ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ ହାଜର ହୋଇଛନ୍ତି। ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଥିବା ଥାନା ପକ୍ଷରୁ କୁହାଯାଇଛି। ପ୍ରମୋଦ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ଜୋନାଲ ଡେପୁଟି କମିଶନର ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବାସଭବନରେ ପୀଡ଼ିତା ଘରୋଇ ସହାୟିକା ଥିଲେ। ପ୍ରମୋଦଙ୍କ ଶ୍ୱଶୁର ପ୍ରଫୁଲ୍ଲ କୁମାର ମହାପାତ୍ର ବଳାତ୍କାର କରିଥିବା ପୀଡ଼ିତାଙ୍କ ମା’ ଗତ ୨ ତାରିଖରେ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ୩୦୬/୨୦ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ନାବାଳିକାଙ୍କୁ ଘରେ ରଖି କାର୍ଯ୍ୟ କରାଇବା ନେଇ ପୋଲିସ ପ୍ରମୋଦଙ୍କୁ ନୋଟିସ୍‌ କରିଥିଲା। ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତଙ୍କୁ ଏଯାଏ ଗିରଫ କରି ନ ଥିବାବେଳେ ପୀଡ଼ିତାଙ୍କୁ ନେଇ ପ୍ରମୋଦଙ୍କ ଘରେ ରଖାଇଥିବା କଟକ ମାହାଙ୍ଗା ଥାନା ଅଧୀନ ଜଇପୁର ଅଞ୍ଚଳର ବ୍ରହ୍ମାନନ୍ଦ ଜେନାଙ୍କୁ ମଧ୍ୟ ଜେରା ପରେ ଛାଡ଼ି ଦେଇଛି। ଫଳରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ ଯେ, ନାବାଳିକାଙ୍କୁ ଘରୋଇ କାର୍ଯ୍ୟରେ ନିୟୋଜିତ କରିବା ଆଇନଗତ ଅପରାଧ। ଏଥିପାଇଁ ଆଇନ ଅନୁସାରେ ଦଣ୍ଡବିଧାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନ ଉପଭୋକ୍ତାଙ୍କୁ ଗୋଲାପ, ଥ୍ୟାଙ୍କ ୟୁ କାର୍ଡ

ଢେଙ୍କାନାଳ ଅଫିସ, ୨୦।୨ – ଢେଙ୍କାନାଳ ସହରରେ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରିଥିବା ସଚେତନ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଛି ଗୋଲାପ, ଥ୍ୟାଙ୍କ ୟୁ କାର୍ଡ...

ସ୍କୁଲ ପାଚେରି ପଡି ଶିଶୁ ମୃତ୍ୟୁ ଘଟଣା: କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨।୩(ବ୍ୟୁରୋ): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ ପେଟାପାଙ୍ଗା ପଞ୍ଚାୟତ ଅନ୍ତର୍ଗତ ବେଲକଟି ଗ୍ରାମରେ ସ୍କୁଲ୍‌ ଗେଟ୍‌ ଓ ପାଚେରି ପଡ଼ି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ...

ଗର୍ଭବତୀଙ୍କ ଜୀବନ ଗଲା

ସୋରଡ଼ା,୨୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକର ବୋରାଶିଙ୍ଗି ପଞ୍ଚାୟତ ବଘାଲିଙ୍ଗି ଗ୍ରାମର କାଳିଆ ଗୌଡ଼ଙ୍କ ସ୍ତ୍ରୀ ଆରତି (୩୫)ଙ୍କ ଗୁରୁବାର ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ମୃତ୍ୟୁ...

ଟ୍ରାକ୍ଟରରୁ ୧୧କୁଇଣ୍ଟାଲ ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୩ା୭(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡା ପଞ୍ଚାୟତ ଘାଟକୋଣ୍ଡା ଓ ବୁରୁଡ଼ିପୁଟ ଗ୍ରାମରୁ ଆନ୍ଧ୍ରକୁ ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ଧରାପଡିଛି।...

ବେଆଇନ ଇଟାଭାଟି ସିଲ୍‌ କଲା ପ୍ରଶାସନ

ହିଞ୍ଜିଳିକାଟୁ, ୧୯ା୮(ଡି.ଏନ୍‌.ଏ)- ହିଞ୍ଜିଳିକାଟୁ ତହସିଲର ବିଭିନ୍ନ ବେଆଇନ ଇଟାଭାଟିରେ ପ୍ରଶାସନ ପକ୍ଷରୁ ସୋମାବର ଲାଲ ବାନା ଲଗାଯିବା ସହ ଭାଟିରେ ତାଲା ପକାଯାଇଛି। ହିଞ୍ଜିଳିକାଟୁ ତହସିଲର...

ଅସ୍ଥିଶଲ୍ୟ ବିଭାଗରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟି ଅଭିଯୋଗ କଲେ ଛାତ୍ରନେତା

ବାଲେଶ୍ୱର ଅଫିସ, ୧୦।୭- ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଅସ୍ଥିଶଲ୍ୟ ବିଭାଗରେ ଜଣେ ରୋଗୀଙ୍କୁ ତ୍ରୁଟିପୂର୍ଣ୍ଣ ଚିକତ୍ସା କରାଯିବା ଘଟଣା ନେଇ ଅତିରିକ୍ତ ଜିଲା ମୁଖ୍ୟ...

ବାଲ୍ୟବିବାହ ସୂଚନା ଦେଲେ ମିଳିବ ୫ ହଜାର ପୁରସ୍କାର

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ନିର୍ଭୟକଢି ଟାସ୍କଫୋର୍ସ କମିଟି ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ମେଡିକାଲ ବାରଣ୍ଡାରୁ ଶିଶୁ କନ୍ୟା ଉଦ୍ଧାର

ବାରିପଦା ଅଫିସ,୧୬ା୧୨- ମୟୂରଭଞ୍ଜ ଜିଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବାରଣ୍ଡାରୁ ସୋମବାର ଅପରାହ୍ନରେ ଏକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁ କନ୍ୟା ପ୍ରାୟ...

Advertisement
Archives

Model This Week