ଭୁବନେଶ୍ୱର, ୨୦ା୬,(ସରୋଜ ଜେନା): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍ଲେଟିକ ମିଟ୍ ସୋମବାର ଉଦ୍ଯାପିତ ହୋଇଛି। ପ୍ରତିଯୋଗିତାର ଅନ୍ତିମ ଦିନରେ ୧୯ ଜଣ ଖେଳାଳି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ଶଟ୍ପୁଟ୍, ମହିଳା ୮୦୦ ମିଟର ଦୌଡ ଓ ପୁରୁଷ ଜାଭେଲିନ୍ ଥ୍ରୋରେ ୩ ଜଣ ଲେଖାଏ ଖେଳାଳି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଅନ୍ୟ ପକ୍ଷରେ ପୁରୁଷ ୨୦୦ ମିଟର ସ୍ପ୍ରିଣ୍ଟରେ ନୂତନ ମିଟ୍ ରେକର୍ଡ କରିଛନ୍ତି ଆସାମର ଅମ୍ଲାନ ବୋର୍ଗୋହେନ୍। ଚେନ୍ନାଇରେ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ସେ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ୨୦୨୦ରେ ୨୦.୮୦ ସେକେଣ୍ଡର ଟାଇମିଂ ହାସଲ କରିଥିବା ବେଳେ ସୋମବାର ୨୦.୭୧ ସେକେଣ୍ଡର ଟାଇମିଂ ସହିତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତେବେ ଏସିଆନ୍ ଗେମ୍ସ ପାଇଁ ରହିଥିବା ୨୦.୬୧ ସେକେଣ୍ଡରୁ ସେ ପଛରେ ରହି ଯାଇଛନ୍ତି। କର୍ନାଟକର ଶଶିକାନ୍ତ ବିରୁପାକ୍ଷ ୨୧.୦୮ ସେକେଣ୍ଡ ସହିତ ଦ୍ୱିତୀୟ ଓ ଉତ୍ତର ପ୍ରଦେଶର ଆକାଶ କୁମାର ତୃତୀୟ ସ୍ଥାନ ହାସଲ କରିଥିଲେ।
ମହିଳା ଜାଭେଲିନ୍ ଥ୍ରୋୟର ଅନୁ ରାଣୀ ୫୮.୨୨ ମିଟରର ଥ୍ରୋ ସହିତ ପ୍ରଥମ ସ୍ଥାନରେ ରହି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ହରିୟାଣାର ପ୍ରିୟଙ୍କା(୫୧.୨୨ ମି.) ଓ ଆନ୍ଧ୍ରପ୍ରଦେଶର ରଶ୍ମି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ।
ମହିଳା ଲଙ୍ଗଜମ୍ପରେ କେରଳର ଆନ୍ସି ସୋଜାନ ଓ ୟୁପିର ଶାଇଲି ସିଂ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆନ୍ସି ୬.୫୧ ମିଟର ଡେଇଁଥିବା ବେଳେ ଶାଇଲି ୬.୪୯ ମିଟର ଡେଇଁଥିଲେ। ମହିଳା ହାଇଜମ୍ପରେ ହରିୟାଣାର ପୂଜା ୧.୮୦ ମିଟର ଡେଇଁ ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମହିଳା ୮୦୦ ମିଟର ଦୌଡରେ ୩ ଜଣ ଖେଳାଳି ଏସିଆନ୍ ଗେମ୍ସ ଯୋଗ୍ୟତା ମାର୍କରୁ ଅଗରେ ରହିଛନ୍ତି।ଚନ୍ଦା(୨.୦୩.୮୨), ହରମିଲନ୍ ବେଂଶ(୨.୦୪.୦୪)ଓ କେ ଏମ୍ ଦୀକ୍ଷା(୨.୦୪.୩୫) ଯୋଗ୍ୟତା ଅର୍ଜନରେ ସଫଳ ହୋଇଛନ୍ତି।
ମହିଳା ଶଟ୍ପୁଟ୍ରେ ୩ ଜଣ ଖେଳାଳି ଏସିଆନ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଉତ୍ତର ପ୍ରଦେଶର କିରଣ ବଲିୟାଁ ୧୭.୧୭ ମିଟର ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ହରିୟାଣାର ମନ୍ପ୍ରୀତ୍ କୌର ୧୬.୬୧ ମିଟର ସହ ଦ୍ୱିତୀୟ ଓ ମହାରାଷ୍ଟ୍ରରା ଆଭା ଖତୁଆ ତୃତୀୟ ସ୍ଥାନରେ ରହିଛନ୍ତି।
କମାଲ୍ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ
ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…
ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ
ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…
CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…
ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…
Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ
କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…
Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ
କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…
୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍
କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍ ‘ବି’ର ଏକ ମ୍ୟାଚ୍ରେ ଭାରତ ୧୭-୧ ଗୋଲ୍ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…
IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…
ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍…
ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର
ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

