ସୋମରୁ ଅମୃତ

ଋଗ୍‌ବେଦରେ ସୋମ ସମ୍ପର୍କରେ ବର୍ଣ୍ଣନା ରହିଛି। ମନୁ ଏକ ଦୂର ପର୍ବତରୁ ସୋମ ପାଇଥିବା ଏବଂ ଏକ ଯଜ୍ଞ ଆୟୋଜନ କରି ତାହାକୁ ଇନ୍ଦ୍ରଙ୍କୁ ଦେଇଥିଲେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଇନ୍ଦ୍ର ଏହା ବଦଳରେ ମନୁଙ୍କୁ ଆର୍ଯ୍ୟଭୂମି ପ୍ରଦାନ କରିଥିଲେ। ବାମଦେବ (୪. ୨୬-୨୭)ଙ୍କ ରଚିତ ଏକ ବୈଦିକ ସ୍ତୋତ୍ରରେ ଏହି ବିଷୟ ଉଲ୍ଲେଖ କରାଯାଇଛି। କୌତୂହଳର ବିଷୟ ବୈଦିକ ସଂସ୍କୃତରେ, ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳ ଉପରିସେୟାନା ଏବଂ ପ୍ରାଚୀନ ଇରାନୀୟ ଭାଷା ଆଭେଷ୍ଟାନରେ ଉପୈରିସାଏନା ଭାବରେ ଜଣାଶୁଣା। ଉଭୟର ଅର୍ଥ ହେଉଛି ଇଗଲର ପହୁଁଚ ପରେ କିମ୍ବା ସମ୍ଭବତଃ ଫାଲକନ (ଶିକାରୀ ପକ୍ଷୀ ବାଜ) ଯାହାକୁ ଶିକାରୀମାନେ ନିୟନ୍ତ୍ରଣରେ ରଖି ଶିକାର ପାଇଁ ସେମାନଙ୍କୁ ବ୍ୟବହାର କରିପାରନ୍ତି। ଏହି ହିନ୍ଦୁକୁଶ ପାର୍ବତ୍ୟାଞ୍ଚଳ ହେଉଛି ଆର୍ଯ୍ୟମାନଙ୍କ ପଥ, ଯେଉଁବାଟକୁ ସେମାନେ ପରିବ୍ରାଜକ ପଥ ଭାବେ ବ୍ୟବହାର କରିଥିଲେ। ସେମାନେ ଦକ୍ଷିଣ ଦିଗକୁ କାଜାଖସ୍ତାନରୁ ଆଫଗାନିସ୍ତାନ ଆଡ଼କୁ ଘୋଡ଼ା ଚଢ଼ି ଏହି ପାହାଡ଼ିଆ ବାଟ ଦେଇ ଯାଇଥିଲେ। ଏହି ପଥରେ ଗଲା ବେଳେ ଆର୍ଯ୍ୟମାନେ ସେଠାରେ ଉତ୍ତେଜକ ଗୁଣସମ୍ପନ୍ନ ଏକ ଚମତ୍କାର ଗଛ ଦେଖିବାକୁ ପାଇଥିଲେ। ସେହି ସମୟ ଥିଲା ଶୀତଦିନ। ଫଳରେ ସୂର୍ଯ୍ୟାଲୋକ ନ ଥିବାରୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିଲା। ଏଣୁ ଏହି ଗଛର ରସ ସେବନ କରି ସେମାନେ ଶାରୀରିକ ଉଷ୍ମତା ଅନୁଭବ କରିଥିଲେ। ଏହିି ରସ ହିଁ ସୋମ!
ପ୍ରଥମେ ବିଶେଷଜ୍ଞମାନେ ଏହି ସୋମ କ’ଣ ବୋଲି ଜାଣି ନ ଥିଲେ। ସେମାନେ ଏହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରୁଥିଲେ ଓ ଏହା ଉପରେ ଅଧିକ ଗବେଷଣା କରାଯାଇଥିଲା। ଏହା ଏକ ଯାଦୁକରୀ ପାନୀୟ ଥିଲା କି? କେତେଜଣ ବିଶ୍ୱାସ କରୁଥିଲେ ଯେ ଏହା ଏକ ଛତୁଜାତୀୟ ଗୁଳ୍ମ ଏବଂ ମାନସିକ ଉତ୍ତେଜକ ଦ୍ରବ୍ୟ ଥିଲା। ଏହା ବିଶେଷ କରି ୧୯୬୦ ଦଶକର ହିପି କାଉଣ୍ଟର କଲ୍‌ଚର (ଆମେରିକାରେ ପୁରୁଣା ଓ ପାରମ୍ପରିକ ରୀତିନୀତିରୁ ଦୂରେଇ ଯାଇ ନୂଆ ପିଢ଼ିର ଆରମ୍ଭ) ସମୟରେ ଲୋକମାନଙ୍କୁ ଅଧିକ ଉତ୍ତେଜିତ କରିଥିଲା। ସୋମ ଏକ ପ୍ରକାର ମାଦକ ଦ୍ରବ୍ୟ ଥିଲା ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ସାମ୍ପ୍ରତିକ ସମୟରେ ଅଧିକାଂଶ ସ୍ପଷ୍ଟ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ହେଉଛି ଏଫେଡ୍ରା ଉଦ୍ଭିଦ (ଏକ ପ୍ରକାର ପତ୍ରହୀନ ଗୁଳ୍ମ) ଯାହା ହିମାଳୟର ଉତ୍ତର ଭାଗରେ ଥିବା ପାର୍ବତ୍ୟାଞ୍ଚଳରେ ବଢ଼ିଥାଏ। ନିର୍ଦ୍ଦିଷ୍ଟ ଭାବରେ, ପାମିର୍‌ ପର୍ବତ ଏବଂ ତାରିକ୍‌ ଉପତ୍ୟକାରେ ଏହା ବେଶି ଦେଖାଯାଏ। ଉତ୍ତରଭାରତ ଏବଂ ଆଫଗାନିସ୍ତାନରେ ଏହା ମିଳେ। ‘ସୋମ’ ଚାଇନା ଶବ୍ଦ ହାଓ-ମାରୁ ଆସିଛି। ଶିକାରୀ ଭାବରେ ଆର୍ଯ୍ୟମାନେ ଏହାର ରସକୁ ଥକା ମେଣ୍ଟାଇବା ଲାଗି ଗ୍ରହଣ କରିଥିଲେ । ଋଗ୍‌ବେଦ ଏହି ଜଟିଳ ଗଛ ବିଷୟରେ ବର୍ଣ୍ଣନା କରିଥିଲା, ଯାହାକୁ ଖୋଜିବାକୁ ପଡ଼ୁଥିଲା। ଏହା ସହଜରେ ଉପଲବ୍ଧ ହୋଇପାରୁ ନ ଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ, କେବଳ ଇଗଲ ହିଁ ଏହି ଗଛକୁ ଖୋଜି ପାଇପାରୁଥିଲା। ପରବର୍ତ୍ତୀ ଯଜୁଃ ବେଦ ପରମ୍ପରାରେ କାହାଣୀ ବଦଳିଯାଇଛି। ଏଥିରେ କୁହାଯାଇଛି ଯେ, ଇଗଲ ପ୍ରକୃତରେ ହେଉଛି ଗାୟତ୍ରୀ ମନ୍ତ୍ର। ଆମକୁ ଏହା ମଧ୍ୟ କୁହାଯାଇଛି ଯେ, କଦ୍ରୁ(ପୃଥିବୀ) ଏବଂ ଧ୍ୱନିର ଦେବୀ ସୁପର୍ଣ୍ଣାଙ୍କ ମଧ୍ୟରେ ଝଗଡ଼ା ହୋଇଛି ଏବଂ ସେ ସୋମ ଆଣିବା ପାଇଁ କଦ୍ରୁଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଧ୍ୱନି ଦେବୀଙ୍କର ତିନୋଟି ସନ୍ତାନ ଅଛନ୍ତି, ସେମାନେ ହେଉଛନ୍ତି ଗାୟତ୍ରୀ, ଜଗତି ଏବଂ ତ୍ରିଶୁବ୍ଧା।
ଗାୟତ୍ରୀ, ଯିଏ ସବୁଠୁ ସାନ, ସେ ପାହାଡ଼ର ବିଭିନ୍ନ ସ୍ଥାନ ବୁଲି ସୋମ ଉଦ୍ଭିଦ ସଂଗ୍ରହ କରିବାରେ ଧୁରନ୍ଧର। ସୋମ ସଂଗ୍ରହ କରୁଥିବା ବେଳେ ଗାୟତ୍ରୀଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କର କିମ୍ବା ଉଦ୍ଭିଦର କିଛି ଅଂଶ ଭୂମିରେ ପଡ଼ି ଗଛ ପାଲଟି ଯାଇଛି।
ବର୍ତ୍ତମାନ ଏଠାରେ ପ୍ରକୃତ ସୋମ ଉଦ୍ଭିଦ ଖୋଜିବା ବିଷୟର କାହାଣୀ ଏତେ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ।
କାରଣ ଆର୍ଯ୍ୟମାନେ ଏବେ ଗଙ୍ଗା ଅବବାହିକାକୁ ଚାଲିଯାଇଛନ୍ତି। ଏଠାରେ ସୋମ ସଂଗ୍ରହ କରିବାର ଦକ୍ଷତା ଥିବା ଗାୟତ୍ରୀ ମନ୍ତ୍ର ଆବୃତ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଠାରେ ସୋମ ଆଉ ଉଦ୍ଭିଦ ହୋଇ ରହିନାହିଁ, ବରଂ ଏହା ଏକ ରହସ୍ୟମୟ ଉତ୍ପାଦ ଭାବେ ଦର୍ଶାଯାଇଛି। ଯେହେତୁ ସୋମ ସହଜରେ ମିଳୁନାହିଁ, ଆମକୁ ବିକଳ୍ପ ବିଷୟରେ କୁହାଯାଉଛି । ଉଦାହରଣ ସ୍ବରୂପ, କଟାଯାଇଥିବା ସୋମ ଉଦ୍ଭିଦର ଗଣ୍ଡିରୁ ନିର୍ମିତ ଚାମଚ ସୋମ ସୃଷ୍ଟି ପାଇଁ ଯଥେଷ୍ଟ ବୋଲି ଆମକୁ ଏହି ଗ୍ରନ୍ଥଗୁଡ଼ିକରେ କୁହାଯାଇଛି। ଏହିପରି ଭୌଗୋଳିକ ପରିବର୍ତ୍ତନ ଏବଂ ସମୟ ସହିତ ସୋମ କାହାଣୀର ପରିବର୍ତ୍ତନ ଆମେ ଦେଖିବାକୁ ପାଉ।
ସୋମ କାହାଣୀ ପୁନର୍ବାର ମହାଭାରତ କାବ୍ୟରେ ପରିବର୍ତ୍ତନ ହୋଇଛି। ସୁପର୍ଣ୍ଣା-ଆଖ୍ୟାନ (ଇଗଲ ମହାକାବ୍ୟ)ରେ ଆମକୁ କୁହାଯାଇଛି ଯେ, ସର୍ପଙ୍କ ମାତା ଏବଂ ପକ୍ଷୀମାନଙ୍କ ମାତା ମଧ୍ୟରେ ପ୍ରତିଯୋଗିତା ହୋଇଛି। ସେମାନଙ୍କର ଶତ୍ରୁତା ପକ୍ଷୀଙ୍କ ମାତାଙ୍କୁ ଦାସ କରିଦେଇଛି।
ସେମାନଙ୍କ ସନ୍ତାନ ଇଗଲ, ଗରୁଡ଼ ଦେବତାଙ୍କ ସ୍ଥାନ ବା ସ୍ବର୍ଗରୁ ଯଦି ଅମୃତ ଆଣିପାରିବେ, ତେବେ ସେମାନଙ୍କୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହୋଇପାରିବ ବୋଲି ଏଥିରେ ବର୍ଣ୍ଣନା ରହିଛି। କ୍ଷୀର ସମୁଦ୍ର ମନ୍ଥନରୁ ମିଳିଛି ଏବଂ ସମାନ ଉପାୟରେ ସୋମ ଉଦ୍ଭିଦକୁ ଛେଚି ଚିପୁଡ଼ି ସୋମରସ ବାହାର କରାଯାଏ। କିନ୍ତୁ ଏବେ ସୋମ ଉଦ୍ଭିଦର କୌଣସି କାହାଣୀ ବା ସ୍ମୃତି ନାହିଁ । କେବଳ ଏହାକୁ ଏକ ଅମରତ୍ୱର ଉତ୍ପାଦ ଭାବେ ବିଶ୍ୱାସ କରାଯାଏ, ଯାହା ଦେବତାମାନଙ୍କ ପାଖରେ ହିଁ ରହିଛି। ଗରୁଡ଼ଙ୍କୁ ଏହି ଅମରତ୍ୱର ରସ ଅମୃତକୁ ଚୋରି କରିବାକୁ ପଡ଼ିଛି ଏବଂ ତାଙ୍କ ମାତାଙ୍କୁ ମୁକ୍ତ କରିବା ପାଇଁ ତାହାକୁ ସେ ସାପମାନଙ୍କୁ ଦେଇଛନ୍ତି।
କାହାଣୀଟି ବିଭିନ୍ନ ପ୍ରକାରର ଶକ୍ତି ସଂରଚନା ଦେଖାଇବାକୁ ଆଗକୁ ବଢ଼ିଛି। ଇଗଲ ତା’ର ମା’ଙ୍କୁ ମୁକ୍ତ କରିବା ପାଇଁ ସାପମାନଙ୍କ ସହ ଛଳନା କରିଛି, କିନ୍ତୁ ସାପମାନେ ଏହାକୁ ପିଅନ୍ତି ନାହିଁ ବୋଲି ସୁନିଶ୍ଚିତ କରିଛନ୍ତି। ଏଥିପାଇଁ ଦେବତାମାନେ ଗରୁଡ଼ ଉପରେ ଖୁସି ହୁଅନ୍ତି। ଗରୁଡ ତା’ପରେ ବିଷ୍ଣୁଙ୍କ ସହିତ ବନ୍ଧୁତା ବାନ୍ଧିଛନ୍ତି ଏବଂ ତାଙ୍କର ବାହନ ହୋଇଛନ୍ତି। ସେ ବିଷ୍ଣୁଙ୍କୁ ନିଜର ବୁଦ୍ଧି, ଶକ୍ତି ଏବଂ ନମ୍ରତା ଦ୍ୱାରା ପ୍ରଭାବିତ କରନ୍ତି। ଏହାପରେ ଅମୃତ ଭକ୍ତି ଏବଂ ସମର୍ପଣର ପ୍ରତୀକ ହୋଇଯାଇଛି। ଏହିପରି ଭାବେ ସୋମ କାହାଣୀ ଅମୃତ କାହାଣୀରେ ପରିଣତ ହୋଇଥିବାର ଆମେ ଦେଖିବାକୁ ପାଉ। ମୂଳ କାହାଣୀରେ ଇନ୍ଦ୍ରଙ୍କ ପାଇଁ ସୋମକୁ ଚୋରି କରାଯାଇଥିବା କୁହାଯାଇଛି। କିନ୍ତୁ ଶେଷ କାହାଣୀରେ ଅମୃତ ଇନ୍ଦ୍ରଙ୍କଠାରୁ ଚୋରି ହୋଇଥିବା କୁହାଯାଇଛି। ଏହିପରି ଭାବେ ସ୍ଥାନ ଓ ସମୟ ଅନୁସାରେ ପୁରାଣ ପରିବର୍ତ୍ତନ ହୋଇଛି ଏବଂ ସେହି ସମାନ ପୁରୁଣା କାହାଣୀରେ ନୂଆ ଧାରଣା ସନ୍ନିବେଶିତ କରାଯାଇଛି।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri