରତ ଉପରେ ଆକ୍ରମଣ କଲା।
ଇତିହାସର ଏଇ ଅନୁଭୂତିକୁ ଅନୁଶୀଳନ କଲେ ଜଣାଯାଏ କି ଚାଇନା ସମାନ ଢଙ୍ଗରେ ବିଶ୍ୱାସଘାତକତା କରିପାରେ। ଆଗରୁ ଉତ୍ତର (ଚାଇନା) ଏବଂ ପଶ୍ଚିମ (ପାକିସ୍ତାନ) ସୀମାନ୍ତରେ ଆମର ଶତ୍ରୁରାଷ୍ଟ୍ରମାନେ ଥିଲେ, ହେଲେ ପୂର୍ବ ଏବଂ ଦକ୍ଷିଣ ଦିଗରୁ ଆମେ ପ୍ରାୟତଃ ସୁରକ୍ଷିତ ଅନୁଭବ କରୁଥିଲେ, ମାତ୍ର ଏସବୁ ରାଷ୍ଟ୍ରର ଅରାଜକତା ପର ସ୍ଥିତି ଯୋଗଁୁ ସେ ଦୁଇପାର୍ଶ୍ୱ ମଧ୍ୟ ଏବେ ଚାଇନା ଦ୍ୱାରା ପ୍ରଭାବିତ ହୋଇଯାଇଛି।
ଅର୍ଥନୈତିକ ଦୃଷ୍ଟିରୁ ଏସବୁ ଦେଶ ଭାରତ ଉପରେ ଅତ୍ୟନ୍ତ ନିର୍ଭରଶୀଳ। ମାତ୍ର ନେପାଳ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ, ଯେଉଁଠି କୌଣସି ଚାଷଜମି ନାହିଁ ଓ ଶିଳ୍ପ ମଧ୍ୟ ନାହିଁ। ସେମାନେ ବିଦେଶ, ମୁଖ୍ୟତଃ ଭାରତରେ ଆସି ବିଭିନ୍ନ କାର୍ଯ୍ୟ କରିଥାନ୍ତି ଓ ଅର୍ଜିତ ଅର୍ଥକୁ ନିଜ ଦେଶକୁ ପଠାଇଥାନ୍ତି। ଆଉ ସେଥିରୁ ପ୍ରାପ୍ତ ବୈଦେଶିକ ମୁଦ୍ରା ଓ ପର୍ଯ୍ୟଟନରୁ ଆୟ ହିଁ ନେପାଳର ମୁଖ୍ୟ ଜାତୀୟ ଆୟ।
ଆଉ ଏକ ଚିନ୍ତାର ବିଷୟ ହେଲା ମାନବ ଅଧିକାରର ଉଲ୍ଲଂଘନ, ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳରେ ସମାନ ଭାବରେ ତାହା ସଂଘଟିତ ହୋଇପାରିଛି। ପ୍ରଥମେ ଶାସନତନ୍ତ୍ରରେ ରହିଥିବା ବ୍ୟକ୍ତିମାନେ ଓ ପରେ ଅନ୍ୟାନ୍ୟ ରାଜନୈତିକ ବ୍ୟକ୍ତି ବିଶେଷ ତଥା ସର୍ବୋପରି ସାଧାରଣ ଜନତାଙ୍କୁ ମଧ୍ୟ ସେମାନେ ଛାଡ଼ିଲେ ନାହିଁ।
ଚାଇନାର ମାଓ-ସେ-ତୁଙ୍ଗ ଦେଶରେ ଗଣତନ୍ତ୍ରବାଦୀ ବା ମାନବାଧିକାରବାଦୀମାନଙ୍କୁ ସମୂଳ ଧ୍ୱଂସ କରିଦେବାର ଏକ ଅମାନବୀୟ ପ୍ରକ୍ରିୟାକୁ ଆପଣେଇ ଥିଲେ। ଘୋଷଣା କଲେ କି ଯେଉଁମାନେ ଗଣତନ୍ତ୍ର ବା ମାନବ ଅଧିକାରକୁ ପ୍ରାଧାନ୍ୟ ଦେବାକୁ ଇଚ୍ଛା କିମ୍ବା ଚିନ୍ତା କରୁଥାନ୍ତି ସେମାନେ ତାଙ୍କର ମତାମତକୁ ସରକାରଙ୍କୁ ଜଣାନ୍ତୁ। ତାହାର ଉପଯୁକ୍ତ ଭାବରେ ତର୍ଜମା କରାଯିବ। ତାଙ୍କ କଥାରେ ବିଶ୍ୱାସ କରି ଅନେକ ହଜାର ବୁଦ୍ଧିଜୀବୀ, ଛାତ୍ର, ଅଧ୍ୟାପକ, ଦାର୍ଶନିକମାନେ ନିଜ ନିଜର ମତାମତ ସରକାରଙ୍କୁ ଜଣାଇଲେ। ସେଥିପାଇଁ ଦିଆଯାଇଥିବା ସମୟ ଅବଧିର ପରିସମାପ୍ତି ପରେ ସରକାର ଗଣତନ୍ତ୍ର ତଥା ମାନବ ଅଧିକାର ସପକ୍ଷରେ ମତ ଦେଇଥିବା ହଜାର ହଜାର ବୁଦ୍ଧିଜୀବୀଙ୍କୁ ତଥା ପ୍ରଗତିଶୀଳ ଚିନ୍ତାଧାରାର ବ୍ୟକ୍ତିମାନଙ୍କୁ ଚିହ୍ନଟ କଲେ। ସେମାନଙ୍କୁ ତାଙ୍କ ଘରୁ ନିମନ୍ତ୍ରଣ କରି ଡାକି ଆଣିଲେ ଓ ଗୋଟିଏ ଧାଡ଼ିରେ ଠିଆ କରାଇ ଏକ ସର୍ବସାଧାରଣ ସ୍ଥାନରେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଦେଲେ, ଫଳରେ ଉଦାରବାଦୀ ଚିନ୍ତାଧାରାର ମୂଳୋପତ୍ାଟନ ହୋଇଗଲା। ଆଉ କମ୍ୟୁନିଷ୍ଟ ପାର୍ଟିର ଏକଚ୍ଛତ୍ରବାଦୀ ଶାସନ ବ୍ୟବସ୍ଥା ବଳବତ୍ତର ହୋଇ ରହିଲା।
