ପରିଚୟ ନିକଟରେ ଅଟକିଯାଉଛି ତଦନ୍ତ

ଭୁବନେଶ୍ୱର,୧୮।୩(ବ୍ୟୁରୋ):ଜଟଣୀ ଥାନା ଅନ୍ତର୍ଗତ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାର ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ପରିଚୟ ଖୋଜି ପାଉନି। ମାସେ ଧରି ଘଟଣାକୁ ଚାପି ଦେଇଥିବାରୁ ଖୋଦ୍‌ ପୋଲିସ ସନ୍ଦେହ ଘେରକୁ ଆସିଛି। ସତକୁ ସାମ୍ନାକୁ ଆଣି ଖାକିରୁ ଦାଗ ଛଡ଼ାଇବା ପାଇଁ ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିଥିଲେ ମଧ୍ୟ ପରିଚୟ ନିକଟରେ ସବୁକିଛି ଅଟକି ଯାଉଛି। ବୁଧବାର ଡିସିପି ଉମାଶଙ୍କର ଦାଶଙ୍କ ସମେତ ତଦନ୍ତକାରୀ ଅଫିସର ବନିତା ମହାରଣା ଯଁାଳା ଫାଣ୍ଡି ଆଖପାଖ ବସ୍ତି ଓ ଅଞ୍ଚଳକୁ ଯାଇ ଲୋକଙ୍କୁ ପଚରାଉଚରା କରିଛନ୍ତି। ପୋଲିସ ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ ମହିଳାଙ୍କ ବୟସ, ଉଚ୍ଚତା, ଜବତ ଡ୍ରେସ୍‌ ସମ୍ବନ୍ଧରେ ଜଣାଇଥିଲେ ମଧ୍ୟ କେହି କିଛି କହିପାରୁନାହାନ୍ତି। ତେବେ ପୋଲିସ ପ୍ରତିଦିନ ବିଭିନ୍ନ ଅଞ୍ଚଳକୁ ଯାଇ ଅଧିକରୁ ଅଧିକ ଲୋକଙ୍କୁ ପଚରାଉଚରା କରିବ ବୋଲି ଡିସିପି ଦାଶ କହିଛନ୍ତି।
ଅନ୍ୟପକ୍ଷରେ କଙ୍କାଳ ମୁଖମଣ୍ଡଳର ସ୍କେଚ୍‌ ଆସିବା ବିଳମ୍ବ ହେଉଥିବା ଜଣାପଡିଛି। ଏହାକୁ ପୋଲିସ ଚାତକ ପରି ଚାହିଁ ବସିଛି। ବେଙ୍ଗାଲୁରୁର ଏକ ଲ୍ୟାବରେ ମହିଳାଙ୍କ ସମ୍ଭାବ୍ୟ ସ୍କେଚ୍‌ର ରଫ୍‌ ପ୍ରସ୍ତୁତ ହୋଇସାରିଛି। ପୂରା ଚିତ୍ର ପ୍ରସ୍ତୁତ କରାଯାଇ ଖୁବ୍‌ଶୀଘ୍ର ଆସିବ ବୋଲି ଡିସିପି ସୂଚନା ଦେଇଛନ୍ତି। ସେହିପରି ଘଟଣା ସମ୍ବନ୍ଧରେ ଫାଣ୍ଡିର କେତେଜଣ ପୋଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଏଥିସହିତ ଜଟଣୀ ଥାନାଅଧିକାରୀ ଓ ନିଲମ୍ବିତ ଜାଁଳା ଫାଣ୍ଡି ଅଧିକାରୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି।
ସୂଚନା ଅନୁଯାୟୀ, ୨୦୧୯ରେ ଗଞ୍ଜେଇ ଚାଲାଣବେଳେ ଭୁବନେଶ୍ୱର ଯାଁଳା ଫାଣ୍ଡି ଅଞ୍ଚଳରେ କୋରାପୁଟ ପୋଲିସ ଚଢ଼ାଉ କର ିଏକ କାର୍‌କୁ ଜବତ କରିଥିଲା। ଉକ୍ତ କାର୍‌ ସେବେଠାରୁ ଫାଣ୍ଡି ପରିସରରେ ପଡ଼ି ରହିଥିବାବେଳେ ମାଲିକ ବିପିନ କୋର୍ଟ ଅର୍ଡର ଧରି ଫେବୃୟାରୀ ୧୨ରେ ଗାଡ଼ି ନେବାକୁ ଫାଣ୍ଡିକୁ ଆସିଥିଲେ। ଏହି ସମୟରେ ତାଙ୍କ କାର୍‌ରେ ଏକ ନରକଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ଇତିମଧ୍ୟରେ କଙ୍କାଳ ଚିହ୍ନଟ ପାଇଁ ଡିଏନ୍‌ଏ ଟେଷ୍ଟ କରିବାକୁ ପୋଲିସର ଦାନ୍ତ, ହାଡ଼, ନଖ ଓ ଚୁଟି ନମୁନା ରାଜ୍ୟ ଫରେନ୍‌ସିକ ଲାବକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri