Posted inଜାତୀୟ

ଇଭିଏମ୍‌ରୁ ଚିହ୍ନ ହଟାଇବା ଲାଗି ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୩୧।୧୦(ପି.ଟି.): ବାଲଟ ପେପର ଏବଂ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରୁ ଦଳୀୟ ଚିହ୍ନ ହଟାଇ ତାହା ପରିବର୍ତ୍ତେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଫଟୋ ଲଗାଇବା ନିମନ୍ତେ ନିର୍ଦ୍ଦେଶ ଦେବା ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର ହୋଇଛି। ଇଭିଏମ୍‌ରେ ଦଳୀୟ ଚିହ୍ନର ବ୍ୟବହାରକୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ଆବେଦନକାରୀ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ରାଜନୀତିରୁ ଦୁର୍ନୀତି ଓ ଅପରାଧୀକରଣର ମୂଳୋତ୍ପାଟନ କରିବାକୁ ହେଲେ ଇଭିଏମ୍‌ ଏବଂ ବାଲଟ ପେପରରେ ଦଳୀୟ ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ନାମ, ଯୋଗ୍ୟତା ଇତ୍ୟାଦି ରହିବା ସବୁଠୁ ଭଲ ସମାଧାନ ବୋଲି ଆବେଦନକାରୀ କହିଛନ୍ତି। ଏହା ହେଲେ ଭୋଟରମାନେ ବିଜ୍ଞ, ପରିଶ୍ରମୀ ଓ ସଚ୍ଚୋଟ ପ୍ରାର୍ଥୀଙ୍କୁ ବାଛିପାରିବେ। ସେହିପରି ଦଳୀୟ ଚିହ୍ନ ନ ରହିଲେ ଟିକେଟ ବଣ୍ଟନରେ ନେତାଙ୍କ ଏକଚ୍ଛତ୍ରବାଦିତା ମଧ୍ୟ ନିୟନ୍ତ୍ରଣ ହୋଇପାରିବ। ସେମାନେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଉପଯୁକ୍ତ ବ୍ୟକ୍ତିଙ୍କୁ ଟିକେଟ ଦେବାକୁ ବାଧ୍ୟ ହେବେ। ନିର୍ବାଚନୀ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌)ର ସର୍ଭେ ଅନୁଯାୟୀ ୫୩୯ ନିର୍ବାଚିତ ଏମ୍‌ପିଙ୍କ ମଧ୍ୟରୁ ୨୩୩ ଜଣ ଅର୍ଥାତ୍‌ ୪୩ ପ୍ରତିଶତଙ୍କ ନାମରେ ଆପରାଧିକ ମାମଲା ରହିଥିବା ସେମାନେ ଘୋଷଣା କରିଛନ୍ତି। ୨୦୧୪ ନିର୍ବାଚନରେ ୫୪୨ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୫ ଜଣ ଅର୍ଥାତ୍‌ ୩୪ ପ୍ରତିଶତଙ୍କ ନାମରେ ଅପରାଧ ମାମଲା ଥିବା ଜଣାପଡିଥିଲା। ଇଭିଏମ୍‌ରେ ଦଳୀୟ ଚିହ୍ନର ବ୍ୟବହାର ଯୋଗୁ ଏଭଳି ସ୍ଥିତି ଦେଖାଦେଉଥିବା ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣରେ ଟେଲିଭିଜନ ଖବରଦାତାଙ୍କ ମୃତ୍ୟୁ

ହାଇଦ୍ରାବାଦ,୮।୬: ତେଲେଙ୍ଗାନାର ଜଣେ ଟେଲିଭିଜନ ଖବରଦାତାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପହିଛି। ୩୩ ବର୍ଷର ଉକ୍ତ ଖବରଦାତା ଜଣକ ଏକ ତେଲଗୁ ଟେଲିଭିଜନ ଚ୍ୟାନେଲରେ କାମ...

‘ସ୍ବଦେଶୀ ଅସ୍ତ୍ରରେ ପରବର୍ତ୍ତୀ ଯୁଦ୍ଧ ଜିତିବୁ’

ନୂଆଦିଲ୍ଲୀ,୧୬ା୧୦(ପି.ଟି.): ସଶସ୍ତ୍ର ବାହିନୀରେ ସ୍ବଦେଶୀ ଜ୍ଞାନକୌଶଳକୁ ଅଧିକ ମାତ୍ରାରେ ସାମିଲ କରିବା ଉପରେ ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ବତ ଗୁରୁତ୍ୱାରୋପ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ...

ବର୍ଷକୁ ୩ ଦିନ କାଉଣ୍ଟର ବନ୍ଦ

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ ଆଇନ ଅନୁଯାୟୀ ୨୦୨୨ରେ ମାତ୍ର ୩ ଦିନ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ବନ୍ଦ ରହିବ। ଏ...

ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି-ରାହୁଲ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ୫୬ ତମ ଶ୍ରାଦ୍ଧବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟୁଇଟ୍‌ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି...

ସିଦ୍ଧୁଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଲେ ଅମରିନ୍ଦର

ଚଣ୍ଡିଗଡ,୨୪।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଦ୍ଧୁଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ଅମରିନ୍ଦର...

ଦିବ୍ୟାଙ୍ଗକୁ ନିଜ ହାତରେ ଖୁଆଇଲେ ଯବାନ

ଶ୍ରୀନଗର,୧୪।୫: ଜମ୍ମୁ କାଶ୍ମୀର ଶ୍ରୀନଗରେ ଜଣେ ଯବାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯବାନ ଜଣେ ଦିବ୍ୟାଙ୍ଗ ଶିଶୁଙ୍କୁ ଖାଦ୍ୟ...

ଆଜମଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

ଲକ୍ଷ୍ନୌ,୧୬।୬: ଉତ୍ତରପ୍ରଦେଶର ସାମଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ତଥା ଲୋକ ସଭା ଏମ୍‌ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବିଗିଡ଼ିବାରେ ଲାଗିଛି। ଗତ କିଛି...

ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଗଲା

ନୂଆଦିଲ୍ଲୀ, ୨୦।୧: ପାର୍ଲାମେଣ୍ଟ୍‌ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଗେଟ୍‌ ନମ୍ବର ୧ରୁ ହଟାଇ ଦିଆଯାଇଛି। ଏବେ ଏହାକୁ ଗେଟ୍‌ ନମ୍ବର ୨ ଏବଂ ୩...

Advertisement
Archives

Model This Week