Posted inରାଜ୍ୟ

ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ଅର୍ଜନ କଲେ ୭ ବର୍ଷର ଓଡ଼ିଆ ପୁଅ

ବଲାଙ୍ଗୀର ଅଫିସ,୫।୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ବିଶ୍ୱସ୍ବୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲଜି ଆସୋଶିଏଟ୍‌(ଏମ୍‌ଟିଏ) ପ୍ରୋଗ୍ରାମିଂ ପରୀକ୍ଷାରେ ପ୍ରମାଣପତ୍ର ଅର୍ଜନ କରିଛନ୍ତି। ବାଙ୍ଗାଲୋରସ୍ଥିତ ଆଡଟେକ୍‌ କମ୍ପାନୀ କୋଡନେଷ୍ଟରେ ଯୋଗଦେଇ ଭେଙ୍କଟରମଣ ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ମାଇକ୍ରୋସଫ୍ଟରୁ ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ହାସଲ କରିଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଧିକାଂଶ ଫୁଲ୍‌ଷ୍ଟାକ୍‌ ଡେଭଲପମେଣ୍ଟ ଛାତ୍ରମାନେ ଇଞ୍ଜିନିୟରିଂ ପାସ୍‌ କିମ୍ବା ଟେକ୍‌ ଗ୍ରେଡ୍‌ ଅଟନ୍ତି। ମାତ୍ର ସାତବର୍ଷର ଭେଙ୍କଟରମଣ ଏହି ଯୋଗ୍ୟତା ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଛନ୍ତି।
ଫୁଲ୍‌ଷ୍ଟାକ୍‌ ଟ୍ରେନିଂ ପ୍ରୋଗ୍ରାମରେ ନାମ ଲେଖାଇବାକୁ ତାଙ୍କ ବାପା ଜୁଲାଇ ୨୦୨୦ରେ କୋଡନେଷ୍ଟ ସିଇଓଙ୍କୁ ଯୋଗାଯୋଗ କରିଥିଲେ। ସେ କୋଡନେଷ୍ଟରୁ ଫୁଲଷ୍ଟାକ୍‌ ଡେଭଲପମେଣ୍ଟ ମଡ୍ୟୁଲ୍‌ର ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ୬ ମାସ ପାଇଁ ଦିନକୁ ୮ ଘଣ୍ଟା ପାଇଁ କଠୋର ତାଲିମ ପାଇଥିଲେ। ଅନ୍ୟ ଛାତ୍ର ଓ ଅଧ୍ୟାପକଙ୍କ ସହ ସେ ଯୋଗାଯୋଗ ସ୍ଥାପନ କରି ସଫଳତାର ସହ ଏହି ଯୋଗ୍ୟତା ହାସଲ କରିଥିଲେ। ଏଭଳି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରିବାରେ ଭେଙ୍କଟରମଣ ଦେଶର ଖୁବ୍‌ ଅଳ୍ପ ବାଳକଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି । ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ବଲାଙ୍ଗୀର ପ୍ୟାଲେସଲାଇନ୍‌ ନିବାସୀ କୁଳଦୀପ ପଟ୍ଟନାୟକ ଓ ଡି. ପ୍ରମିଳା କୁମାରୀଙ୍କ ପୁଅ ଭେଙ୍କଟରମଣ ୨୦୧୯ରୁ ମୋବାଇଲ୍‌ ଆପ୍‌ ଓ କୋଡିଂ ଡେଭଲମେଣ୍ଟ କ୍ଷେତ୍ରରେ କାମ କରି ବିଳର କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏତେ ଛୋଟ ବୟସରୁ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରି ବଲାଙ୍ଗୀର ଓ ଓଡିଶା ପାଇଁ ଗୌରବ ଆଣି ଦେଇଥିବା ଭେଙ୍କଟରମଣ ଆଗକୁ ଏକ ମହାକାଶ ବିଜ୍ଞାନ ଓ ରୋବୋଟିକ୍ସ କ୍ଷେତ୍ରରେ କାମ କରିବା ଯୋଜନା ରଖିଛନ୍ତି । କୋଭିଡ-୧୯ ମହାମାରୀ କାରଣରୁ ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବା ସମୟରେ ସ୍ବାଇଟ୍‌ହାଟ୍‌ ଜୁନିୟର ସିଲିକନ୍‌ ଭ୍ୟାଲି ବିଜେତା ଭେଙ୍କଟରମଣ ଆମେରିକାର କାଲିଫର୍ଣ୍ଣିଆ ଯାଇପାରି ନ ଥିଲେ । ତଥାପି ମଧ୍ୟ ସେ ଫୁଲଷ୍ଟାକ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲରେ ନିଜର ଦକ୍ଷତା ପ୍ରମାଣ କରି ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri