କେନ୍ଦ୍ରୀୟ ବଜେଟର ବିଶ୍ଳେଷଣ

ଏନ୍‌ଡିଏ-୩.୦ ସରକାରଙ୍କ ପ୍ରଥମ ପୂର୍ଣ୍ଣ ବଜେଟ (୨୦୨୫-୨୬) ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଛି। ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ କ୍ରମାଗତ ଅଷ୍ଟମ ବଜେଟ, ତାହା ବି ଜଣେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ। ଏଥର ବଜେଟର ୪ଟି ବିଶେଷ ଆହ୍ବାନ ଥିଲା।
ପ୍ରଥମତଃ, ଘରୋଇ ଉପଭୋଗର ମାନ୍ଦାବସ୍ଥା। ଉଲ୍ଲେଖଯୋଗ୍ୟ ଯେ ଯଦିଓ ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ ଚଳିତ ବର୍ଷ ଭାରତର ରପ୍ତାନି ବୃଦ୍ଧି ଉତ୍ସାହଜନକ ରହିବ ବୋଲି ଆକଳନ କରିଛି, ଅସଲ କଥା ହେଲା ସାମ୍ପ୍ରତିକ ବିଶ୍ୱ ପରିଦୃଶ୍ୟରେ ରପ୍ତାନି ଆଧାରିତ ଅଭିବୃଦ୍ଧି ଉପରେ ଭରସା କରିହେବ ନାହିଁ। ତେଣୁ ‘ଘରୋଇ ଉପଭୋଗ’କୁ ମୁଖ୍ୟ ଆଧାର କରି ଆର୍ଥିକ ଅଭିବୃଦ୍ଧିର ଯୋଜନା ନିର୍ଦ୍ଧାରଣ କରିବା ଉପରେ ଅର୍ଥଶାସ୍ତ୍ରୀମାନେ ମତ ଦେଉଥିଲେ। ସରଳ ତର୍କଟି ହେଲା, ଉପଭୋଗ ବଢ଼ିଲେ ଉତ୍ପାଦନ ବଢ଼ିବ, ଯାହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ବିତ ହେବ। ମାତ୍ର ସଦ୍ୟ ପ୍ରକାଶିତ ଅନ୍ୟ ଏକ ତଥ୍ୟରୁ ଜଣାପଡ଼ିଲା ଯେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଘରୋଇ ଉପଭୋଗର ଅଭିବୃଦ୍ଧି ଚିନ୍ତାଜନକ ଭାବେ ୫.୪ ଶତକ ଦ୍ରୁତ ହ୍ରାସ ପାଇଛି। ଯେଉଁଥିପାଇଁ ୨୦୨୪-୨୫ର ଅଭିବୃଦ୍ଧି ଆଉ ୬.୫ରୁ ୭% ହେବନାହିଁ। ବରଂ ୬ରୁ ୬. ୪% କୁ କମିଯିବ। ତେଣୁ ଉପଭୋଗ ବ୍ୟୟ ବଢ଼ାଇବା ଜରୁରୀ। ମଧ୍ୟମବର୍ଗ ହାତରେ ବଳକା ଅର୍ଥ ଛା ନିତାନ୍ତ ଆବଶ୍ୟକ। ସେଥିପାଇଁ ଏହି ବଜେଟରେ ଆୟ କରରେ ଆଖିଦୃଶିଆ ଆଶ୍ବସ୍ତି ଦେଇ ସରକାର ମଧ୍ୟମ ବର୍ଗ ପ୍ରତି ନ୍ୟାୟ କରିବା ସହ ସମୟୋଚିତ ଆର୍ଥିକ ପଦକ୍ଷେପ ନେଇଥିବା ପ୍ରତୀତ ହେଉଛି।
ଦ୍ୱିତୀୟତଃ, ପୁଞ୍ଜିଗତ ବ୍ୟୟର ଅଭିବୃଦ୍ଧିକୁ ଜାରି ରଖିବା ମଧ୍ୟ ଏକ ଆହ୍ବାନ ଥିଲା। ବାସ୍ତବରେ ‘ଚାହିଦା ପ୍ରବନ୍ଧନ’ ତୁଳନାରେ ‘ଯୋଗାଣ ପରିଚାଳନା’ ଦ୍ୱାରା ଅଭିବୃଦ୍ଧି ହାସଲ ମୋଦି ସରକାରଙ୍କ ଆର୍ଥିକ ନୀତିର ପ୍ରାଥମିକତା ବୋଲି ସମୀକ୍ଷକମାନେ ମତ ଦିଅନ୍ତି। ତେଣୁ ବିନିର୍ମାଣ ଉଦ୍ୟୋଗକୁ ଟିକସ ରିହାତି ତଥା ପୁଞ୍ଜିଗତ ବ୍ୟୟରେ ନିରନ୍ତର ବୃଦ୍ଧି ଏ ସରକାରଙ୍କ ଶାସନ କାଳରେ ଦେଖିବାକୁ ମିଳିଛି। ତେବେ ଏ ବର୍ଷ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଲା। ବଜେଟରେ ପୁଞ୍ଜିଗତ ବ୍ୟୟ ପାଇଁ ଗତବର୍ଷ ଯେତିକି ବରାଦ କରାଯାଇଥିଲା (୧୧. ୧ ଲକ୍ଷ କୋଟି ) ଏ ବର୍ଷ ପ୍ରାୟ ସେତିକି (୧୧.୨ ଲକ୍ଷ କୋଟି ଟଙ୍କା) ହିଁ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ପୁଞ୍ଜିଗତ ବ୍ୟୟ ପାଇଁ ଚଳିତବର୍ଷର ଆବଣ୍ଟିତ ଅର୍ଥରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ ନାହିଁ ବୋଲି କୁହାଯାଉଛି। ନିର୍ବାଚନ କାରଣ ହେଉ ବା ବିଭିନ୍ନ ବିଭାଗର ଖର୍ଚ୍ଚ ଦକ୍ଷତାର ଅଭାବ ହେଉ ଧାର୍ଯ୍ୟ ରାଶିର ପ୍ରାୟ ୧୦ ଶତକ ଖର୍ଚ୍ଚ ହୋଇପାରିବ ନାହିଁ, ଯାହା ଚିନ୍ତାଜନକ। ମାତ୍ର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ହେଲେ ବିଶେଷକରି ୫ ଟ୍ରିଲିଅନ ଅର୍ଥ ବ୍ୟବସ୍ଥା, ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ବପ୍ନ ପାଇଁ ନିରନ୍ତର ପୁଞ୍ଜିଗତ ବ୍ୟୟବୃଦ୍ଧି ଆବଶ୍ୟକ ଥିଲା।
ତୃତୀୟତଃ, ବିଭିନ୍ନ ଆହ୍ବାନ ପରିପ୍ରେକ୍ଷୀରେ ସରକାର ଆର୍ଥିକ ଶୃଙ୍ଖଳା କିପରି ରଖୁଛନ୍ତି, ତାହା ଉପରେ ସମସ୍ତଙ୍କ ଦୃଷ୍ଟି ଥିଲା। କୋଭିଡ୍‌-୧୯ ପରବର୍ତ୍ତୀ ୨୦୨୧-୨୨ ବଜେଟରେ ପୁନଃ ଆର୍ଥିକ ଶୃଙ୍ଖଳା ପାଇଁ ୨୦୨୫-୨୬ ବର୍ଷ ସୁଦ୍ଧା ବିତ୍ତୀୟ ନିଅଣ୍ଟକୁ ସମଗ୍ର ଘରୋଇ ଉତ୍ପାଦନର ୪.୫ ଶତକଡ଼ାକୁ ହ୍ରାସ କରିବା ପାଇଁ ନୂତନ ଲକ୍ଷ୍ୟ ରଖାଯାଇଥିଲା। ଅର୍ଥମନ୍ତ୍ରୀ ୨୦୨୪-୨୫ରେ ଏହାକୁ ୪. ୯କୁ ଆଣିବେ ବୋଲି ଲକ୍ଷ୍ୟ ରଖିଥିଲେ, ଯାହା ଏବେ ୪. ୮କୁ କମିବା ସହ ୨୦୨୫-୨୬ରେ ଏହା ୪.୪%କୁ ଖସିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଜଣାପଡୁଛି ଯେ ଚଳିତ ବର୍ଷ ପୁଞ୍ଜିଗତ ବ୍ୟୟରୁ ଥିବା ବଳକା ଅର୍ଥରାଶିରୁ ରାଜକୋଷ ନିଅଣ୍ଟ ଭରଣା ହୋଇଛି। ମାତ୍ର ଆଗାମୀ ବର୍ଷ ଟିକସ ରିହାତି ସତ୍ତ୍ୱେ ଯଦି ୪. ୪% ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ହୋଇଯାଏ, ତାହାହେଲେ ଏହା ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ନିଶ୍ଚୟ ଧରାଯିବ। ଋଣ-ଜିଡିପି ଅନୁପାତ ମଧ୍ୟ ୫୭%ରୁ ୫୬%କୁ ଖସିବ ବୋଲି କୁହାଯାଇଛି।
ଚତୁର୍ଥତଃ, ଆର୍ଥିକ ଅଭିବୃଦ୍ଧି ଓ ରୋଜଗାର ସୃଜନ ଦୃଷ୍ଟିରୁ ସରକାର ବଜେଟରେ କିପରି ଉଦ୍ୟମ କରିବେ ତାହା ମଧ୍ୟ କୌତୂହଳର ବିଷୟ ଥିଲା। ବିଶେଷକରି କୃଷି, ଉଦ୍ୟୋଗ ଓ ସେବା କ୍ଷେତ୍ରରେ ବଜେଟ ପ୍ରସ୍ତାବଗୁଡ଼ିକ କ’ଣ ତାହା ଅନୁଧ୍ୟାନଯୋଗ୍ୟ। ଆଗାମୀ ବଜେଟରେ କମ୍‌ କୃଷି ଉତ୍ପାଦକତା ଥିବା ୧୦୦ଟି ଜିଲାରେ କୃଷି ସଘନତା ତଥା ଉତ୍ପାଦନ ବୃଦ୍ଧି ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା’ ପରି ଏକ ନୂତନ ଯୋଜନାର ପ୍ରସ୍ତାବ ଦିଆଯାଇଛି। ଆଶା କରାଯାଏ ଓଡ଼ିଶା, ବିହାର, ଛତିଶଗଡ଼, ଝାଡଖଣ୍ଡ ପରି ପୂର୍ବ ଭାରତର ଅନେକ ଜିଲା ଏଥିରୁ ଲାଭାନ୍ବିତ ହେବେ। ସେହିପରି ଅଭିବୃଦ୍ଧି ଓ ରୋଜଗାର ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ ଉଦ୍ୟୋଗ – ବିଶେଷତଃ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ‘ରାଷ୍ଟ୍ରୀୟ ବିନିର୍ମାଣ ମିଶନ’ ଗଠନର ସ୍ବପ୍ନ ଦେଖାଯାଇଛି। ତେବେ ଏସବୁ ଯୋଜନାର ବିସ୍ତୃତ ରୂପରେଖ କ’ଣ ଓ କେତେ ପାଣ୍ଠି କେଉଁ ଉପାୟରେ ବିନିଯୋଗ କରିବାର ପ୍ରାବଧାନ ରହିଛି ତାହା ଜାଣିବାକୁ ହେବ। ଉତ୍ପାଦକତା ବୃଦ୍ଧି ଓ କ୍ରମବର୍ଦ୍ଧିଷ୍ଣୁ ଶିକ୍ଷିତ ଓ ବହୁଆକାଂକ୍ଷୀ ଯୁବବର୍ଗ ପାଇଁ ରୋଜଗାର ସୃଜନ ଲାଗି ଏସବୁ କେତେଦୂର ଉପଯୋଗୀ ହେବ ତାହା ଅନୁଧ୍ୟାନର ବିଷୟ।
ବଜେଟରେ ଆଣବିକ ଶକ୍ତି ପ୍ରକଳ୍ପ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ, କୃଷି ଉତ୍ପାଦକତା, ଅସ୍ଥାୟୀ-ଅସୁରକ୍ଷିତ(ଗିଗ) ଶ୍ରମିକମାନଙ୍କ ସୁରକ୍ଷା, ଛୋଟ ସହର ବିମାନ ସଂଯୋଗୀକରଣ ଇତ୍ୟାଦି ଅନେକ ପ୍ରସ୍ତାବ ଦିଆଯାଇଛି। ଏସବୁ ସ୍ବାଗତଯୋଗ୍ୟ। ମାତ୍ର ସାମାଜିକ କ୍ଷେତ୍ରରେ କରାଯାଇଥିବା ଆବଣ୍ଟନ ପ୍ରଶ୍ନ ସୃଷ୍ଟି କରେ। ସରକାର ନୂତନ ଶିକ୍ଷାନୀତି ପ୍ରଣୟନ କଲେ। ସମଗ୍ର ଘରୋଇ ଉତ୍ପାଦର ଶତକଡା ୬ ଭାଗ ଶିକ୍ଷା ପାଇଁ ଖର୍ଚ୍ଚ ହେବାର ପ୍ରସ୍ତାବ ରହିଛି। କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ମିଶାଇ ଏହା ଏବେ ୪.୪%ରେ ପହଞ୍ଚିଛି। ଶିକ୍ଷା ଖର୍ଚ୍ଚ ବୃଦ୍ଧିରେ କେନ୍ଦ୍ର ସରକାରଙ୍କୁ ନେତୃତ୍ୱ ନେବାକୁ ହେବ। କିନ୍ତୁ ଆଗାମୀ ବଜେଟରେ ଶିକ୍ଷା କ୍ଷେତ୍ରରେ ପ୍ରସ୍ତାବିତ ବଣ୍ଟନ ହେଉଛି ୧.୨୮ ଲକ୍ଷ କୋଟି, ଯାହା ପୂର୍ବ ବଜେଟ ତୁଳନାରେ ମାତ୍ର ୨. ୪ଭାଗ ଅଧିକ। ପୂର୍ବ ବର୍ଷ ୧. ୨୫ ଲକ୍ଷ କୋଟି ପ୍ରସ୍ତାବିତ ରାଶିରୁ କେବଳ ୧.୧୪ ଲକ୍ଷ କୋଟି ଖର୍ଚ୍ଚ ହୋଇପାରିଲା। ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସମଦଶା। ସାମାଜିକ କ୍ଷେତ୍ରରେ ଖର୍ଚ୍ଚ କରା ନ ଗଲେ ଦକ୍ଷତା ବିକାଶ ହେବ କିପରି?
ମୋଟ ଉପରେ ବଜେଟ ୨୦୨୫-୨୬ ମଧ୍ୟମ ବର୍ଗଙ୍କୁ ଆଶ୍ବସ୍ତି ଦେବା ସହ ବିତ୍ତୀୟ ଶୃଙ୍ଖଳା ରକ୍ଷାରେ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ସାମାଜିକ କ୍ଷେତ୍ର ଓ ପୁଞ୍ଜିଗତ କ୍ଷେତ୍ର ପ୍ରତି ଅଧିକ ସଜାଗ ହୋଇଥିଲେ ଅଧିକ ପ୍ରଭାବୀ ହୋଇଥାନ୍ତା।
ପ୍ରଫେସର, ଅର୍ଥଶାସ୍ତ୍ର ବିଭାଗ, ପୂର୍ବୋତ୍ତର ପାର୍ବତୀୟ ବିଶ୍ୱବିଦ୍ୟାଳୟ, ଶିଲଂ, ମେଘାଳୟ
chittaranjan.ru@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri