ମହିଳା କ୍ରିକେଟ୍‌ ଦଳ ଗଠନ କଲେ ଅମିତାଭ ବଚ୍ଚନ, ଦଳର ଅଧିନାୟକଙ୍କୁ ଦେଖିଲେ…

ନୂଆଦିଲ୍ଲୀ,୧୪।୧: ନିକଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସି ଖବର ବିଷୟରେ ପ୍ରଶଂସକମାନଙ୍କୁ ଦେଇଥିଲେ। କ୍ରୀଡା ଜଗତ ସହିତ ବଲିଉଡର ସେଲିବ୍ରିଟିମାନେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଏସବୁ ମଧ୍ୟରେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଭବିଷ୍ୟତର ମହିଳା କ୍ରିକେଟ ଦଳ ମଧ୍ୟ ପ୍ରସ୍ତୁତ କରିଛନ୍ତି। ଅମିତାଭ ବଚ୍ଚନ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ରେ ଟିମ ଇଣ୍ଡିଆର ୧୩ ଖେଳାଳିଙ୍କ ଝିଅଙ୍କ ବିଷୟରେ ଲେଖାଯାଇଛି। ଏହି ଫଟୋ ଶେୟାର କରିବାବେଳେ ଅମିତାଭ ବଚ୍ଚନ ଲେଖିଛନ୍ତି – ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ଅଧିନାୟକ ହେବେ କି? ଏହି ତାଲିକାରେ ସୁରେଶ ରାଇନା, ଗୌତମ ଗମ୍ଭୀର, ରୋହିତ ଶର୍ମା, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କେ ରାହାନେ, ରବିନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ରିଦ୍ଧିମାନ ସାହା, ହରଭଜନ ସିଂ, ଟି ନଟରାଜନ, ଉମେଶ ଯାଦବ ଏବଂ ବିରାଟ କୋହଲିଙ୍କ ନାମ ଲେଖାଯାଇଛି। ଏହି ସମସ୍ତ ଖେଳାଳିମାନେ ଝିଅର ପିତା ଅଟନ୍ତି। ସୋସିଆଲ ମିଡିଆରେ ଏହି ଖେଳାଳୀମାନଙ୍କ ପରି ସେମାନଙ୍କ ଝିଅମାନେ ମଧ୍ୟ ବହୁତ ଲୋକପ୍ରିୟ।


Enter your email to get our daily news in your inbox.

All Right Reserved By Dharitri.Com

ଦର୍ଶକଙ୍କ ପାଇଁ ଉଦାହରଣ ସାଜିଥିଲେ ମାନବ, ଅର୍ଚ୍ଚନା

ସିରିଏଲ୍‌ ଜଗତରୁ ଚଳଚ୍ଚିତ୍ରକୁ ଆସିଥିଲେ ସୁଶାନ୍ତ ସିଂ ରାଜପୁତ୍‌। ଜୁନ୍‌ ୧୪ରେ ସେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଖବର...

ଆଇଏସ୍‌ଏଲ୍‌ ଅଧିକ ପେସାଦାର ହୋଇଛି: ହାବାସ

ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍‌ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍‌ ଖୁସି ହୋଇଛନ୍ତି ହେଡ୍‌...

ଅପେକ୍ଷାରେ ଆଲିୟା

ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ...

ଫୁଟଫାଥ୍‌ରେ ଜୀବନ ବିତାଉଥିବା ହକି ଖେଳାଳିଙ୍କୁ ସହାୟତାର ହାତ ବଢ଼ାଇଲେ ରିଜିଜୁ,ଅମିତାଭ

ନୂଆଦିଲ୍ଲୀ,୩୦।୧୨: କେବେ ଭାରତୀୟ ଟିମ୍‌ ପାଇଁ ହକି ଖେଳୁଥିବା ଏହି ଖେଳାଳିଙ୍କ ଜୀବନ ଏବେ ବିତୁଛି ରାସ୍ତାକଡ଼ରେ। ଥଣ୍ଡା କାକରରେ ଦିଲ୍ଲୀର ଫୁଟପାଥରେ ଏହି ପୂର୍ବତନ...

ଶ୍ରୀଲଙ୍କାରେ ଟିମ୍‌ ଇଣ୍ଡିଆ ଖେଳିବ ୩ ଦିନିକିଆ, ଟି୨୦

ନୂଆଦିଲ୍ଲୀ, ୧୦।୫- ଭାରତୀୟ ଦଳ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ। ସେଠାରେ ୩ଟି ଲେଖାଏ ଦିନିକିଆ ଓ ଟି୨୦ କ୍ରିକେଟ ମ୍ୟାଚ ଖେଳାହିବ। ତେବେ...

ନିର୍ଦ୍ଦେଶକ ମନମୋହନଙ୍କ ସ୍ମରଣେ

‘ପ୍ରାଣୀର ଭଲମନ୍ଦ ବାଣୀ ମରଣକାଳେ ତାହା ଜାଣି।’ ଏ କଥାର ଯଥାର୍ଥତା ରହିଛି। ସେହିପରି ଏକ ନୀରବ ସାଧକ, ଚିତ୍ର ନିର୍ମାତା, ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କ...

ବିଶ୍ୱକପ୍‌ ଟିମ୍‌ରେ ସ୍ବାମୀଙ୍କୁ ସ୍ଥାନ ମିଳିନି; ତଥାପି ଭାରତୀୟ ଜର୍ସି ପିନ୍ଧି ଏଭଳି ସମର୍ଥନ ଜଣାଇଲେ ଧନଶ୍ରୀ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ କ୍ରିକେଟ ଟିମ୍‌ର ବୋଲର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଜଣେ ନୃତ୍ୟଶିଳ୍ପୀ। ସେ ପ୍ରାୟତଃ ନିଜ ସୋସିଆଲ ମିଡିଆରେ ନିଜର ଡ୍ୟାନ୍ସର...

ଆହୁରି ଭଲ ଖେଳିବା ଲକ୍ଷ୍ୟରେ ରହିଛି: ନାଗାଲ

ନ୍ୟୁୟର୍କ,୨୮।୮- ଗ୍ରାଣ୍ଡସ୍ଲାମ ଡେବ୍ୟୁ ମ୍ୟାଚ୍‌ ମୋ ପାଇଁ ବିଶେଷ ଅଭିଜ୍ଞତା ଆଣିଦେଇଛି। ଟେନିସର ଭଗବାନ କୁହାଯାଉଥିବା ରୋଜର ଫେଡରରଙ୍କ ବିପକ୍ଷରେ ଗ୍ରାଣ୍ଡସ୍ଳାମ ପଦାର୍ପଣ କରିବାର ଓ...

Advertisement
Archives

Model This Week