ଅମାନିଆ ହେଉଛନ୍ତି ଫୁଡ୍‌ ଡେଲିଭରି ବୟ

ବ୍ରହ୍ମପୁର ଅଫିସ୍‌,୨୫ା୪: କରୋନା ମହାମାରୀର ଦ୍ୱିତୀୟ ଲହରକୁ ରୋକିବାକୁ ନେଇ ସହରାଞ୍ଚଳରେ ହୋଇଥିବା ସପ୍ତାହାନ୍ତ ଶଟ୍‌ଡାଉନ ରବିବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଦ୍ୱିତୀୟ ଦିନରେ ମହାନଗରରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯିବା ସହ ଗହଳି ସ୍ଥାନରେ ପାଟ୍ରୋଲିଂ କରାଯାଇ ଲୋକଙ୍କୁ ତାଗିଦ୍‌ କରାଯାଇଥିଲା। ଅନ୍ୟପକ୍ଷେ ଶଟ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ହୋଟେଲ ଖାଦ୍ୟ ପଦାର୍ଥର ହୋମ୍‌ ଡେଲିଭରି ନେଇ ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି। ଏହି ସମୟରେ ଖାଦ୍ୟ ଯୋଗାଉଥିବା ଡେଲିଭରି ବୟ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସହରର ବିଭିନ୍ନ ଛକରେ ବିନା ମାସ୍କ ଓ ସାମାଜିକ ଦୂରତା ବଜାୟ ନ ରଖି ଦୀର୍ଘ ସମୟ ଧରି ଗହଳି କରୁଛନ୍ତି। ସହରର ପୁରୁଣା ବସ୍‌ଷ୍ଟାଣ୍ଡ ଓ ଗିରିଜା ଛକ ଆଦି ଅଞ୍ଚଳରେ ରହିଥିବା ବିଭିନ୍ନ ରେଷ୍ଟୁରାଣ୍ଟ ସମ୍ମୁଖରେ ଡେଲିଭରି ବୟ ଗହଳି କରୁଛନ୍ତି। ଏଣୁ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଡେଲିଭରି ବୟଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏନେଇ ବିଏମ୍‌ସି ଖାଦ୍ୟ ବିଭାଗ ଅଧିକାରୀ ସସ୍ମିତା ଖାଡଙ୍ଗାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଖୁସି’ ସଫ୍ଟଓ୍ବେର ଉନ୍ମୋଚିତ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସାନିଟାରି ନାପ୍‌କିନ୍‌ ବଣ୍ଟନ ପାଇଁ...

ଜଙ୍ଗଲରୁ ଉଦ୍ଧାର ହେଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ

ଜୟପୁର, ୭।୧(ନି.ପ୍ର): କୋରାପୁଟ ଜିଲା ବୋରିଗୁମ୍ମାରେ କାର୍ଯ୍ୟରତ ଆରଡବ୍ଲୁଏସ୍‌ଏସ୍‌ର ନିଖୋଜ କନିଷ୍ଠ ଯନ୍ତ୍ରୀ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହରଡାଗୁଡା ନିକଟସ୍ଥ ମୂଷା ମାଟି...

ତୁଟୁନି ଧାନ କିଣାବିକା ସମସ୍ୟା

ବରଗଡ଼ ଅଫିସ୍‌, ୨।୧୨: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୫ଦିନ ବିତିଯାଇଛି । ଧାନ କିଣାବିକା ଚାଲିଥିଲେ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ...

ଶପଥ ନେଲେ ଅଳକା

ଭୁବନେଶ୍ୱର,୧୩।୬(ବ୍ୟୁରୋ): ବ୍ରଜରାଜନଗର ବିଧାୟକ ଭାବେ ସୋମବାର ଶପଥ ନେଇଛନ୍ତି ଅଳକା ମହାନ୍ତି। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ଶପଥ ପାଠ କରାଇଛନ୍ତି। ଅଳକା...

ଛାତ୍ରୀଙ୍କୁ ବସଉଠ କରାଇବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ବଲାଙ୍ଗୀର ପାଟଣାଗଡ଼ ବାପୁଜୀ ବାଳିକା ହାଇସ୍କୁଲରେ କିଛି ଛାତ୍ରୀଙ୍କୁ ଶିକ୍ଷକ ବସଉଠ କରାଇବା ଘଟଣାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ...

ସାତ୍‌ସପନ ହେଇଛେ ପକାଘର:ଭଂଗା କୁରିଆରେ ବିତୁଛେ ୪ ପରାନୀର ଜୀବନ୍‌

ପୁରୁଣାକଟକ, ୯ା୮(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଲଘୁଚାପ ବରଷା ଲାଗିରହିଛେ। ବରଷାରେ ପୁରୁଣାକଟକ ଗଁାର ତଳସାହିର ବିଶ୍ୱନାଥ ବେହେରାକଁର ଘରର କଁାଥି ଭାଂଗିଯାଇଛେ। ହେଲେ...

କଟକରେ ବିକ୍ଷୋଭ, ଉତ୍ତେଜନା

କଟକ ଅଫିସ, ୧୮ା୬:  ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଏହା ହିଂସାତ୍ମକ ରୂପ ଧାରଣ...

ବିଜେଡି ରାଜ୍ୟ କାର୍ଯ୍ୟାଳୟ ରୂପ ବଦଳିବ

ଭୁବନେଶ୍ୱର, ୧୨ା୭(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରଥମ ଥର ଲାଗି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିବେ। ବିଜେଡି...

Advertisement
Archives

Model This Week