କ୍ରମେ ଶାସନର ପରିବର୍ତ୍ତନ ଘଟିଲା। ମାଓ ଚାଲିଗଲେ ଉତ୍ତରାଧିକାରୀ ଭାବରେ ଚାଓ-ଏନ୍‌-ଲାଇ ତାଙ୍କ ଦଳର ତଥା ଦେଶର ଶାସନ ମୁଖ୍ୟ ହେଲେ, ମାତ୍ର ସେହି ସମୟରେ ଚାଇନାର ବୁଦ୍ଧିଜୀବୀଙ୍କ ଭିତରେ ପୁନଶ୍ଚ ସେଇ ମାନବାଧିକାର ପ୍ରାପ୍ତ କରିବାର ତଥା ଗଣତନ୍ତ୍ରକୁ ଆପଣେଇବାର ମନୋଭାବ ଜାଗ୍ରତ ହେଲା, ବିଶେଷ ଭାବରେ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରୀଛାତ୍ରମାନେ ପ୍ରଭାବିତ ହୋଇ ଆଗକୁ ବାହାରିଲେ ଓ କ୍ରମେ ଗଣତନ୍ତ୍ରବାଦ ପାଇଁ ଆନ୍ଦୋଳନ ଆରମ୍ଭ କରିଦେଲେ। ଚାହଁୁ ଚାହଁୁ ହଜାର ହଜାର ଛାତ୍ରୀଛାତ୍ର ସେଥିରେ ଯୋଗଦେବାକୁ ଲାଗିଲେ, ଆଉ ସେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ଅଂଶଟିଏ ଭାବରେ ଦିନେ ଐତିହାସିକ ‘ତିଆନେନ୍‌ ମେନ୍‌‘ ଛକଠାରେ ଛାତ୍ରୀଛାତ୍ର ଓ ଅଧ୍ୟାପକମାନେ ଏକତ୍ରିତ ହେଲେ। ଚାରିକଡୁ ଆବଦ୍ଧ କରି ଟ୍ୟାଙ୍କ୍‌ରେ ଅନ୍ଧାଧୁନିଆ ଗୁଳି ଚାଳନା ହେଲା, ଫଳତଃ ୧୦ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଗଲା।
ଭାରତର ସମ୍ବିଧାନ ପ୍ରଣେତାଙ୍କର ମାନବ ଅଧିକାରକୁ ନେଇ ଅତ୍ୟନ୍ତ ଉଦାରବାଦୀ ଓ ରଚନାତ୍ମକ ଭାବନା ଯୋଗୁ ଆମେ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ସମ୍ବିଧାନକୁ ପ୍ରାପ୍ତ କରିଅଛେ, ତାହା ପ୍ରାୟ ସମଗ୍ର ବିଶ୍ୱରେ ବିରଳ। ସେଥିପାଇଁ ନେପାଳ ଓ ବାଂଲାଦେଶର ସ୍ଥିତି ଉପରେ ଟିପ୍ପଣୀ ଦେଇ ଆମ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କହିଛନ୍ତି ‘ଭାରତବର୍ଷରେ ଏଭଳି କାଣ୍ଡ ଘଟିବାର ସମ୍ଭାବନା ନାହିଁ କାରଣ ଆମ ସମ୍ବିଧାନ ବେଶ୍‌ ମଜଭୁତ ‘ଅବଶ୍ୟ ଏହା ଆମର ଗର୍ବ ଓ ସନ୍ତୋଷ ପ୍ରାପ୍ତିର କାରଣ ହୋଇପାରେ ହେଲେ ଆମ ସୀମାନ୍ତରେ ଚାଲିଥିବା ପାରିପାର୍ଶ୍ୱିକ ଅବ୍ୟବସ୍ଥାକୁ ଅଣଦେଖା ନ କରି ଆମ ସାମ୍ବିଧାନିକ ମୂଲ୍ୟବୋଧକୁ ବିଚାର ରଖିବାର ଗୁରୁଦାୟିତ୍ୱ ଆମ ସମସ୍ତ ଦେଶବାସୀ ଏବଂ ନାଗରିକଙ୍କର ହେବା ଉଚିତ।

ଅସୀମା ପଟ୍ଟନାୟକ
ମୋ: ୮୨୪୯୨୯୯୭୮୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?