ପ୍ରୋଜେକ୍ଟ ଦୃଷ୍ଟି ପାଇଁ ଡାଲମିଆ ସିମେଣ୍ଟର ବୁଝାମଣାପତ୍ର ସ୍ବାକ୍ଷରିତ

ରାଜଗାଙ୍ଗପୁର, ୨୯।୧୧(ଡି.ଏନ.ଏ.):ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରର ପାରିପାଶର୍‌ବିକ ଅଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆଣିବା ନିମନ୍ତେ ଜାରି ରହିଥିବା ପ୍ରୟାସକୁ ଅଧିକ ତ୍ୱରାନ୍ବିତ କରି ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ ପ୍ରୋଜେକ୍ଟ ଦୃଷ୍ଟି କାର୍ଯ୍ୟକାରିତା ନିମନ୍ତେ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ସହିତ ବୁଝାମଣାପତ୍ରରେ ସ୍ବାକ୍ଷର କରିଛି। ତାହା ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷେତ୍ର ସ୍ତରରେ ପ୍ରୋଜେକ୍ଟ ଦୃଷ୍ଟି ଜଉରୁମାଲ ଗ୍ରାମରେ ଶୁଭାରମ୍ଭ କରାଯାଇଛି। ଏହି ଅବସରରେ କାର୍ଯ୍ୟନିର୍ବାହୀ ଡାଇରେକ୍ଟର ଡିସିବିଏଲ ଏବଂ ରାଜଗାଙ୍ଗପୁର ୟୁନିଟ ମୁଖ୍ୟ ଚେତନ ଶ୍ରୀବାସ୍ତବ, ଭାଇସ ଚେୟାର ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ଡା. ରlଜୀବ ଆର ପପ୍ପୁରୁ, ଡା. ନିଳାଦ୍ରି ଭୂଷଣ ପାଢୀ ଏଇଡି-ଡିସିବିଏଲ, ରାଜଗାଙ୍ଗପୁର ବିଡ଼ିଓ ପିୟୁଷ ଲୋହାର, ଡା.ଦେବସ୍ମିତା ମାଝୀ, ସରପଞ୍ଚ ଜଉରୁମାଲ ଯୋଗିତା ଟିଗା,ବ୍ଲକ ଅଧ୍ୟକ୍ଷା ସବିନା ମିଞ୍ଜ ଏବଂ ପଞ୍ଚାୟତ ସମିତି ସଭ୍ୟ ଲାଲୁ ଲାକ୍ରା ଉପସ୍ଥିତ ଥିଲେ। ଜଉରୁମାଲ ଗ୍ରାମର ୧୫୦ରୁ ଅଧିକ ଗ୍ରାମବାସୀ, ଡାଲମିଆ ସିମେଣ୍ଟ ଏବଂ ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ଅଧିକାରୀବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଶେଷରେ ଚକ୍ଷୁ ରୋଗର ଶିକାର ହୋଇଥିବା ଗ୍ରାମବାସୀଙ୍କୁ ଚଷମା ବଣ୍ଟନ କରାଯାଇଥିଲା। ଖଣି ଏବଂ କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଚକ୍ଷୁ ଯତ୍ନ, ଚକ୍ଷୁ ରୋଗ ଏବଂ ଅନ୍ଧତ୍ୱ ନିରାକରଣ ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଲାଞ୍ଜିବେର୍ଣ୍ଣାଠାରେ ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ଭିଜନ ସେଣ୍ଟର ସ୍ଥାପନ କରାଯାଇଛି। ଏହା ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ନିୟମିତ ଭାବରେ ଚକ୍ଷୁଯତ୍ନ ସେବା ଯୋଗାଇଦେଇ ଚକ୍ଷୁରୋଗୀଙ୍କ ସଂଖ୍ୟା ହ୍ରାସ ଦିଗରେ ପ୍ରୟାସ କରିବ। ଏଲଭିପିଇଆଇ ସହଯୋଗରେ ଡାଲମିଆ ସିମେଣ୍ଟ, ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ ଅଞ୍ଚଳରେ ୨୦୧୫ରୁ ମାଗଣା ଚକ୍ଷୁଯତ୍ନ ସେବା ଯୋଗାଇ ଆସୁଛି। ୟୁନିଟ ମୁଖ୍ୟ ଚେତନ ଶ୍ରୀବାସ୍ତବ କହିଛନ୍ତି, ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ ରାଜଗାଙ୍ଗପୁର ସହିତ ୨୦୧୫ରୁ ଅତି ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରିଆସୁଛୁ। ଏହି ମିଳିତ ପ୍ରୟାସ ଆଇ ସେଣ୍ଟରକୁ ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଜନସାଧାରଣଙ୍କ ନିକଟତର କରିପାରୁଛି ଏବଂ ସେମାନେ ଏହାର ସୁଯୋଗ ନେଉଛନ୍ତି। ଏହା ରାଜଗାଙ୍ଗପୁର ଓ ସୁନ୍ଦରଗଡକୁ ଦୃଷ୍ଟିହୀନମୁକ୍ତ ଜିଲାରେ ପରିଣତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି। ବିଗତ ବର୍ଷଗୁଡିକରେ କମ୍ପାନୀର ଚକ୍ଷୁଯତ୍ନ ସେବା ପ୍ରାୟ ୧ଲକ୍ଷରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri