ଭଙ୍ଗା କୁଡ଼ିଆରେ ବୃଦ୍ଧ ଦମ୍ପତି

ଚିତ୍ରଡ଼ା,୧୦।୪(ଡି.ଏନ.ଏ.)- ପ୍ରଶାସନିକ ଅବହେଳା କାରଣରୁ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଗ୍ରାମର ବୃଦ୍ଧ ଦମ୍ପତି ପ୍ରସାଦ ବେହେରା ଓ ତାଙ୍କ ସ୍ତ୍ରୀ ଭଙ୍ଗାକୁଡ଼ିଆରେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଭଳି ଯୋଜନା ରହିଥିଲେ ମଧ୍ୟ ଏଥିରୁ ସେମାନେ ବଞ୍ଚିତ ହୋଇଛନ୍ତି। ଫନୀ ଝଡ଼ବାତ୍ୟାରେ ତାଙ୍କ ଟାଇଲି ଛପର ଘରଟି ଭାଙ୍ଗିରୁଜି ଯାଇଥିବା ବେଳେ ଅଦ୍ୟାବଧି ତାଙ୍କୁ ଘର ଖଣ୍ଡିଏ ମିଳି ପାରିନାହିଁ। ଘରଭଙ୍ଗା ସହାୟତା ପାଇଁ ତଦନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ସହାୟତା ମିଳିନାହିଁ। ଘର ଖଣ୍ଡେ ପାଇଁ ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନ ଥିବା ଏହି ଦମ୍ପତି ଅଭିଯୋଗ କରିଛନ୍ତି।
ପ୍ରସାଦ ପେଶାରେ ଚେରମୂଳି ବିକ୍ରି କରିଥାନ୍ତି। ୨୦୧୯ ଫନି ବାତ୍ୟାରେ ତାଙ୍କ ଟାଇଲି ଛପର ମାଟି ଘରଟିି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଏବଂ ସରପଞ୍ଚ ତଦନ୍ତ କରିବାକୁ ଆସି ତାଙ୍କୁ ଘର ମିଳିବ ବୋଲି ପ୍ରତିଶ୍ରୁତି ଦେବା ସହ ଖଣ୍ଡେ ପଲିଥିନ ଦେଇ ଚାଲି ଯାଇଥିଲେ। ଭଙ୍ଗା ଘରେ ପଲିଥିନ ତଳେ କିଛିଦିନ ରହିବା ପରେ ପଲିଥିନ ନଷ୍ଟ ହୋଇ ଯାଇଥିଲା। ଫଳରେ ବିପଦସଂକୁଳ ଉକ୍ତ ଘରେ ଦୟନୀୟ ଅବସ୍ଥାରେ ଉଭୟ ରହୁଛନ୍ତି। ପ୍ରସାଦଙ୍କ ପଡ଼ୋଶୀ ସନ୍ତୋଷ କୁମାର ବେହେରା କୁହନ୍ତି, ବର୍ଷା ପବନ ଆସିଲେ ଉକ୍ତ ଦମ୍ପତି ନିକଟସ୍ଥ ସ୍କୁଲ ଘରେ ଆଶ୍ରୟ ନେଇଥାନ୍ତି । ତାଙ୍କର ଆସବାବପତ୍ର ବର୍ଷାରେ ଓଦା ହୋଇଯାଇଥାଏ। ସେମାନେ ବହୁତ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ଚିତ୍ରଡା ପଞ୍ଚାୟତର ସରପଞ୍ଚ ଦୁଲାରୀ ମାରାଣ୍ଡିଙ୍କୁ ପଚାରିବାରୁ ରାଜସ୍ବ ନୀରିକ୍ଷକ ତାଙ୍କ ତଦନ୍ତ ରିପୋର୍ଟ ପ୍ରଶାସନକୁ ଦେଇଥିଲେ। ତେବେ ବ୍ଲକ ଓ ତହସିଲ ପ୍ରଶାସନର ଅବହେଳା ଯୋଗୁ ପ୍ରସାଦଙ୍କୁ ଘରଭଙ୍ଗା ସହାୟତା କିମ୍ବା ଘର ମିଳିପାରି ନାହିଁ ବୋଲି କହିଛନ୍ତି। ଚିତ୍ରଡ଼ା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପର୍ଶୁରାମ ସାହୁଙ୍କ ପ୍ରତିକ୍ରିୟା ନେବାରୁ ସେ କିଛିଦିନ ପୂର୍ବରୁ ଏହି ପଞ୍ଚାୟତରେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଏ ବିଷୟରେ କିଛି ଜାଣି ନାହାନ୍ତି। ଆଗାମୀ ଦିନରେ ସେ କିପରି ଘର ପାଇବେ ସେ ନେଇ ପ୍ରଶାସନକୁ ଅବଗତ କରାଇବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ତହସିଲଦାର ଅନନ୍ତ କୁମାର ହାଁସଦାଙ୍କୁ ପଚାରିବାରୁ ସେ ନିଜେ ତଦନ୍ତ କରିବେ ଏବଂ ଉକ୍ତ ବୃଦ୍ଧ ଦମ୍ପତିଙ୍କୁ ଯଥାଶୀଘ୍ର କିପରି କ୍ଷତିପୂରଣ ଅର୍ଥ ମିଳିବ ସେ ନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri