ସୋମରୁ ଅମୃତ

ଋଗ୍‌ବେଦରେ ସୋମ ସମ୍ପର୍କରେ ବର୍ଣ୍ଣନା ରହିଛି। ମନୁ ଏକ ଦୂର ପର୍ବତରୁ ସୋମ ପାଇଥିବା ଏବଂ ଏକ ଯଜ୍ଞ ଆୟୋଜନ କରି ତାହାକୁ ଇନ୍ଦ୍ରଙ୍କୁ ଦେଇଥିଲେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଇନ୍ଦ୍ର ଏହା ବଦଳରେ ମନୁଙ୍କୁ ଆର୍ଯ୍ୟଭୂମି ପ୍ରଦାନ କରିଥିଲେ। ବାମଦେବ (୪. ୨୬-୨୭)ଙ୍କ ରଚିତ ଏକ ବୈଦିକ ସ୍ତୋତ୍ରରେ ଏହି ବିଷୟ ଉଲ୍ଲେଖ କରାଯାଇଛି। କୌତୂହଳର ବିଷୟ ବୈଦିକ ସଂସ୍କୃତରେ, ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳ ଉପରିସେୟାନା ଏବଂ ପ୍ରାଚୀନ ଇରାନୀୟ ଭାଷା ଆଭେଷ୍ଟାନରେ ଉପୈରିସାଏନା ଭାବରେ ଜଣାଶୁଣା। ଉଭୟର ଅର୍ଥ ହେଉଛି ଇଗଲର ପହୁଁଚ ପରେ କିମ୍ବା ସମ୍ଭବତଃ ଫାଲକନ (ଶିକାରୀ ପକ୍ଷୀ ବାଜ) ଯାହାକୁ ଶିକାରୀମାନେ ନିୟନ୍ତ୍ରଣରେ ରଖି ଶିକାର ପାଇଁ ସେମାନଙ୍କୁ ବ୍ୟବହାର କରିପାରନ୍ତି। ଏହି ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳ ହେଉଛି ଆର୍ଯ୍ୟମାନଙ୍କ ପଥ, ଯେଉଁବାଟକୁ ସେମାନେ ପରିବ୍ରାଜକ ପଥ ଭାବେ ବ୍ୟବହାର କରିଥିଲେ। ସେମାନେ ଦକ୍ଷିଣ ଦିଗକୁ କାଜାଖସ୍ତାନରୁ ଆଫଗାନିସ୍ତାନ ଆଡ଼କୁ ଘୋଡ଼ା ଚଢ଼ି ଏହି ପାହାଡ଼ିଆ ବାଟ ଦେଇ ଯାଇଥିଲେ। ଏହି ପଥରେ ଗଲା ବେଳେ ଆର୍ଯ୍ୟମାନେ ସେଠାରେ ଉତ୍ତେଜକ ଗୁଣସମ୍ପନ୍ନ ଏକ ଚମତ୍କାର ଗଛ ଦେଖିବାକୁ ପାଇଥିଲେ। ସେହି ସମୟ ଥିଲା ଶୀତଦିନ। ଫଳରେ ସୂର୍ଯ୍ୟାଲୋକ ନ ଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିଲା। ଏଣୁ ଏହି ଗଛର ରସ ସେବନ କରି ସେମାନେ ଶାରୀରିକ ଉଷ୍ମତା ଅନୁଭବ କରିଥିଲେ। ଏହିି ରସ ହିଁ ସୋମ!
ପ୍ରଥମେ ବିଶେଷଜ୍ଞମାନେ ଏହି ସୋମ କ’ଣ ବୋଲି ଜାଣି ନ ଥିଲେ। ସେମାନେ ଏହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରୁଥିଲେ ଓ ଏହା ଉପରେ ଅଧିକ ଗବେଷଣା କରାଯାଇଥିଲା। ଏହା ଏକ ଯାଦୁକରୀ ପାନୀୟ ଥିଲା କି? କେତେଜଣ ବିଶ୍ୱାସ କରୁଥିଲେ ଯେ ଏହା ଏକ ଛତୁଜାତୀୟ ଗୁଳ୍ମ ଏବଂ ମାନସିକ ଉତ୍ତେଜକ ଦ୍ରବ୍ୟ ଥିଲା। ଏହା ବିଶେଷ କରି ୧୯୬୦ ଦଶକର ହିପି କାଉଣ୍ଟର କଲ୍‌ଚର (ଆମେରିକାରେ ପୁରୁଣା ଓ ପାରମ୍ପରିକ ରୀତିନୀତିରୁ ଦୂରେଇ ଯାଇ ନୂଆ ପିଢ଼ିର ଆରମ୍ଭ) ସମୟରେ ଲୋକମାନଙ୍କୁ ଅଧିକ ଉତ୍ତେଜିତ କରିଥିଲା। ସୋମ ଏକ ପ୍ରକାର ମାଦକ ଦ୍ରବ୍ୟ ଥିଲା ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ସାମ୍ପ୍ରତିକ ସମୟରେ ଅଧିକାଂଶ ସ୍ପଷ୍ଟ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ହେଉଛି ଏଫେଡ୍ରା ଉଦ୍ଭିଦ (ଏକ ପ୍ରକାର ପତ୍ରହୀନ ଗୁଳ୍ମ) ଯାହା ହିମାଳୟର ଉତ୍ତର ଭାଗରେ ଥିବା ପାର୍ବତ୍ୟାଞ୍ଚଳରେ ବଢ଼ିଥାଏ। ନିର୍ଦ୍ଦିଷ୍ଟ ଭାବରେ, ପାମିର୍‌ ପର୍ବତ ଏବଂ ତାରିକ୍‌ ଉପତ୍ୟକାରେ ଏହା ବେଶି ଦେଖାଯାଏ। ଉତ୍ତରଭାରତ ଏବଂ ଆଫଗାନିସ୍ତାନରେ ଏହା ମିଳେ। ‘ସୋମ’ ଚାଇନା ଶବ୍ଦ ହାଓ-ମାରୁ ଆସିଛି। ଶିକାରୀ ଭାବରେ ଆର୍ଯ୍ୟମାନେ ଏହାର ରସକୁ ଥକା ମେଣ୍ଟାଇବା ଲାଗି ଗ୍ରହଣ କରିଥିଲେ । ଋଗ୍‌ବେଦ ଏହି ଜଟିଳ ଗଛ ବିଷୟରେ ବର୍ଣ୍ଣନା କରିଥିଲା, ଯାହାକୁ ଖୋଜିବାକୁ ପଡ଼ୁଥିଲା। ଏହା ସହଜରେ ଉପଲବ୍ଧ ହୋଇପାରୁ ନ ଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ, କେବଳ ଇଗଲ ହିଁ ଏହି ଗଛକୁ ଖୋଜି ପାଇପାରୁଥିଲା। ପରବର୍ତ୍ତୀ ଯଜୁଃ ବେଦ ପରମ୍ପରାରେ କାହାଣୀ ବଦଳିଯାଇଛି। ଏଥିରେ କୁହାଯାଇଛି ଯେ, ଇଗଲ ପ୍ରକୃତରେ ହେଉଛି ଗାୟତ୍ରୀ ମନ୍ତ୍ର। ଆମକୁ ଏହା ମଧ୍ୟ କୁହାଯାଇଛି ଯେ, କଦ୍ରୁ(ପୃଥିବୀ) ଏବଂ ଧ୍ୱନିର ଦେବୀ ସୁପର୍ଣ୍ଣାଙ୍କ ମଧ୍ୟରେ ଝଗଡ଼ା ହୋଇଛି ଏବଂ ସେ ସୋମ ଆଣିବା ପାଇଁ କଦ୍ରୁଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଧ୍ୱନି ଦେବୀଙ୍କର ତିନୋଟି ସନ୍ତାନ ଅଛନ୍ତି, ସେମାନେ ହେଉଛନ୍ତି ଗାୟତ୍ରୀ, ଜଗତି ଏବଂ ତ୍ରିଶୁବ୍ଧା।
ଗାୟତ୍ରୀ, ଯିଏ ସବୁଠୁ ସାନ, ସେ ପାହାଡ଼ର ବିଭିନ୍ନ ସ୍ଥାନ ବୁଲି ସୋମ ଉଦ୍ଭିଦ ସଂଗ୍ରହ କରିବାରେ ଧୁରନ୍ଧର। ସୋମ ସଂଗ୍ରହ କରୁଥିବା ବେଳେ ଗାୟତ୍ରୀଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କର କିମ୍ବା ଉଦ୍ଭିଦର କିଛି ଅଂଶ ଭୂମିରେ ପଡ଼ି ଗଛ ପାଲଟି ଯାଇଛି।
ବର୍ତ୍ତମାନ ଏଠାରେ ପ୍ରକୃତ ସୋମ ଉଦ୍ଭିଦ ଖୋଜିବା ବିଷୟର କାହାଣୀ ଏତେ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ।
କାରଣ ଆର୍ଯ୍ୟମାନେ ଏବେ ଗଙ୍ଗା ଅବବାହିକାକୁ ଚାଲିଯାଇଛନ୍ତି। ଏଠାରେ ସୋମ ସଂଗ୍ରହ କରିବାର ଦକ୍ଷତା ଥିବା ଗାୟତ୍ରୀ ମନ୍ତ୍ର ଆବୃତ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଠାରେ ସୋମ ଆଉ ଉଦ୍ଭିଦ ହୋଇ ରହିନାହିଁ, ବରଂ ଏହା ଏକ ରହସ୍ୟମୟ ଉତ୍ପାଦ ଭାବେ ଦର୍ଶାଯାଇଛି। ଯେହେତୁ ସୋମ ସହଜରେ ମିଳୁନାହିଁ, ଆମକୁ ବିକଳ୍ପ ବିଷୟରେ କୁହାଯାଉଛି । ଉଦାହରଣ ସ୍ବରୂପ, କଟାଯାଇଥିବା ସୋମ ଉଦ୍ଭିଦର ଗଣ୍ଡିରୁ ନିର୍ମିତ ଚାମଚ ସୋମ ସୃଷ୍ଟି ପାଇଁ ଯଥେଷ୍ଟ ବୋଲି ଆମକୁ ଏହି ଗ୍ରନ୍ଥଗୁଡ଼ିକରେ କୁହାଯାଇଛି। ଏହିପରି ଭୌଗୋଳିକ ପରିବର୍ତ୍ତନ ଏବଂ ସମୟ ସହିତ ସୋମ କାହାଣୀର ପରିବର୍ତ୍ତନ ଆମେ ଦେଖିବାକୁ ପାଉ।
ସୋମ କାହାଣୀ ପୁନର୍ବାର ମହାଭାରତ କାବ୍ୟରେ ପରିବର୍ତ୍ତନ ହୋଇଛି। ସୁପର୍ଣ୍ଣା-ଆଖ୍ୟାନ (ଇଗଲ ମହାକାବ୍ୟ)ରେ ଆମକୁ କୁହାଯାଇଛି ଯେ, ସର୍ପଙ୍କ ମାତା ଏବଂ ପକ୍ଷୀମାନଙ୍କ ମାତା ମଧ୍ୟରେ ପ୍ରତିଯୋଗିତା ହୋଇଛି। ସେମାନଙ୍କର ଶତ୍ରୁତା ପକ୍ଷୀଙ୍କ ମାତାଙ୍କୁ ଦାସ କରିଦେଇଛି।
ସେମାନଙ୍କ ସନ୍ତାନ ଇଗଲ, ଗରୁଡ଼ ଦେବତାଙ୍କ ସ୍ଥାନ ବା ସ୍ବର୍ଗରୁ ଯଦି ଅମୃତ ଆଣିପାରିବେ, ତେବେ ସେମାନଙ୍କୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହୋଇପାରିବ ବୋଲି ଏଥିରେ ବର୍ଣ୍ଣନା ରହିଛି। କ୍ଷୀର ସମୁଦ୍ର ମନ୍ଥନରୁ ମିଳିଛି ଏବଂ ସମାନ ଉପାୟରେ ସୋମ ଉଦ୍ଭିଦକୁ ଛେଚି ଚିପୁଡ଼ି ସୋମରସ ବାହାର କରାଯାଏ। କିନ୍ତୁ ଏବେ ସୋମ ଉଦ୍ଭିଦର କୌଣସି କାହାଣୀ ବା ସ୍ମୃତି ନାହିଁ । କେବଳ ଏହାକୁ ଏକ ଅମରତ୍ୱର ଉତ୍ପାଦ ଭାବେ ବିଶ୍ୱାସ କରାଯାଏ, ଯାହା ଦେବତାମାନଙ୍କ ପାଖରେ ହିଁ ରହିଛି। ଗରୁଡ଼ଙ୍କୁ ଏହି ଅମରତ୍ୱର ରସ ଅମୃତକୁ ଚୋରି କରିବାକୁ ପଡ଼ିଛି ଏବଂ ତାଙ୍କ ମାତାଙ୍କୁ ମୁକ୍ତ କରିବା ପାଇଁ ତାହାକୁ ସେ ସାପମାନଙ୍କୁ ଦେଇଛନ୍ତି।
କାହାଣୀଟି ବିଭିନ୍ନ ପ୍ରକାରର ଶକ୍ତି ସଂରଚନା ଦେଖାଇବାକୁ ଆଗକୁ ବଢ଼ିଛି। ଇଗଲ ତା’ର ମା’ଙ୍କୁ ମୁକ୍ତ କରିବା ପାଇଁ ସାପମାନଙ୍କ ସହ ଛଳନା କରିଛି, କିନ୍ତୁ ସାପମାନେ ଏହାକୁ ପିଅନ୍ତି ନାହିଁ ବୋଲି ସୁନିଶ୍ଚିତ କରିଛନ୍ତି। ଏଥିପାଇଁ ଦେବତାମାନେ ଗରୁଡ଼ ଉପରେ ଖୁସି ହୁଅନ୍ତି। ଗରୁଡ ତା’ପରେ ବିଷ୍ଣୁଙ୍କ ସହିତ ବନ୍ଧୁତା ବାନ୍ଧିଛନ୍ତି ଏବଂ ତାଙ୍କର ବାହନ ହୋଇଛନ୍ତି। ସେ ବିଷ୍ଣୁଙ୍କୁ ନିଜର ବୁଦ୍ଧି, ଶକ୍ତି ଏବଂ ନମ୍ରତା ଦ୍ୱାରା ପ୍ରଭାବିତ କରନ୍ତି। ଏହାପରେ ଅମୃତ ଭକ୍ତି ଏବଂ ସମର୍ପଣର ପ୍ରତୀକ ହୋଇଯାଇଛି। ଏହିପରି ଭାବେ ସୋମ କାହାଣୀ ଅମୃତ କାହାଣୀରେ ପରିଣତ ହୋଇଥିବାର ଆମେ ଦେଖିବାକୁ ପାଉ। ମୂଳ କାହାଣୀରେ ଇନ୍ଦ୍ରଙ୍କ ପାଇଁ ସୋମକୁ ଚୋରି କରାଯାଇଥିବା କୁହାଯାଇଛି। କିନ୍ତୁ ଶେଷ କାହାଣୀରେ ଅମୃତ ଇନ୍ଦ୍ରଙ୍କଠାରୁ ଚୋରି ହୋଇଥିବା କୁହାଯାଇଛି। ଏହିପରି ଭାବେ ସ୍ଥାନ ଓ ସମୟ ଅନୁସାରେ ପୁରାଣ ପରିବର୍ତ୍ତନ ହୋଇଛି ଏବଂ ସେହି ସମାନ ପୁରୁଣା କାହାଣୀରେ ନୂଆ ଧାରଣା ସନ୍ନିବେଶିତ କରାଯାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?