ଟୋକନ୍‌-ଟାର୍ଗେଟ ମଧ୍ୟରେ ପେଷି ହେଉଛି ଚାଷୀ

ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ ବିକ୍ରି କରିପାରୁନାହାନ୍ତି। ଟାର୍ଗେଟ ଆସି ନ ଥିବା କହି ସମିତି ସମ୍ପାଦକମାନେ ଦିନ ଗଡ଼ାଇ ଚାଲିଛନ୍ତି। ଅନ୍ୟପଟେ ନକଲି ଚାଷୀଙ୍କଠାରୁ କୁଇଣ୍ଟାଲ କୁଇଣ୍ଟାଲ ଧାନ କିଣା ସରିଲାଣି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ଟୋକନ ଓ ଟାର୍ଗେଟ ମଧ୍ୟରେ ଚାଷୀ କେବଳ ପେଷି ହେଉଛି। ଏ ନେଇ ଦୈନିକ ଅନେକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଛନ୍ତି। ସେମାନଙ୍କ ଅଭିଯୋଗ, ଦାବିପତ୍ର ବଦଳରେ କେଳ ପ୍ରତିଶ୍ରୁତି ମିଳୁଛି। ମାତ୍ର ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଜଟଣୀ ବ୍ଲକ ଅଙ୍ଗରାପଡାରେ ଗୋଚର, ଅନାବାଦି ଜମି, ଗ୍ରାମୀଣ ଜଙ୍ଗଲ, ରକ୍ଷିତ, ପତିତ ଜମି, କେନାଲ ନ ଥିବା ମୌଜାରେ କେନାଲ ଥିବା ଦର୍ଶାଇ ଶତାଧିକ କୁଇଣ୍ଟାଲ ଧାନକିଣା ସରିଲାଣି। ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଜିଲାପାଳ ସନତ ମହାନ୍ତି ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ପଦକ୍ଷେପ ଶୂନ। ମିଲର୍ସ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଧାନକିଣା ଚାଲିଥିବା ଚାଷୀମାନେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି ବୋଲି ଜିଲା ଯୋଗାଣ ବିଭାଗ ଅଧିକାରୀ ଅନାଥ ଚରଣ ସ୍ବାଇଁ କହିଛନ୍ତି।
ଗୁରୁବାର ଜିଲା ଯୋଗାଣ ବିଭାଗ ଅଧିକାରୀ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ଏକାଧିକ ସମିତି ସମ୍ପାଦକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଧାନକିଣା ନେଇ ସ୍ବଚ୍ଛତାର ପାଠ ପଢାଇଛନ୍ତି। ଯୋଗାଣ ବିଭାଗ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସମିତିର ସମ୍ପାଦକମାନଙ୍କୁ ଦୀର୍ଘ ୧ଘଣ୍ଟା ଠିଆ କରାଇ ସ୍ବଚ୍ଛତା ରଖିବାକୁ ପରାମର୍ଶ ଦେଇଥିଲେ। ଏପରି କି ସେମାନଙ୍କ ଯୋଗୁ ପ୍ରଶାସନ ବଦନାମ ହେଉଛି ବୋଲି ପରୋକ୍ଷରେ ଇଙ୍ଗିତ କରିଥିଲେ। ଏ ନେଇ ସମିତି ସମ୍ପାଦକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସମିତି ସମ୍ପାଦକଙ୍କ ଅଭିଯୋଗ ଉପରେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ରାଗିଯାଇ କହିଥିଲେ, ଆପଣ ମାନଙ୍କୁ କହିବାକୁ ମୁଁ ବାଧ୍ୟ ନୁହଁ। ଆପଣମାନେ ଯାହା ଲେଖିବା କଥା ଲେଖନ୍ତୁ, ମୋର କେହି କିଛି କରିପାରିବେ ନାହିଁ। ଅନ୍ୟପକ୍ଷରେ ଏ ନେଇ ଜିଲାପାଳ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କେତେଜଣ ଚାଷୀ ସଙ୍ଗଠନ ଗଣମାଧ୍ୟମ ଆଗରେ କହିଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବର ମାସରେ ଅନୁଷ୍ଠିତ ଜିଲାସ୍ତରୀୟ ଧାନକିଣା ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜିଲାରେ ୪୪ହଜାର ଚାଷୀ ପଞ୍ଜୀକରଣ କରିଥିବାବେଳେ ୧୩୯ଟି ପ୍ୟାକ୍ସରେ ୯. ୫୮ ଲକ୍ଷ କୁଇଣ୍ଟାଲ ଧାନ କିଣିବା ଲାଗି ଟାର୍ଗେଟ ରହିଛି। ତେବେ ଟାର୍ଗେଟ ପାଖାପାଖି ଧାନକିଣା ସରିଲାଣି। ମାତ୍ର ପ୍ରକୃତ ଚାଷୀ ଟୋକନ ଧରି ବସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ଅଟୋକୁ ପିଟିଲା ପିକ୍‌ଅପ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୭ା୧୨-କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡଠାରେ ଶୁକ୍ରବାର ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ସହ ଏକ ପିକ୍‌ ଭ୍ୟାନର ମୁହଁ।ମୁହିଁ ଧକ୍କା ହୋଇଛି।...

ବଜ୍ରପାତରେ ୨୦ ଗୋରୁ ମୃତ

ନବରଙ୍ଗପୁର/ନନ୍ଦାହାଣ୍ଡି,୮ା୪: ନବରଙ୍ଗପୁର ଜିଲାରେ ଗୁରୁବାର ବର୍ଷା ସହ ଝଡ଼ ତୋଫାନ୍‌ ହୋଇଥିଲା। ସେତିକିବେଳେ ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡ଼ା ଚର୍ଚ୍ଚ ପାଖ ଯୋଶେଫ ସୁନାଙ୍କ ଘର ସମ୍ମୁଖ...

କାମ କରୁନି ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ୍‌; ଲାଭ ଉଠାଉଛନ୍ତି ନର୍ସିଂହୋମକୁ ଯାଉଥିବା ଡାକ୍ତର

ଅନୁଗୋଳ ଅଫିସ, ୬।୬:  ଡାକ୍ତର, କର୍ମଚାରୀଙ୍କ ଉପସ୍ଥାନ ଜାଣିବା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲଗାଯାଇଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ ଅଚଳ ହୋଇପଡ଼ିଛି। ଏହା...

୨ ବିଏସ୍‌ଏଫ୍‌ ଯବାନଙ୍କୁ କରୋନା: ସାନିଟାଇଜ୍‌ ହେଲା ଜଟଣୀ କ୍ୟାମ୍ପସ

ଖୋର୍ଦ୍ଧା ଅଫିସ,୧୨।୭: ଖୋର୍ଦ୍ଧା ରୋଡ ଜଟଣୀ ସ୍ଥିତ ବିଏସଏଫ କ୍ୟାମ୍ପରେ ୨ ଜଣ ଯବାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରବିବାର ବିଏସ୍‌ଏଫ୍‌ କ୍ୟାମ୍ପ ପରିସରକୁ...

ଭାଙ୍ଗିଲା ବିଦ୍ୟାଳୟ ଛାତ: ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ଦେବଗଡ଼,୨୪।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ ଅଧୀନ କଲଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶନିବାର ସ୍କୁଲ ଛାତ ଭାଙ୍ଗି ଯାଇଛି। ସକାଳୁ ପାଠପଢ଼ା ଚାଲିଥିବା ସମୟରେ...

ବରସାହି କୋଠଘରେ ଅଗ୍ନିକାଣ୍ଡ

ଛେଣ୍ଡିପଦା,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରସାହି ଗ୍ରାମ କୋଠଘରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। କୋଠଘର ପାଖରେ ପାଳଗଦା ଥିଲା। କୌଣସି କାରଣରୁ...

କୋଲକୋତା ଫେରନ୍ତାଙ୍କୁ ବୁଝାଇବାକୁ ଯାଇ ହଟହଟା: ସରପଞ୍ଚ, ନାଏବ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ

ଯାଜପୁର ଅଫିସ,୨୩ା୪- କୋଲକୋତା ଫେରନ୍ତା ୫ଜଣ ଶ୍ରମିକଙ୍କୁ ସରକାରଙ୍କ ନୀତିନିୟମ ମାନି ରହିବାକୁ ପରାମର୍ଶ ଦେବାକୁ ଯାଇ ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ସରପଞ୍ଚ ଏବଂ...

ବିଜେତା ମୁକୁଟ ପିନ୍ଧିଲେ ହଂସିନୀ

ବାଲେଶ୍ୱର ଅଫିସ, ୧୮।୩-ବାଲେଶ୍ୱର କଚେରି ବଜାର ସ୍ଥିତ ପ୍ରଶାନ୍ତ ପ୍ରଧାନ ଓ ଭବାନୀ ପ୍ରଧାନଙ୍କ କନିଷ୍ଠକନ୍ୟା ହଂସିନୀ (୬) ବମ୍ବେରେ ଅନୁଷ୍ଠିତ ସର୍ବଭାରତୀୟ ଶୋ ଷ୍ଟପର...

Advertisement

BGU

Archives

Model This Week

Why Dharitri