Posted inଫୁରସତ

ଏହି ବଳଦର ପ୍ରଶଂସାରେ ଶତମୁଖ ହେଲେ ଆନନ୍ଦ ମହିନ୍ଦ୍ରା, କାରଣ ଜାଣିଲେ ଆପଣ ବି ଚକିତ ହେବେ…

ବୁଦ୍ଧିମାନ କେବଳ ମନୁଷ୍ୟ ନୁହନ୍ତି, କିଛି ଜୀବ ମଧ୍ୟ ନିଜର ବୁଦ୍ଧିମତାର ପ୍ରମାଣ ଦେଇଥାନ୍ତି। କୁହାଯାଏ ଯେ ଗୋରିଲା ଅନ୍ୟ ଜୀବଙ୍କ ତୁଳନାରେ ହୁସିଆର ହୋଇଥାନ୍ତି। ତାଙ୍କର ବୁଝିବା ଶକ୍ତି ଦେଖି ମନୁଷ୍ୟ ବି ଚକିତ ହୁଏ। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବଳଦର ଭିଡିଓ ଭାଇରାଲ ହେଉଛି, ଯାହାର ବୁଦ୍ଧି ଦେଖି କେବଳ ଯେ ସାଧାରଣ ଲୋକେ ତାହା ନୁହେଁ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସକ ପାଲଟିଛନ୍ତି। ବଳଦଟିର ନାମ ରାମୁ। ସେ ପଞ୍ଜାବରେ ରହୁଛି।

ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଆନନ୍ଦ ମହିନ୍ଦ୍ରା ବଳଦର ଭିଡିଓ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଯଦି ରାମୁ କଥା ହୋଇପାରୁଥାନ୍ତା, ତେବେ ସେ ଦୁନିଆର ଯେକୌଣସି ମୋଟିଭେସନାଲ ସ୍ପିକର୍‌ ତୁଳନାରେ ସକରାତ୍ମକ ଜୀବନ ବିଷୟରେ ଉଚିତ ପରାମର୍ଶ ଦେଇପାରୁଥାନ୍ତା ବୋଲି ବିଶ୍ୱାସ।

ସାଧାରଣତଃ ବଳଦଦ୍ୱାରା କାମ କରାଇବାକୁ ମାଲିକକୁ ସାଙ୍ଗରେ ରହିବାକୁ ପଡ଼ିଥାଏ। ହେଲେ ଏହି ବଳଦଟି ଗୋଶାଳାରେ ସମସ୍ତ କାମ ନିଜେ କରିଥାଏ। କାହାରି ସହାୟତା ନ ନେଇ ସେ ଶଗଡ଼ ଗାଡ଼ିକୁ ଟାଣୁଛି। ଜିନିଷପତ୍ର ନେଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛି। ସେ ସବୁ ରାସ୍ତା ବିଷୟରେ ଜାଣିଛି। ସକାଳୁ ଉଠି ସେ ପ୍ରତ୍ୟେହ ଏହି କାମ କରୁଛି, ଥକୁ ନାହିଁ। କହିବାକୁ ଗଲେ ଭିଡିଓରେ ତାର ଦିନଚର୍ଯା ଦେଖିବାକୁ ମିଳିଛି।

ପ୍ରାୟ ୪ ମିନିଟର ଏହି ଭିଡିଓକୁ ହଜାର ହଜାର ସଂଖ୍ୟାରେ ଲୋକ ଦେଖିସାରିଲେଣି। କେହି କେହି ‘ରାମୁ ଆଜିକାଲି ସମୟର ଏଆଇଠାରୁ ଲକ୍ଷେଗୁଣା ଭଲ’ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପରିବାର ଲୋକ ବେସାହାରା

ଖଡ଼ିଆଳ,୧୦ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କୁଲିଗାଁ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ଏକ ପରିବାର ବେସାହାରା…

ଦାଦନ ଖଟିବାକୁ ଯାଇ କେରଳରେ ଯୁବକ ମୃତ; ମୃତଦେହ ଗାଁକୁ ଆଣିବାକୁ ଜିଲାପାଳଙ୍କୁ ନିବେଦନ

ଜି.ଉଦୟଗିରି,୧୦।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା…

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ମନ୍ଦିରର ଉନ୍ନୟନ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଲେ ଯୁବ ସମାଜସେବୀ ଦୀପକ ମୁଦୁଲି

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ବ୍ୟାରେକସାହିସ୍ଥିତ ଶ୍ରୀ ସମ୍ପଦ ବିନାୟକ ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଯୁବ…

ଝାରସୁଗୁଡାରେ ଅଜବ ଘଟଣା: ନାଗସାପକୁ କାମୁଡ଼ି ମାରିଦେଲେ ଯୁବକ, ପୂରା ଘଟଣା ଜାଣିଲେ…

ଝାରସୁଗୁଡା,ଲାଇକେରା, ୧୦।୮(ଆଶିଷ ରଞ୍ଜନ ଦାଶ/ରଞ୍ଜନ କୁମାର ମେହେର):ଗୁଣିଆର ଅନ୍ଧବିଶ୍ୱାସୀ କଥାରେ ପଡ଼ି ଜଣେ ଯୁବକ ନାଗସାପର ଫଣାକୁ ଦାନ୍ତରେ କାମୁଡ଼ି ଛିଣ୍ଡାଇ ମାରିଦେବା ଭଳି ଏକ ଅଜବ…

ସଞ୍ଜୀବ, ଯଶୋବନ୍ତଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୦।୮: ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ସୋମବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ପୋଲିସ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ…

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri