ବୃଦ୍ଧାଙ୍କ ମୁଣ୍ଡ ଛେଚି ନିର୍ମମ ହତ୍ୟା ଘଟଣା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଭାଲିଆଡାଳ ପଞ୍ଚାୟତର ବଉଳା ଗ୍ରାମରେ ଗତ ୧୧ ତାରିଖ ମଙ୍ଗଳବାର ଘର ବାହାରେ ଜଣେ ୬୨ ବର୍ଷୀୟା ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମହୁଲଡ଼ିହା ଥାନା ପୋଲିସ ସୋମବାର ୩ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ଡାହାଣୀ ସନ୍ଦେହରେ ହୋଇଥିବା ନେଇ ପୋଲିସ କହିଛି। ଘଟଣାରେ କୋର୍ଟ ଚାଲାଣ ହୋଇଥିବା ୩ ଜଣ ଅଭିଯୁକ୍ତ ହେଉଛନ୍ତି ଝରଝରି ଗ୍ରାମର ମାନକୀ ମୁଣ୍ଡୁରୀ ( ଝୋଟ),କାଣ୍ଡେ ହେମ୍ବ୍ରମ (ଭୂୟାଁ),ପୂର୍ଣ୍ଣ ବୁଡିଉଲି (କାନ୍ଦ୍ରା)।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ୩ ଜଣଙ୍କ ମଧ୍ୟରୁ ମାନକୀଙ୍କ ମା’ଙ୍କର ଏକ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା। ସେହିପରି କାଣ୍ଡେଙ୍କ ବାପାଙ୍କ ଅଢେଇ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା। ପୂର୍ଣ୍ଣଙ୍କ ଭାଇଙ୍କର ବର୍ଷେ ପୂର୍ବରୁ ମୃତ୍ୟୁ ଘଟିଥିଲା। ଏ ସମସ୍ତଙ୍କ ମୃତ୍ୟୁର କାରଣ ମୃତା ବୃଦ୍ଧା ସୁନେଇ ଡାହାଣୀ ହୋଇ ମାରିଦେଇଥିବାର ଏହି ୩ ଜଣ ସନ୍ଦେହ କରି ଆସୁଥିଲେ। ଏଣୁ ସୁନେଇଙ୍କୁ ଜୀବନରୁ ଶେଷ କରିବାକୁ ଏହି ୩ ଜଣ ଯୋଜନା କରି ଆସୁଥିଲେ। ଗ୍ରାମରେ ଜୟରାମ ପୂର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସୁନେଇ ଦୁଇ ଜଣ ଏକ ନିଛାଟିଆ ସ୍ଥାନରେ ଥିବା ଘରେ ରହୁଥିଲେ। ଗତ ମଙ୍ଗଳବାର ସ୍ବାମୀ ଜୟରାମ ଭାଲିଆଡାଳ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଆସି ଭାଲିଆଡାଳ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ। ଏହି ସୁଯୋଗରେ ଏହି ୩ ଅଭିଯୁକ୍ତ ସେହିଦିନ ରାତିରେ ତାଙ୍କ ଘରକୁ ଆସି ଏକ କୁରାଢ଼ି ସାହାଯ୍ୟରେ ସୁନେଇଙ୍କ ମୁଣ୍ଡକୁ ଛେଚି ହତ୍ୟା କରି ପଳାଇ ଯାଇଥିଲେ। ବୁଧବାର ରାତିରେ ସ୍ବାମୀ ଜୟରାମ ଘରକୁ ଫେରି ଘର ବାହାରେ ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ସାହି ପଡ଼ୋଶୀଙ୍କୁ ଆସି ସହାୟତା କରିବାକୁ କହିଥିଲେ ମଧ୍ୟ ତାଙ୍କୁ କେହି ସହାୟତା କରି ନ ଥିଲେ। ଗୁରୁବାର ସକାଳେ ନିଜ ପୁତୁରା ସହିତ ଆସି ଥାନାରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତରେ ତଦନ୍ତ କରିଥିଲା। କିନ୍ତୁ ସେଦିନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇପାରି ନ ଥିଲା କିନ୍ତୁ ପୋଲିସ ଥାନା କେସ୍‌ ନମ୍ବର ୬୩/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖି ୩ ଜଣକୁ ଗିରଫ କରିବାରେ ସଫଳ ହୋଇଥିଲା ବୋଲି ଆଇଆଇସି ରଞ୍ଜୁ ହସିନା କୁଲୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri