KBC କୁ ବାଏ ବାଏ କରିବେ ଅମିତାଭ! କୋଟି କୋଟି ପ୍ରଶଂସକଙ୍କୁ ଝଟ୍‌କା…

ମୁମ୍ବାଇ: ହିନ୍ଦୀ ସିନେମାର ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ ଲୋକପ୍ରିୟ କୁଇଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି’ର ହୋଷ୍ଟ ଭାବେ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ଏହା ମଧ୍ୟରେ ବିଗ ବି ନିଜର ସଦ୍ୟତମ ବ୍ଲଗ୍‌ରେ KBCରୁ ଦୂରେଇ ଯିବାର ସଙ୍କେତ ଦେଇଛନ୍ତି, ଯାହା ଶୁଣି ତାଙ୍କ ପ୍ରଶଂସକମାନେ ବେଶ ଭାବବିହ୍ବଳ ହୋଇପଡ଼ିଛନ୍ତି।

ଅମିତାଭ ନିଜ ବ୍ଲଗ୍‌ରେ ମନର ଗହନ କଥା ପ୍ରକାଶ କରି ଲେଖିଛନ୍ତି ଯେ, ଶୋ’କୁ ଆସୁଥିବା କେତେକ ପ୍ରତିଯୋଗୀଙ୍କ ବ୍ୟକ୍ତିଗତ ଦୁଃଖଦ କାହାଣୀ ଶୁଣି ନିଜ ଭାବନାକୁ ନିୟନ୍ତ୍ରଣ କରିବା ଏବଂ ଶୋ’ର ସଞ୍ଚାଳନ ଜାରି ରଖିବା ସେତିକି କଷ୍ଟକର ହୋଇପଡ଼ୁଛି।

Bigg B Blog

ସେ ଆହୁରି ଲେଖିଛନ୍ତି, “ମୁଁ ଏ ବାବଦରେ ଅଧିକ କିଛି କହିବି ନାହିଁ, କାରଣ ଏହା ହୋଷ୍ଟ ଏବଂ ଚ୍ୟାନେଲ ମଧ୍ୟରେ ଥିବା ବୁଝାମଣା ଉପରେ ପ୍ରଭାବ ପକାଇପାରେ। କିନ୍ତୁ ଏହି ଅନୁଭୂତି ହୃଦୟବିଦାରକ। ଏବେ ମୋର ଅବସର ନେବାକୁ ମନ ହେଉଛି। ବହୁତ ବିଳମ୍ବ ହୋଇଗଲାଣି ଏବଂ ରାତି ମୋତେ ଡାକୁଛି।”
କହିରଖୁଛୁ, ୨୦୦୦ରେ KBC ଆରମ୍ଭ ହେବା ଦିନଠାରୁ ଅମିତାଭ ଏହି ଶୋ’ର ମୁଖ୍ୟ ଚେହେରା ହୋଇ ରହିଛନ୍ତି। କେବଳ ତୃତୀୟ ସିଜିନ୍‌ ଶାହରୁଖ ହୋଷ୍ଟ କରିଥିବା ବେଳେ ଅନ୍ୟ ସମସ୍ତ ସିଜନ୍‌ରେ ବିଗ ବି ହିଁ ହୋଷ୍ଟ କରିଛନ୍ତି। ପୂର୍ବରୁ ମଧ୍ୟ ଅମିତାଭ ଶୋ’ ଛାଡ଼ିବା ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ତାହା ଭୁଲ ପ୍ରମାଣିତ ହୋଇଥିଲା। ହେଲେ ଏବେ ନିଜେ ବିଗ ବି ଏପରି ବ୍ଲଗ ଲେଖିବା ପରେ କ୍ରମାଗତ ଭାବେ ଶୋ’ ଛାଡ଼ିବା ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ତେବେ ଏହା କେତେଦୂର ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ନାକତଳେ ଖୋଲାଖୋଲି ଭାବେ ଶ୍ରମିକ ଚାଲାଣ, ସବୁ ଜାଣି ଶ୍ରମ ବିଭାଗ ଚୁପ୍‌

ଥୁଆମୂଳ ରାମପୁର,୯ା୯(ଦୁର୍ଗା କୀର୍ତ୍ତି): ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ସୋହାଗୀ ନିଯୁକ୍ତି ଏବଂ ମନରେଗା ଯୋଜନାରେ ବେକାର ଯୁବକ ଉପକୃତ ହେଉଥିବା ନେଇ ସରକାରୀ ଦାବିର ସତ୍ୟତା ଏବେ ପଦାରେ…

ଘର ପଛ ଅଣ୍ଡରଗ୍ରାଉଣ୍ଡ୍‌ ସିକ୍ରେଟ୍‌ ଚାମ୍ବରରୁ ଚାଲିଥିଲା କଫ୍‌ ସିରପ୍‌ କାରବାର: ୮୧୩ ବୋତଲ ଜବତ, ମହିଳା ଗିରଫ, ସ୍ୱାମୀ ଫେରାର

ବରଗଡ଼,୯ା୯(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପୋଲିସ୍‌ ନିଶା କାରବାର ବିରୋଧରେ ନିଜର ଧରପଗଡ଼ ଅଭିଯାନକୁ ଅଧିକ ଜୋରଦାର କରିଛି। ବୁଧବାର ଭଟଲି ଥାନା ପୋଲିସ୍‌ ବଡ଼ମାଳ ଗ୍ରାମରେ…

ଦାଦନ ସମସ୍ୟା ଦୂର ସହ ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଆଲୋଚନା

ଦାରିଙ୍ଗବାଡ଼ି,୯ା୯(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି…

ଏଣିକି ATM ରୁ ଟଙ୍କା ସହ ନୂଆ ଡେବିଟ କାର୍ଡ ବି ମିଳିବ, ଜାଣନ୍ତୁ କେମିତି?

ନୂଆଦିଲ୍‌ଲୀ,୯।୯: ଯେତେବେଳେ କୌଣସି ବ୍ୟକ୍ତି ବ୍ୟାଙ୍କ ଖାତା ଖୋଲନ୍ତି, ତେବେ ତାହାର ୧ ସପ୍ତାହ ପରେ ଘରେ ଏଟିଏମ କାର୍ଡ (ଡେବିଟ କାର୍ଡ) ପହଞ୍ଚିଥାଏ। ତେବେ ନୂତନ…

ଗଣେଶ ପୂଜାକୁ ନେଇ ପୋଲିସର କଡ଼ା ଆଭିମୁଖ୍ୟ: ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ

ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ…

କଳାହାଣ୍ଡିରେ ନୂଆ ଡିଆଇପିଆର୍‌ଓଙ୍କ ଯୋଗଦାନ

ଭବାନୀପାଟଣା,୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ନୂତନ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ମନୋଜ କୁମାର ବେହେରା ଯୋଗଦେଇଛନ୍ତି। ଭବାନୀପାଟଣାସ୍ଥିତ ଡିଆଇପିଆରଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ…

ଚାକିରିଆ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ଶୀଘ୍ର ଲିଙ୍କ୍‌ କରନ୍ତୁ ଆଧାରକାର୍ଡ ନହେଲେ…

ନୂଆଦିଲ୍ଲୀ,୯।୯: ଚାକିରିଆ କର୍ମଚାରୀ ଏବଂ ଇଏସଆଇସି (ESIC) ହିତାଧିକାରୀଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଆସିଛି। ଏବେ ସମସ୍ତ ଇଏସଆଇସି କାର୍ଡଧାରୀଙ୍କ ପାଇଁ ନିଜ ପରିଚୟ…

ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri