ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ ନେଇଥିବା ଅମିତାଭ ବଚ୍ଚନ ଏବଂ ଜୟା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି।
‘କୌନ ବନେଗା କରୋଡପତି’ରେ ଅମିତାଭ ବଚ୍ଚନ ଜଣେ ପ୍ରତିଯୋଗୀ ପଚାରିବାରୁ ଜୟା ବଚ୍ଚନଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ। ଅମିତାଭ କହିଥିଲେ, ଜୟାଙ୍କ ଫୋନ୍‌ ନମ୍ବର ଜେବିରେ ସେ ଫୋନରେ ସେଭ୍‌ କରି ରଖିଛନ୍ତି। ଏହା ସହ ବିବାହର ଏକ ରୋଚକ କାହାଣୀ ଅମିତାଭ ନିଜେ କିଛି ବର୍ଷ ପୂର୍ବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ- ମୁଁ ଏବଂ ଜୟା ଫିଲ୍ମ ‘ଜଞ୍ଜୀର’ରେ ଏକାଠି କାମ କରୁଥିଲୁ। ନିଷ୍ପତ୍ତି ନିଆଗଲା ଯେ ଯଦି ଫିଲ୍ମ ହିଟ ହୋଇଯାଏ, ତେବେ ସମସ୍ତେ ଲଣ୍ଡନ ଯିବେ। ଏହା ଜାଣିବା ପରେ ଅମିତାଭଙ୍କ ପିତା ରାଗିଯାଇଥିଲେ। ସେ କହିଥିଲେ ବିବାହ ପରେ ହିଁ ମୁଁ ତୁମକୁ ଏକାଠି ଲଣ୍ଡନ ଯିବାକୁ ଦେବି। ଏହାପରେ ଉଭୟ ତୁରନ୍ତ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏକ ଅତି ସରଳ ସମାରୋହରେ ଉଭୟଙ୍କ ହାତଗଣ୍ଠି ପଡିଥିଲା।
ଜୁନ ୩, ୧୯୭୩ରେ ଦୁହେଁ ବିବାହ କରିଥିଲେ। ଏହି ବିବାହ ଜୟା ବଚ୍ଚନଙ୍କ ଜଣେ ବନ୍ଧୁଙ୍କ ଘରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ। ବିଗ ବି କହିଥିଲେ ଯେ, ସେତେବେଳେ ସେ ଏକ ଭଡା ଘରେ ରହୁଥିଲେ, ତେଣୁ ଜୟାଙ୍କ ବନ୍ଧୁଙ୍କ ଘରେ ଏହି ବିବାହ ହୋଇଥିଲା। ଫିଲ୍ମ ‘ଜଞ୍ଜୀର’ ମଧ୍ୟ ହିଟ ହୋଇଥିଲା ଏବଂ ପରେ ପୁରା ଟିମ ଏକାଠି ଲଣ୍ଡନ ଯାଇଥିଲେ। ଚଳଚ୍ଚିତ୍ରର ଉତ୍ସବ ସହିତ ସେ ଏଠାରେ ତାଙ୍କର ହନିମୁନ ମଧ୍ୟ ପାଳନ କରିଥିଲେ। ଦୁହେଁ ଏକାଠି ଅନେକ ଫିଲ୍ମ କରିଛନ୍ତି । ଏଥିମଧ୍ୟରେ ‘ଶୋଲେ’, ‘ମିଲି’, ‘ଗୁଡି’ ଏବଂ ‘ସିଲସିଲା’ ଭଳି ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ଉଭୟଙ୍କର ଅଭିଷେକ ବଚ୍ଚନ ଏବଂ ଶ୍ୱେତା ବଚ୍ଚନଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri