ଅମିତାଭ ବଚ୍ଚନଙ୍କ ଏହି ଗୋଟିଏ ସ୍ବପ୍ନ ଆଜି ପର୍ଯ୍ୟନ୍ତ ହୋଇନାହିଁ ପୂରଣ

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ପାଇଁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ସ୍ବର ଏବଂ ଉଚ୍ଚତା ପାଇଁ ସେ ଅନ୍ୟମାନଙ୍କ ଠାରୁ ଭିନ୍ନ। ତାଙ୍କର ଲୋକପ୍ରିୟତା କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ରହିଛି। ହେଲେ ଅମିତାଭଙ୍କର ଏକ ସ୍ବପ୍ନ ରହିଛି ଯାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ।
ମୁମ୍ବାଇର ୩ଟି ବଙ୍ଗଳାର ମାଲିକ ହେଉଛନ୍ତି ବିଗ୍‌ ବି। ଏଥିସହ ମୁମ୍ବାଇର ଅନେକ ପ୍ରପର୍ଟିର ମାଲିକ ସେ। ଏବେ ତାଙ୍କ ପାଖରେ ଟଙ୍କା, ଘରର କୌଣସି ଅଭାବ ନାହିଁ। ଏହାସତ୍ତ୍ୱେ ମଧ୍ୟ ସେ ତାଙ୍କ ବାପାଙ୍କ ସ୍ବପ୍ନର ଏକ ଘର କିଣି ପାରି ନାହାନ୍ତି।
ଆହ୍ଲାବାଦରେ ଅମିତାଭ ବାପା ହରିବଂଶ ରାୟ ଏବଂ ମା’ ତେଜି ବଚ୍ଚନଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ୧୯୮୪ରେ ବିଗ୍‌ ବି ନିର୍ବାଚନ ଲଢ଼ିବା ସମୟରେ ଉକ୍ତ ଘରକୁ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଏହା ଟ୍ରଷ୍ଟ ସମ୍ପତ୍ତି ହୋଇଥିବାରୁ ଆଜି ପର୍ଯ୍ୟନ୍ତ ତାଙ୍କର ଏହି ଇଚ୍ଛା ପୂରଣ ହୋଇପାରିଲା ନାହିଁ।
୧୯୩୯ ମସିହାରେ ହରିବଂଶ କାଟଘର ଅଞ୍ଚଳରେ ଥିବା ଘର ଛାଡି କ୍ଲାଇଭ ରୋଡରେ ଥିବା ବଙ୍ଗଳରେ ପରିବାର ସହ ଭଡ଼ାରେ ରହୁଥିଲେ। ଏହି ବଙ୍ଗଳାରେ ୩ଟି ବଡ଼ ବଡ଼ କୋଠରୀ ରହିଛି। ଏଥିରେ ଗୋଟିଏ କୋଠରୀ ସବୁଠାରୁ ସ୍ବତନ୍ତ୍ର। ଏହି କୋଠରୀରେ କବାଟ, ଝରକାକୁ ମିଶାଇ ସମୁଦାୟ ୧୦ଟି ଦ୍ୱାର ରହିଛି। ଏହି କାରଣ ପାଇଁ ଉକ୍ତ ବଙ୍ଗଳାକୁ ୧୦ ଦ୍ୱାର ବିଶିଷ୍ଟ ବଙ୍ଗଳା ମଧ୍ୟ କୁହାଯାଏ। ଅମିତାଭ ଆଜି ପର୍ଯ୍ୟନ୍ତ ଏହି ଘରକୁ କିଣିପାରି ନାହାନ୍ତି, ହେଲେ ଏହି ଘରେ ତାଙ୍କର ଅନେକ ସ୍ମୃତି ରହିଛି। ଏ କଥା ଏକ ସାକ୍ଷାତକାରରେ ନିଜେ ଅମିତାଭ କହିଥିଲେ।ମୁମ୍ବାଇରେ ୩ଟି ବଙ୍ଗଳା ଜଲସା, ପ୍ରତୀକ୍ଷା ଏବଂ ଜନକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri