Posted inରାଜ୍ୟ

ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ଅର୍ଜନ କଲେ ୭ ବର୍ଷର ଓଡ଼ିଆ ପୁଅ

ବଲାଙ୍ଗୀର ଅଫିସ,୫।୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ବିଶ୍ୱସ୍ବୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲଜି ଆସୋଶିଏଟ୍‌(ଏମ୍‌ଟିଏ) ପ୍ରୋଗ୍ରାମିଂ ପରୀକ୍ଷାରେ ପ୍ରମାଣପତ୍ର ଅର୍ଜନ କରିଛନ୍ତି। ବାଙ୍ଗାଲୋରସ୍ଥିତ ଆଡଟେକ୍‌ କମ୍ପାନୀ କୋଡନେଷ୍ଟରେ ଯୋଗଦେଇ ଭେଙ୍କଟରମଣ ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ମାଇକ୍ରୋସଫ୍ଟରୁ ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ହାସଲ କରିଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଧିକାଂଶ ଫୁଲ୍‌ଷ୍ଟାକ୍‌ ଡେଭଲପମେଣ୍ଟ ଛାତ୍ରମାନେ ଇଞ୍ଜିନିୟରିଂ ପାସ୍‌ କିମ୍ବା ଟେକ୍‌ ଗ୍ରେଡ୍‌ ଅଟନ୍ତି। ମାତ୍ର ସାତବର୍ଷର ଭେଙ୍କଟରମଣ ଏହି ଯୋଗ୍ୟତା ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଛନ୍ତି।
ଫୁଲ୍‌ଷ୍ଟାକ୍‌ ଟ୍ରେନିଂ ପ୍ରୋଗ୍ରାମରେ ନାମ ଲେଖାଇବାକୁ ତାଙ୍କ ବାପା ଜୁଲାଇ ୨୦୨୦ରେ କୋଡନେଷ୍ଟ ସିଇଓଙ୍କୁ ଯୋଗାଯୋଗ କରିଥିଲେ। ସେ କୋଡନେଷ୍ଟରୁ ଫୁଲଷ୍ଟାକ୍‌ ଡେଭଲପମେଣ୍ଟ ମଡ୍ୟୁଲ୍‌ର ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ୬ ମାସ ପାଇଁ ଦିନକୁ ୮ ଘଣ୍ଟା ପାଇଁ କଠୋର ତାଲିମ ପାଇଥିଲେ। ଅନ୍ୟ ଛାତ୍ର ଓ ଅଧ୍ୟାପକଙ୍କ ସହ ସେ ଯୋଗାଯୋଗ ସ୍ଥାପନ କରି ସଫଳତାର ସହ ଏହି ଯୋଗ୍ୟତା ହାସଲ କରିଥିଲେ। ଏଭଳି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରିବାରେ ଭେଙ୍କଟରମଣ ଦେଶର ଖୁବ୍‌ ଅଳ୍ପ ବାଳକଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି । ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲାଙ୍ଗୀର ପ୍ୟାଲେସଲାଇନ୍‌ ନିବାସୀ କୁଳଦୀପ ପଟ୍ଟନାୟକ ଓ ଡି. ପ୍ରମିଳା କୁମାରୀଙ୍କ ପୁଅ ଭେଙ୍କଟରମଣ ୨୦୧୯ରୁ ମୋବାଇଲ୍‌ ଆପ୍‌ ଓ କୋଡିଂ ଡେଭଲମେଣ୍ଟ କ୍ଷେତ୍ରରେ କାମ କରି ବିଳର କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏତେ ଛୋଟ ବୟସରୁ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରି ବଲାଙ୍ଗୀର ଓ ଓଡିଶା ପାଇଁ ଗୌରବ ଆଣି ଦେଇଥିବା ଭେଙ୍କଟରମଣ ଆଗକୁ ଏକ ମହାକାଶ ବିଜ୍ଞାନ ଓ ରୋବୋଟିକ୍ସ କ୍ଷେତ୍ରରେ କାମ କରିବା ଯୋଜନା ରଖିଛନ୍ତି । କୋଭିଡ-୧୯ ମହାମାରୀ କାରଣରୁ ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବା ସମୟରେ ସ୍ବାଇଟ୍‌ହାଟ୍‌ ଜୁନିୟର ସିଲିକନ୍‌ ଭ୍ୟାଲି ବିଜେତା ଭେଙ୍କଟରମଣ ଆମେରିକାର କାଲିଫର୍ଣ୍ଣିଆ ଯାଇପାରି ନ ଥିଲେ । ତଥାପି ମଧ୍ୟ ସେ ଫୁଲଷ୍ଟାକ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲରେ ନିଜର ଦକ୍ଷତା ପ୍ରମାଣ କରି ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?