ଭଙ୍ଗା କୁଡ଼ିଆରେ ବୃଦ୍ଧ ଦମ୍ପତି

ଚିତ୍ରଡ଼ା,୧୦।୪(ଡି.ଏନ.ଏ.)- ପ୍ରଶାସନିକ ଅବହେଳା କାରଣରୁ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଗ୍ରାମର ବୃଦ୍ଧ ଦମ୍ପତି ପ୍ରସାଦ ବେହେରା ଓ ତାଙ୍କ ସ୍ତ୍ରୀ ଭଙ୍ଗାକୁଡ଼ିଆରେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଭଳି ଯୋଜନା ରହିଥିଲେ ମଧ୍ୟ ଏଥିରୁ ସେମାନେ ବଞ୍ଚିତ ହୋଇଛନ୍ତି। ଫନୀ ଝଡ଼ବାତ୍ୟାରେ ତାଙ୍କ ଟାଇଲି ଛପର ଘରଟି ଭାଙ୍ଗିରୁଜି ଯାଇଥିବା ବେଳେ ଅଦ୍ୟାବଧି ତାଙ୍କୁ ଘର ଖଣ୍ଡିଏ ମିଳି ପାରିନାହିଁ। ଘରଭଙ୍ଗା ସହାୟତା ପାଇଁ ତଦନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ସହାୟତା ମିଳିନାହିଁ। ଘର ଖଣ୍ଡେ ପାଇଁ ପଞ୍ଚାୟତଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁ ନ ଥିବା ଏହି ଦମ୍ପତି ଅଭିଯୋଗ କରିଛନ୍ତି।
ପ୍ରସାଦ ପେଶାରେ ଚେରମୂଳି ବିକ୍ରି କରିଥାନ୍ତି। ୨୦୧୯ ଫନି ବାତ୍ୟାରେ ତାଙ୍କ ଟାଇଲି ଛପର ମାଟି ଘରଟିି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସ୍ଥାନୀୟ ରାଜସ୍ବ ନୀରିକ୍ଷକ ଏବଂ ସରପଞ୍ଚ ତଦନ୍ତ କରିବାକୁ ଆସି ତାଙ୍କୁ ଘର ମିଳିବ ବୋଲି ପ୍ରତିଶ୍ରୁତି ଦେବା ସହ ଖଣ୍ଡେ ପଲିଥିନ ଦେଇ ଚାଲି ଯାଇଥିଲେ। ଭଙ୍ଗା ଘରେ ପଲିଥିନ ତଳେ କିଛିଦିନ ରହିବା ପରେ ପଲିଥିନ ନଷ୍ଟ ହୋଇ ଯାଇଥିଲା। ଫଳରେ ବିପଦସଂକୁଳ ଉକ୍ତ ଘରେ ଦୟନୀୟ ଅବସ୍ଥାରେ ଉଭୟ ରହୁଛନ୍ତି। ପ୍ରସାଦଙ୍କ ପଡ଼ୋଶୀ ସନ୍ତୋଷ କୁମାର ବେହେରା କୁହନ୍ତି, ବର୍ଷା ପବନ ଆସିଲେ ଉକ୍ତ ଦମ୍ପତି ନିକଟସ୍ଥ ସ୍କୁଲ ଘରେ ଆଶ୍ରୟ ନେଇଥାନ୍ତି । ତାଙ୍କର ଆସବାବପତ୍ର ବର୍ଷାରେ ଓଦା ହୋଇଯାଇଥାଏ। ସେମାନେ ବହୁତ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ଚିତ୍ରଡା ପଞ୍ଚାୟତର ସରପଞ୍ଚ ଦୁଲାରୀ ମାରାଣ୍ଡିଙ୍କୁ ପଚାରିବାରୁ ରାଜସ୍ବ ନୀରିକ୍ଷକ ତାଙ୍କ ତଦନ୍ତ ରିପୋର୍ଟ ପ୍ରଶାସନକୁ ଦେଇଥିଲେ। ତେବେ ବ୍ଲକ ଓ ତହସିଲ ପ୍ରଶାସନର ଅବହେଳା ଯୋଗୁ ପ୍ରସାଦଙ୍କୁ ଘରଭଙ୍ଗା ସହାୟତା କିମ୍ବା ଘର ମିଳିପାରି ନାହିଁ ବୋଲି କହିଛନ୍ତି। ଚିତ୍ରଡ଼ା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପର୍ଶୁରାମ ସାହୁଙ୍କ ପ୍ରତିକ୍ରିୟା ନେବାରୁ ସେ କିଛିଦିନ ପୂର୍ବରୁ ଏହି ପଞ୍ଚାୟତରେ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ଏ ବିଷୟରେ କିଛି ଜାଣି ନାହାନ୍ତି। ଆଗାମୀ ଦିନରେ ସେ କିପରି ଘର ପାଇବେ ସେ ନେଇ ପ୍ରଶାସନକୁ ଅବଗତ କରାଇବେ ବୋଲି କହିଛନ୍ତି। ଏ ସଂକ୍ରାନ୍ତରେ ତହସିଲଦାର ଅନନ୍ତ କୁମାର ହାଁସଦାଙ୍କୁ ପଚାରିବାରୁ ସେ ନିଜେ ତଦନ୍ତ କରିବେ ଏବଂ ଉକ୍ତ ବୃଦ୍ଧ ଦମ୍ପତିଙ୍କୁ ଯଥାଶୀଘ୍ର କିପରି କ୍ଷତିପୂରଣ ଅର୍ଥ ମିଳିବ ସେ ନେଇ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?