ମହିଳାଙ୍କୁ ଇଙ୍ଗିତକରି ଅଶ୍ଳୀଳ ଗୀତ

ଜୟପୁର/ସୁନାବେଡ଼ା, ୧୬ା୯(ନି.ପ୍ର./ସ୍ବ.ପ୍ର.): ପ୍ରତ୍ୟେକ ଜିଲାର ମହିଳା ଓ ଯୁବତୀଙ୍କୁ ଅଶାଳୀନ ଭାଷା ପ୍ରୟୋଗକରି ଗୀତ ଗାଇଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର କଳାକାର, ଛାତ୍ରୀ ଓ ମହିଳାମାନେ ଏକତ୍ରିତ ହୋଇ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏତଲା ଦେଇଛନ୍ତି। ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ସେମାନଙ୍କ ଏତଲା ଗ୍ରହଣ କରିଛନ୍ତି। ଜୟପୁରର କୁସୁମାଞ୍ଜଳି ମହିଳା ଗ୍ରୁପ୍‌, ସଚେତନ ମହିଳା ସଂଘ, ସଚେତନ ଛାତ୍ରୀ ସଂଘ, ସ୍ବର ଘୁଙ୍ଗୁର, କୋରାପୁଟର ଇଣ୍ଟରନ୍ୟାଶନାଲ ହ୍ୟୁମାନରାଇଟ୍ସ ଶାଖା ଏବଂ କୋରାପୁଟିଆ କଳା ଓ କଳାକାରମାନେ ଏଥିରେ ସାମିଲ ହୋଇଥିଲେ। ବାଲେଶ୍ୱରର ଶଙ୍କର ଓମ୍‌ ଶାରନ ଓରଫ ଉମାକାନ୍ତ ନାମକ ବ୍ୟକ୍ତି ଓଡ଼ିଶାର ସମସ୍ତ ଜିଲାର ନାରୀମାନଙ୍କ ପ୍ରତି ଅଶ୍ଳୀଳ ଆକ୍ଷେପ କରି ଗୀତ ରଚନା କରି ୟୁ ଟ୍ୟୁବ୍‌ ପ୍ଲାଟ୍‌ଫର୍ମରେ ଛାଡ଼ିଛନ୍ତି। ଏହାକୁ ବିରୋଧକରି ଜୟପୁରରେ ଉପରୋକ୍ତ ଅନୁଷ୍ଠାନ, ଛାତ୍ରୀଛାତ୍ର ଓ ଜନସାଧାରଣଙ୍କ ପକ୍ଷରୁ ଏତଲା ହୋଇଛି। ସମ୍ପୃକ୍ତ ଗୀତିକାରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ତାଙ୍କ ୟୁଟୁବ୍‌ ଚାନେଲକୁ ରଦ୍ଦକରି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏତଲା ଦେବା ସମୟରେ ଧୀରେନ ମୋହନ ପଟ୍ଟନାୟକ, ମନୋଜ ପାତ୍ର, ହିମାଂଶୁ ମହାପାତ୍ର, ରାହୁଲ ସାମନ୍ତରାୟ, ବାଦଲ ସାମନ୍ତରାପାତ୍ର, ଜି. ରାମବାବୁ, ସାଗରିକା ପଟ୍ଟନାୟକ,ସସ୍ମିତା ମିଶ୍ର, ଶିଳ୍ପା ପାଣି, ସାଗରିକା ମହାପାତ୍ର,ସଞ୍ଜିବନୀ ପଣ୍ଡା, କୃଷ୍ଣଚନ୍ଦ୍ର ହୋତା, ସୁଶାନ୍ତ ପଣ୍ଡା, ଶ୍ରୀକାନ୍ତ ଦାସ, ଦିବାକର ପଟ୍ଟନାୟକ, ଜୟନ୍ତ ଦାସ,ପୀୟୂଷ ପଟ୍ଟନାୟକ,କୃଷ୍ଣ ଦାସ, ଏମ୍‌. ସତ୍ୟନାରାୟଣ, ଦୁର୍ଗା ଶର୍ମାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ l
ଗୀତିକାର ଓ ଗାୟକ ବିରୁଦ୍ଧରେ ଥାନାରେ ଏତଲା । ସୁନାବେଡାରେ ମଧ୍ୟ ଏହା ବିରୋଧରେ ସେମିଳିଗୁଡାର ସ୍ବେଚ୍ଛାସେବୀ ସଂସ୍ଥା ଲିଭ ଫର ଅଦର୍ସର ସଭାନେତ୍ରୀ ସ୍ନିଗ୍ଧାରାଣୀ ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଏସ୍‌ଆଇ ଦୀପକ ବାରିକଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ସମ୍ପୃକ୍ତ ଗୀତିକାର ଓ ଗାୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦ୍‌ଘାତରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଖଡିଆଳ,୧୩ା୧୦ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଚଲାନପଡ଼ା ଗ୍ରାମର ଆୟୁଷ ଡାକ୍ତର ଚିତ୍ତରଞ୍ଜନ ରାଉତ (୫୫)ଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ବୋଡ଼େନ ବ୍ଲକ…

ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ‘ସୁରଭି’

ଦାରିଙ୍ଗବାଡ଼ି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଥିବା ଲୁକ୍କାୟିତ…

ଅମାନତ ଟଙ୍କାକୁ ନେଇ ଟଣାଓଟରା, ଯନ୍ତ୍ରୀ-ଛାୟା ଠିକାଦାର ମୁହାଁମୁହିଁ

କଟକ ସଦର, ୧୩।୧୦ (ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ୍‌ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅମାନତ ରାଶି ଉଠାଣକୁ ନେଇ ଯନ୍ତ୍ରୀ ଓ ଛାୟା ଠିକାଦାରଙ୍କ…

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ପାଣିପାଗ ବିଭାଗର ବଡ଼ ଅପ୍‌ଡେଟ୍‌: ୧୦ ଜିଲାରୁ ଫେରିଗଲା ମୌସୁମୀ, ଜାଣନ୍ତୁ…

ଭୁବନେଶ୍ୱର,୧୩।୧୦: ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରତ୍ୟାହାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ୧୦ ଜିଲାରୁ ମୌସୁମୀ ବାୟୁ ସଂପୂର୍ଣ୍ଣ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

ଶିକ୍ଷାର ଗୁଣାତ୍ମକ ଉନ୍ନତି ଶିକ୍ଷାର୍ଥୀଙ୍କ ଫଳାଫଳ ସମୀକ୍ଷା ଉପରେ ଗୁରୁତ୍ୱ

ଥୁଆମୂଳ ରାମପୁର, ୧୩।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଭବାନୀପାଟଣା ଆନୁକୂଲ୍ୟରେ ଥୁଆମୂଳ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରକାଶ ୩.୦’…

ଭୟୂରଭଞ୍ଜରେ ଲଜ୍ଜା, ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର

ଉଦଳା,୧୩।୧୦: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?