ବ୍ରାହ୍ମଣୀ ନଦୀକୂଳରୁ ମିଳିଲା ୭୦୦ ବର୍ଷର ପୁରାତନ ମନ୍ଦିର

ଭୁବନେଶ୍ୱର, ୨୩।୩(ବ୍ୟୁରୋ) – ରାଜ୍ୟର ଏବେ ବି କେତେକ ସ୍ଥାନରେ ପୂର୍ବରୁ ଲୋପ ପାଇଯାଇଥିବା ଐତିହ୍ୟ କୀର୍ତ୍ତିରାଜି ଓ ମନ୍ଦିରଗୁଡ଼ିକ ଭଗ୍ନାବସ୍ଥାରେ ଲୁଚି ରହିଛି। ତେବେ ଏଭଳି ଐତିହ୍ୟ ଓ କୀର୍ତ୍ତିରାଜି ଲୁଚି ରହିଥିବା ବେଳେ ମଙ୍ଗଳବାର ଢେଙ୍କାନାଳ ଜିଲା ତୁମୁସିଂଘା ତହସିଲ ଅନ୍ତର୍ଗତ ରାୟନରସିଂହପୁର ଗ୍ରାମ ବ୍ରାହ୍ମଣୀ ନଦୀକୂଳରୁ ଏକ ପ୍ରାଚୀନତମ ମନ୍ଦିରର ଧ୍ୱଂସାବଶେଷର ସନ୍ଧାନ ମିଳିଛି। ଏହି ପୁରାତନ ମନ୍ଦିରକୁ ଗବେଷଣା କରୁଥିବା ଇନ୍‌ଟାକ୍‌ (Indian National Trust For Art & Cultural Heritage) ଟିମ୍‌ ସନ୍ଧାନ କରିବା ସହ ଏହାର ଐତିହ୍ୟ ବିଷୟରେ ଅନୁସନ୍ଧାନ ଚଳାଇଛି। ସନ୍ଧାନ ମିଳିଥିବା ଏହି ଭଗ୍ନ ମନ୍ଦିରଟି ପ୍ରାୟ ୭୦୦ବର୍ଷରୁ ଅଧିକ ପୁରାତନ ହୋଇଥିବା ଇନଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ ଧୀର କହିଛନ୍ତି।
ରାୟନରସିଂହପୁର ଅଞ୍ଚଳର କେତେଜଣ ଲୋକ ଉକ୍ତ ନଦୀକୂଳ ବାଟେ ଯିବାବେଳେ ଏକ ମନ୍ଦିରର ଧ୍ୱଂସାବଶେଷ ପଡ଼ିଥିବା ଦେଖି ଇନଟାକ୍‌ର ପ୍ରକଳ୍ପ ସଂଯୋଜକ ଅନୀଲ ଧୀରଙ୍କୁ ଜଣାଇଥିଲେ। ଇନଟାକ୍‌ର ପ୍ରକଳ୍ପ ସହାୟକ ଦୀପକ କୁମାର ନାୟକ ରାୟନରସିଂହପୁର ଗସ୍ତ କରି ଏହି ଐତିହାସିକ ସ୍ଥାନଟିର ପ୍ରାରମ୍ଭିକ ସର୍ବେକ୍ଷଣ କରିଛନ୍ତି। ଏ ନେଇ ଇନ୍‌ଟାକ ପ୍ରକଳ୍ପ ସହାୟକ ନାୟକ କହିଛନ୍ତି, ଏହି ପ୍ରାଚୀନ ମନ୍ଦିରଟି ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଥିଲା। ହୁଏତ ବ୍ରାହ୍ମଣୀ ନଦୀରେ ଆସୁଥିବା ବନ୍ୟା ଯୋଗୁ ଅଥବା ନଦୀ ଏହାର ଗତିପଥରେ ପରିବର୍ତ୍ତନ ଆଣିଥିବାରୁ ଏହା ଭାଙ୍ଗିଯାଇଥିଲା। ଏବେ ପୁରୁଣା ମନ୍ଦିରର ବିଶାଳ ଅମଳକ ଶିଳା ନଦୀକୂଳରେ ପଡିରହିଛି। ଯେଉଁ ସ୍ଥାନରେ ଏହା ପଡିରହିଛି ତାହା ଏକ ଛୋଟ ଢିପ ସ୍ଥାନ। ହୁଏତ ପୁରାତନ ମନ୍ଦିରର ମୂଳ ଅଂଶ ମଧ୍ୟ ସେହି ସ୍ଥାନରେ ଥିଲା। ଅମଳକ ଶିଳାର ବିଶାଳତା ସୂଚନା ଦେଉଛି ଯେ, ଏଠାରେ ଏକ ବୃହତ ମନ୍ଦିର ଥିଲା। ସ୍ଥାନଟିର ଆଖପାଖରେ ଅନେକ କାରୁକାର୍ଯ୍ୟଯୁକ୍ତ ପ୍ରସ୍ତର ଖଣ୍ଡ ଦେଖିବାକୁ ମିଳୁଛି। ସେଥିମଧ୍ୟରୁ ନାଗନାଗୀ, ନାୟିକା, ଅଳସକନ୍ୟା, ରାଜକୀୟ ମୂର୍ତ୍ତି ଉଲ୍ଲେଖଯୋଗ୍ୟ। ଏ ସବୁର ଗଠନଶୈଳୀକୁ ବିଚାର କଲେ ମନ୍ଦିରର ନିର୍ମାଣ ଅବଧି ଓଡ଼ିଶାରେ ଗଙ୍ଗବଂଶୀ ଶାସନ ସମୟ କିମ୍ବା ତା’ର ପୂର୍ବବର୍ତ୍ତୀ ସମୟର ବୋଲି ହୋଇପାରେ ବୋଲି ଦୀପକ ନାୟକ କହିଛନ୍ତି। ସ୍ଥାନୀୟ ଅଧିବାସୀଙ୍କ ମତରେ ଏଠାରେ ଏକ ପ୍ରାଚୀନ ଶିବ ମନ୍ଦିର ଥିଲା ଏବଂ ପ୍ରାୟ ୬୦ ବର୍ଷ ତଳେ ଏଠାରୁ ଉଦ୍ଧାର ହୋଇଥିବା ଅନେକ ପ୍ରାଚୀନ ପ୍ରତିମା ଗ୍ରାମର ସିଦ୍ଧେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରଖାଯାଇଛି।
ଇନ୍‌ଟାକ୍‌ର ପ୍ରକଳ୍ପ ସଂଯୋଜକ ଅନିଲ ଧୀର ତୁରନ୍ତ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ଖନନ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାବି କରିଛନ୍ତି। ଖନନ କରାଗଲେ ସ୍ଥାନଟି ସମ୍ପର୍କରେ ଅଧିକ ଐତିହାସିକ ତଥ୍ୟ ଉନ୍ମୋଚନ ହୋଇପାରିବ। ଇନ୍‌ଟାକ୍‌ ତରଫରୁ ଶେଷ କିଛିବର୍ଷ ଧରି ହେଉଥିବା ଐତିହ୍ୟ ଅନ୍ବେଷଣରେ ପ୍ରାୟ ୯୦ରୁ ଅଧିକ ଜଳମଗ୍ନ/ଅର୍ଦ୍ଧଜଳମଗ୍ନ ମନ୍ଦିରର ସୂଚନା ରହିଛି। ଏ ସମ୍ପର୍କରେ ଖୁବ୍‌ଶୀଘ୍ର ଇନ୍‌ଟାକ୍‌ ତରଫରୁ ସରକାରଙ୍କୁ ଅବଗତ କରାଯିବ ବୋଲି ଧୀର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri