ରାଷ୍ଟ୍ରପତି ଭବନରେ ମଉଜ

କଲମ୍ବୋ,୧୧ା୭:ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ବିକ୍ଷୋଭକାରୀ। ଗୋଟାବାୟାଙ୍କ ପତ୍ତା ମିଳୁ ନ ଥିବାବେଳେ ତାଙ୍କ ଇସ୍ତଫା ଦାବିରେ ସାଧାରଣ ଜନତା ଅଡ଼ିବସିଛନ୍ତି। ରାଷ୍ଟ୍ରପତି ଇସ୍ତଫା ନ ଦେବା ଯାଏ ତାଙ୍କ ସରକାରୀ ବାସଭବନ ଛାଡ଼ି ଯିବୁ ନାହିଁ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ଗୋଟାବାୟାଙ୍କ ବିଳାସପୂର୍ଣ୍ଣ ରାଷ୍ଟ୍ରପତି ଭବନର ମଜା ନେବା ପାଇଁ ଲୋକେ ତାଙ୍କ ସୁଇମିଂ ପୁଲ୍‌ରେ ପହଁରୁଛନ୍ତି ଓ ଜିମ୍‌ରେ ବ୍ୟାୟାମ କରୁଛନ୍ତି। ଏପରି କି ସୁସଜ୍ଜିତ ଶୟନକକ୍ଷର ବେଡ୍‌ଗୁଡ଼ିକ ଉପରେ ଶୋଇବା ସହ ସମ୍ମିଳନୀ କକ୍ଷରେ ବୈଠକ କରୁଛନ୍ତି। କେହି କେହି ତାଙ୍କ ରୋଷେଇ ଘରେ ସୁସ୍ବାଦୁ ବ୍ୟଞ୍ଜନ ଖାଉଥିବାବେଳେ ଆଉ କେତେକେ ରାଷ୍ଟ୍ରପତି ଭବନ ପରିସରରେ ଚୁଲି ଜାଳି ଭୋଜି କରୁଛନ୍ତି।

ହାଇ-ସିକ୍ୟୁରିଟି ଜୋନ୍‌ରେ ଥିବା ଯେଉଁ ରାଷ୍ଟ୍ରପତି ଭବନର ସୁରକ୍ଷାକୁ ଏକଦା ଭେଦ କରିବା ଅସମ୍ଭବ ଥିଲା, ଆଜି ତାହା ଏକପ୍ରକାର ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଯାଇଛି। ଇତିମଧ୍ୟରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନରେ ୧୭.୮୫ ନିୟୁତ ଟଙ୍କା ପାଇଛନ୍ତି। ରବିବାର ସେମାନେ ବିଡ଼ା ବିଡ଼ା ନୋଟ୍‌ ଗଣୁଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ୨.୨ କୋଟି ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କା ଉପରେ ମୋଟ ୫୧ ବିଲିୟନ ଆମେରିକୀୟ ଡଲାର ବିଦେଶୀ ଋଣ ରହିଛି। ତହିଁରୁ ୨୦୨୬ ସୁଦ୍ଧା ୨୫ ବିଲିୟନ ଡଲାର ପରିଶୋଧ କରିବାକୁ ପଡ଼ିବ। ତେବେ ଗତ ଏପ୍ରିଲରେ ତହିଁରୁ ୭ ବିଲିୟନ୍‌ ଡଲାର ଋଣ ଶୁଝିବାକୁ ଅକ୍ଷମତା ପ୍ରକାଶ କରି ଅର୍ଥ ମନ୍ତ୍ରଣାଳୟ ଦେଶକୁ ଦେବାଳିଆ ଘୋଷଣା କରିଥିଲା।

ଶ୍ରୀଲଙ୍କାର ଏହି ଆର୍ଥିକ ଦୁର୍ଗତି ପାଇଁ ରାଷ୍ଟ୍ରପତିଙ୍କୁ ଦାୟୀ କରି ଦେଶର ବିଭିନ୍ନ ଭାଗରୁ ବସ୍‌, ଟ୍ରକ୍‌ ଓ ଟ୍ରେନ୍‌ରେ ଅନେକ ହଜାର ଲୋକ ଶନିବାର ରାଷ୍ଟ୍ରପତି ଭବନ ଆଡ଼କୁ ମୁହଁାଇଥିଲେ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଦଖଲ କରିପାରନ୍ତି ବୋଲି ଗୋଟାବାୟା ପଳାୟନ କରିଥିଲେ। ଗୋଟାବାୟା କେଉଁଠି ଅଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନ ଥିବାବେଳେ ସେ ଏକ ଅଜ୍ଞାତ ସ୍ଥାନରୁ ଦେଶର ଅଧିକାରୀମାନଙ୍କୁ ଏଲ୍‌ପିଜି ବଣ୍ଟନର ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲଙ୍କାରେ ଏଲ୍‌ପିଜି ଅଭାବ ଯୋଗୁ ଲୋକେ କାଠ ଜାଳି ରୋଷେଇ କରୁଛନ୍ତି। ଏଲ୍‌ପିଜି ସଙ୍କଟ ମଧ୍ୟରେ ଦେଶକୁ ୩,୭୦୦ ମେଟ୍ରିକ୍‌ ଟନ୍‌ ରନ୍ଧନ ଗ୍ୟାସ୍‌ ଆସିଥିବା ରବିବାର ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ରବିବାର ଅପରାହ୍ନରେ କେରାଓ୍ବାଲାପିତିୟାରେ ଏକ ଜାହାଜ ପହଞ୍ଚତ୍ଛି। ଦ୍ୱିତୀୟ ଜାହାଜ ୩,୪୭୦ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ନେଇ ସୋମବାର ପହଞ୍ଚତ୍ବ। ସେହିପରି ତୃତୀୟ ଜାହାଜ ଆସନ୍ତା ୧୫ ତାରିଖରେ ପହଞ୍ଚତ୍ବ, ଯହିଁରେ ୩,୨୦୦ ମେଟ୍ରିକ୍‌ ଟନ୍‌ ଗ୍ୟାସ୍‌ ଆସୁଛି ବୋଲି ଶ୍ରୀଲଙ୍କା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ସେପଟେ ଗୋଟାବାୟା ୧୩ ତାରିଖରେ ଇସ୍ତଫା ଦେବେ ବୋଲି ବାଚସ୍ପତି ମହିନ୍ଦା ୟାପା ଆବେୟଓ୍ବର୍ଦେନାଙ୍କୁ କହିବା ସତ୍ତ୍ୱେ ଶନିବାରଠାରୁ ବିକ୍ଷୋଭକାରୀଙ୍କ ଦଖଲରେ ରାଷ୍ଟ୍ରପତି ଭବନ ରହିଛି। ସେ ପଦ ନ ଛାଡ଼ିବା ପର୍ଯ୍ୟନ୍ତ ତାଙ୍କ ଅଫିସ୍‌ କି ଘର ଛାଡ଼ି କୁଆଡ଼େ ଯିବୁ ନାହିଁ ବୋଲି ବିକ୍ଷୋଭକାରୀମାନେ ଗଣମାଧ୍ୟମକୁ କହିଛନ୍ତି। ନୂଆ ସରକାର ଗଠନ ହେଲେ ସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ ବୋଲି ଶ୍ରୀଲଙ୍କାବାସୀ ଆଶା ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?