ରାସ୍ତା ଖରାପ ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ବିଳମ୍ବରୁ ମହିଳାଙ୍କ ମୃତ୍ୟୁ

ସାଲେପୁର,୧୯।୯(ଡି.ଏନ୍‌.ଏ.):ଦୁଇଟି ପଞ୍ଚାୟତର ବିବାଦ ଯୋଗୁ ବର୍ଷ ବର୍ଷ ଧରି ରାସ୍ତା ନିର୍ମାଣ ହୋଇପାରୁନାହିଁ। ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହାର ପରିଣତି ସ୍ବରୂପ ରବିବାର ଜଣେ ମହିଳା ଡାକ୍ତରଖାନା ପହଞ୍ଚତ୍ବାରେ ବିଳମ୍ବ ହେବାରୁ ତାଙ୍କର ଜୀବନ ହାନି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡ଼ା ଓ ପିକୋଳ ଏହି ଦୁଇ ପଞ୍ଚାୟତର ବିବାଦ ଯୋଗୁ କେରେଙ୍ଗା-ମାଣିତ୍ରୀ ରାସ୍ତାକାମ ଦୀର୍ଘବର୍ଷ ଧରି ହୋଇପାରୁନାହିଁ। ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଯାଇପାରୁନାହିଁ। ପିକୋଳର ଗୌରୀବାଳା ବିଶ୍ୱାଳ ଗତ ୩ଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ। ରବିବାର ତାଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ତେବେ ତାଙ୍କ ଘର ନିକଟକୁ ଆମ୍ବୁଲାନ୍ସ ଆସିପାରି ନ ଥିଲା। ଲୋକେ ତାଙ୍କୁ ଷ୍ଟ୍ରେଚରରେ ୧ କି.ମି. ବୋହିନେଇ ଆମ୍ବୁଲାନ୍ସରେ ସାଲେପୁର ମେଡିକାଲ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୌଭାଗ୍ୟ ଯୋଜନାରେ ଜଣକ ଘରକୁ ହୋଇନି ବିଦ୍ୟୁତ ସଂଯୋଗ

ପାପଡାହାଣ୍ଡି, ୧୮।୪,(ଡି.ଏନ.ଏ)-  ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡ଼ା ପଞ୍ଚାୟତ ବିସମପଦର ଗ୍ରାମବାସୀ ସମସ୍ୟା ଭିତରେ ଗତି କରୁଛନ୍ତି। ରାସ୍ତା ନ ଥିବାରୁ ବର୍ଷା ଦିନେ...

ପଲିଥିନ ବ୍ୟାନ୍‌ ପ୍ରହସନ

ଅନୁଗୋଳ ଅଫିସ, ୧୦।୧୨: ଅନୁଗୋଳ ସହରକୁ ପଲିଥିନ ମୁକ୍ତ କରିବାକୁ ଗତବର୍ଷ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ୨୦୧୯ ଅକ୍ଟୋବର ୨ରୁ ଏହି ନିୟମକୁ ସହରରେ...

ସ୍ବାସ୍ଥ୍ୟବ୍ୟବସ୍ଥାରେ ସୁଧାର ଆଣିବେ ଏସ୍‌ଏଚ୍‌ଜି

ଅନୁଗୋଳ ଅଫିସ, ୧୩।୬: ସ୍ବାସ୍ଥ୍ୟସେବାକୁ ଅଧିକ ସ୍ବଚ୍ଛ ଓ ସୁନ୍ଦର କରାଯିବ। ସେଥିପାଇଁ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)କୁ ଏଥିରେ ସାମିଲ...

ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୭ା୨(ଡିଏନଏ): ଯାଜପୁରର ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବୁଧବାର ଦଶରଥପୁର ବ୍ଲକର ଅକରପଡା ଓ ବିରଜାପୁର ପଞ୍ଚାୟତ ଗସ୍ତ କରି...

ଗ୍ରାହକ ବେଶରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: ହାତୀଦାନ୍ତ, କଲରାପତରିଆ ଚମଡ଼ା ଜବତ; ୩ ଗିରଫ

ଭୁବନେଶ୍ୱର,୭।୧୧(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଭବାନୀପାଟଣାରୁ ଗୁରୁବାର ହାତୀଦାନ୍ତ ଓ କଲରାପତରିଆ ଚମଡ଼ା ବେପାରୀ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡୋଜି...

ବାଇକ୍‌ ଧକ୍କାରେ ଗଲା ୨ ଜୀବନ

ମାଲକାନଗିରି, ୧୩ା୨ (ଡି.ଏନ.ଏ.): ମାଲକାନଗିରି ଜିଲା ଜୟପୁର-ମାଲକାନଗିରି ମୁଖ୍ୟ ରାସ୍ତା ନାୟକଗୁଡାଠାରେ ରବିବାର ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଛି।...

ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ

କଟକ ଅଫିସ, ୭ା୩: କଟକ ବଜ୍ରକବାଟିସ୍ଥିତ ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି କମ୍ପ୍ଲେକ୍ସ ଛାତରୁ ପଲସ୍ତରା ଖସି ରଡ ଦେଖାଯାଉଛି। ଏଠାରେ...

କଲିକତାରେ ଡାକ୍ତରଙ୍କୁ ଆକ୍ରମଣ ଘଟଣାଆନ୍ଦୋଳନକୁ ଓହ୍ଲାଇଲେ ବ୍ରହ୍ମପୁରର ଡାକ୍ତର

ବ୍ରହ୍ମପୁର ଅଫିସ୍‌,୧୫ା୬-କଲିକତାସ୍ଥିତ ନୀଲରତନ ସିରକାର ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲ୍‌ରେ ଜଣେ ୭୫ବର୍ଷୀୟ ରୋଗୀଙ୍କ ମୃତ୍ୟୁ ପରେ ସମ୍ପର୍କୀୟମାନେ ୨ ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିଲେ।...

Advertisement
Archives

Model This Week