କୃଷ୍ଣସାଗର ଅଚଳାବସ୍ଥା ଦୂର

ଇସ୍ତାନବୁଲ,୨୩ା୭: କୃଷ୍ଣସାଗର ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଦୁଇ ପଡ଼ୋଶୀ ଦୁଇଟି ପୃଥକ୍‌ ଚୁକ୍ତିନାମାରେ ସ୍ବାକ୍ଷର କରିଛନ୍ତି। ମସ୍କୋ-କିଭ୍‌ ମଧ୍ୟରେ ତୁର୍କୀ ଓ ଜାତିସଂଘ ମଧ୍ୟସ୍ଥତା କରି ଏହି ରାଜିନାମାକୁ ସଫଳ କରିଛନ୍ତି।
ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗି ଶୋଇଗୁ ଏବଂ ୟୁକ୍ରେନ୍‌ ଭିତ୍ତିଭୂମି ମନ୍ତ୍ରୀ ଓଲେକ୍‌ଜାଣ୍ଡାର କୁବ୍ରାକୋଭ୍‌ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଓ ତୁର୍କୀ ପ୍ରତିରକ୍ଷା ମନ୍ତ୍ରୀ ହୁଲୁସି ଅକରଙ୍କ ଉପସ୍ଥିତିରେ ରାଜିନାମାରେ ସ୍ବାକ୍ଷର କରିଛନ୍ତି। ଚୁକ୍ତି ସ୍ବାକ୍ଷର ବେଳେ ତୁର୍କୀ ରାଷ୍ଟ୍ରପତି ରେସେପ୍‌ ତୟିପ୍‌ ଏର୍ଡୋଗାନ ଉପସ୍ଥିତ ଥିଲେ। ଏନେଇ ଗୁଟେରେସ୍‌ କହିଛନ୍ତି, ଆଜି ବ୍ଲାକ୍‌ ସି’ରେ ଏକ ଆଲୋକବର୍ତ୍ତିକା ଦେଖିବାକୁ ମିଳିଛି। ଏହା ହେଉଛି ସମ୍ଭାବନା ଓ ଆଶ୍ୱସ୍ତି ପ୍ରଦାନକାରୀ ଆଶାର ଆଲୋକ, ଯାହାକୁ ସାରା ବିଶ୍ୱ ଅପେକ୍ଷା କରିଥିଲା। ରୁଷିଆ ଓ ୟୁକ୍ରେନ୍‌ର ପ୍ରତିନିଧିମାନେ ମତଭେଦକୁ ଭୁଲି ସବୁ ପ୍ରତିବନ୍ଧକକୁ ଅତିକ୍ରମ କରିଛନ୍ତି। ସେମାନଙ୍କ ଏହି ଉଦ୍ୟମ ବିଶ୍ୱବାସୀଙ୍କ ମୌଳିକ ସ୍ବାର୍ଥ ପୂରଣ ଦିଗରେ ସହାୟକ ହେବ। ଏହି ଚୁକ୍ତି ସ୍ବାକ୍ଷର ହେବା ଫଳରେ ୟୁକ୍ରେନ୍‌ ୨୨ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଓ ଅନ୍ୟ କୃଷି ସାମଗ୍ରୀ କୃଷ୍ଣ ସାଗର ଦେଇ ବିଶ୍ୱ ବଜାରକୁ ପରିବହନ କରିପାରିବ, ଯାହାକି ଫେବୃୟାରୀ ୨୪ରେ ରୁଷିଆର ଆକ୍ରମଣ ପରଠାରୁ ବନ୍ଦ ହୋଇଯାଇଥିଲା। ଏହି ଅଚଳାବସ୍ଥାକୁ ଦୃଷ୍ଟିରେ ରଖି ଗୁଟେରେସ୍‌ ଓ ଏର୍ଡୋଗାନ୍‌ ଇସ୍ତାନବୁଲରେ ଉଭୟ ପକ୍ଷଙ୍କୁ ନେଇ ମଧ୍ୟସ୍ଥତା କରିବାକୁ ଯୋଜନା କରିଥିଲେ। ରୁଷିଆ ଓ ୟୁକ୍ରେନ୍‌ର ସାମରିକ ପ୍ରତିନିଧି ଦଳ ଗତ ସପ୍ତାହରେ ଏନେଇ ସହମତି ପ୍ରକାଶ କରିଥିଲେ। ରାଜିନାମା ସ୍ବାକ୍ଷର ହେବା ମାତ୍ରେ ବିଶ୍ୱ ବଜାରରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ହ୍ରାସ ପାଇବା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri