Posted inଜାତୀୟ

ରକେଟ ମାଡ ସମ୍ବନ୍ଧରେ ସୂଚନା ଦେଉଥିଲା ମୋବାଇଲ ଆପ୍‌, ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବାଣ୍ଟିଲେ ଭାରତୀୟ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଇସ୍ରାଏଲରେ ଆତଙ୍କବାଦୀ ହମାସ ଆକ୍ରମଣରେ ଦେଶସାରା ରକ୍ତପାତ ସଂଘର୍ଷ ଦେଖାଯାଇଛି। ଅନେକଙ୍କୁ ହମାସ୍‌ ହତ୍ୟା କରିବା ସହ ବନ୍ଧକ ରଖିଛି। ତେବେ ସେଠାରୁ ଭାରତୀୟଙ୍କୁ ଫେରାଇଆଣିବା ପାଇଁ ଅପରେଶନ ଅଜୟ ଆରମ୍ଭ ହୋଇଥିଲା।
ତେବେ ଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା। ଭାରତୀୟ ଛାତ୍ରୀଛାତ୍ରମାନେ ସେମାନଙ୍କର ଅନୁଭୂତି ବାଣ୍ଟିଥିଲେ ଏବଂ ରକେଟ ଆକ୍ରମଣ ସମୟରେ ଏକ ମୋବାଇଲ ଆପ କିପରି ସେମାନଙ୍କ ଜୀବନ ରକ୍ଷା କରିଥିଲା ତାହା ଜଣାଇଥିଲେ।

ସେମାନେ କହିଛନ୍ତି, ଯେତେବେଳେ ବି ସାଇରନ ଶବ୍ଦ ହୁଏ, ଆମେ ସତର୍କ ହୋଇଯାଉ। ଏହାପରେ ମୋବାଇଲ ଆପ୍‌ରେ ଦେଖାଏ କି, ଆମ ଲୋକେଶନରୁ କେତେ କିମି ଦୂରରେ ବୋମା ମାଡ ହୋଇଛି ଓ କେଉଁଠି ବୋମା ମାଡ ହେବାକୁ ଯାଉଛି।
ସେହିପରି ଜଣେ ଭାରତୀୟ ଛାତ୍ରୀ କହିଛନ୍ତି, ମୋବାଇଲରେ ଅନେକ ପ୍ରକାର ଆପ୍‌ ଅଛି ଯାହା ମିସାଇଲ ମାଡ ଉପରେ ସୂଚନା ଦେଇଥାଏ। ଏଥିରେ ଗୋଟିଏ ଆପର ନାମ ହେଉଛି ‘କୁମତା’। ଯେତେବେଳେ ମିସାଇଲ ଖସିବାକୁ ଥାଏ ଏହି ଆପ୍‌ ଆମକୁ ସତର୍କ ସୂଚନା ଦେଇଥାଏ। ଯଦି ରାତି ୧ଟା ସମୟରେ କୌଣସି ମିସାଇଲ ମାଡ ହୁଏ ଏବଂ ଆମେ ସାଇରନ ଶଦ୍ଦ ଶୁଣି ନ ଥାଉ ତେବେ ଏହି ଆପ ସାହାଯ୍ୟରେ ମିସାଇଲ ମାଡ ବିଷୟରେ ସତର୍କ ସୂଚନା ପାଇଥିଲୁ। ତେଲ ଅଭିଭରେ ମିସାଇଲ ଆକ୍ରମଣ ପରେ ବଙ୍କରକୁ ଯିବାକୁ ମାତ୍ର ୯୦ ସେକେଣ୍ଡ ସମୟ ଥାଏ। ଏହା ପୂର୍ବରୁ ଏହି ମୋବାଇଲ ଆପ୍‌ ଆମକୁ ସୂଚନା ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନକାରୀ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ପୋଲିସ ଅଫିସରଙ୍କ ବଦଳି

ନୂଆଦିଲ୍ଲୀ,୨୭ା୭:ଗତ ୨୦ ତାରିଖରେ ସିଜେପିର ‘ଚଲୋ ସଂସଦ’ ଅଭିଯାନ ବେଳେ ଆନ୍ଦୋଳନରତ ଜଣେ ଛାତ୍ରୀଙ୍କୁ ଚାପୁଡ଼ା ମାରିଥିବା ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଫିସରଙ୍କୁ ଯନ୍ତରମନ୍ତର ବିକ୍ଷୋଭ…

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ନଇଁଲେ ସମ୍ରାଟ ସରକାର: ଛାତ୍ରଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର

ପାଟନା,୨୭।୭: NEET ପେପର୍‌ ଲିକ ନେଇ ହୋଇଥିବା ପ୍ରତିବାଦ ପରେ ବିହାର ସରକାର ସମସ୍ତ ସମ୍ପର୍କିତ ମାମଲା ପ୍ରତ୍ୟାହାର କରିବାକୁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋମବାର…

CJP ଅଲ୍ଟିମେଟମ୍‌ରେ ସରକାର ଛାନିଆ: ନେଲେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୭।୭: ନିଟ୍‌ ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗର ସରକାର ବିଚାର କରିଛନ୍ତି। ସରକାର ସେହି…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri