ଜୟାଙ୍କୁ ବିବାହ କରିବା ପୂର୍ବରୁ ଏମିତି ସର୍ତ୍ତ ରଖିଥିଲେ ଅମିତାଭ ବଚ୍ଚନ, ଯାହାକୁ ମାନିବା ପରେ…

ମୁମ୍ବାଇ: ବଲିଉଡର ଚିର ସବୁଜ କପୁଲ ତଥା ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚନ ନିଜର ୫୧ବର୍ଷିୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। କିନ୍ତୁ ଜାଣି ତାଜୁବ ହେବେ ବିବାହ ପୂର୍ବରୁ ସୋଲେ ଅଭିନେତା ଅମିତାଭ ଜୟାଙ୍କ ଆଗରେ ଏମିତି କିଛି ସର୍ତ୍ତ ରଖିଥିଲେ ଯାହାକୁ ମାନିବା ପରେ ସେ ଜୟାଙ୍କୁ ବିବାହ କରିଥିଲେ। ସର୍ତ୍ତ ଏମିତି ଥିଲା କି, ଜୟା ବିବାହ ପରେ ୯ଟାରୁ ୫ଟା ଚାକିରି କରିପାରିବେ ନାହିଁ।

ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ପୋଡକାଷ୍ଟ, ହ୍ବାଟ ଦି ହେଲ ନବ୍ୟା’ରେ ଜୟା ବଚ୍ଚନ କହିଛନ୍ତି, ବିବାହ ପୂର୍ବରୁ ଅମିତାଭ ବଚ୍ଚନ କହିଥିଲେ, ସେ ସକାଳ ୯ରୁ ସଂଧ୍ୟା ୫ ପର୍ଯ୍ୟନ୍ତ କାମ କରୁଥିବା ସ୍ତ୍ରୀ ଚାହାନ୍ତିନି। କାମ କରିପାରିବେ, କିନ୍ତୁ ନିୟମିତ ଭାବେ ନୁହେଁ। ଭଲ ପ୍ରୋଜେକ୍ଟ ଏବଂ ଠିକ ଲୋକଙ୍କ ସହ କାମ କର ବୋଲି ଅମିତାଭ ବଚ୍ଚନ ଚାହୁଁଥିଲେ।

 

View this post on Instagram

 

A post shared by Amitabh Bachchan (@amitabhbachchan)

ସେହିପରି ଅମିତାଭ ଓ ଜୟାଙ୍କୁ ନିଜ ବିବାହର ଦିନକୁ ପୁର୍ନନିର୍ଦ୍ଧାରିତ କରିବାକୁ ପଡିଥିଲା। କାରଣ ଅଭିତାଭଙ୍କ ବାପା ହରିବଂଶ ବଚନ ତାଙ୍କୁ ବିବାହ ପୂର୍ବରୁ ଛୁଟି କଟେଇବାକୁ ତାଙ୍କୁ ଅନୁମତି ଦେଇ ନ ଥିଲେ। ଅକ୍ଟୋବରରେ ବାହାଘର ଠିକ ହେବା ସତ୍ତ୍ୱେ ଜୁନରେ ହୋଇଥିଲା।

ଜୁନ ୩, ୧୯୭୩ରେ ବିବାହ କରିଥିଲେ ଅମିତାଭ ଓ ଜୟା। କିନ୍ତୁ ସେମାନଙ୍କ ବାହାଘର ସେହି ବର୍ଷ ଅକ୍ଟୋବରରେ ଠିକ ହୋଇଥିଲା। ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଉଭୟ ଏକାଠି ’ଜଞ୍ଜୀର’ରେ ଅଭିନୟ କରିଥିଲେ। ଏହି ସିନେମା ହିଟ ହେବା ପରେ ସେମାନେ ଏକ ଟୁରରେ ଯିବାକୁ ପ୍ଲାନ କରିଥିଲେ। କିନ୍ତୁ ଅମିତାଭଙ୍କ ବାପା ହରିବଂଶ ବଚ୍ଚନ ଏଥିପାଇଁ ଅନୁମତି ଦେଇ ନ ଥିଲେ। ସେ କହିଥିଲେ, ଯଦି ଉଭୟଙ୍କ ବିବାହ ହୋଇଯାଏ, ତେବେ ସେ ଅନୁମତି ଦେବେ। ଏହା ପରେ ସେମାନଙ୍କ ବିବାହ ଅକ୍ଟୋବର ପରିବର୍ତ୍ତେ ଜୁନରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣବଳାତ୍କାର: ଭଙ୍ଗା ଘରେ ଜଣଙ୍କ ପରେ ଜଣେ…

ନିିଶ୍ଚିନ୍ତକୋଇଲି, ୧୩ା୮(ଅଶୋକ ମହାପାତ୍ର):କେନ୍ଦ୍ରାପଡ଼ା ଜିଲା କଳପଡ଼ା ଅଞ୍ଚଳର ଜଣେ ଯୁବତୀ ଭୁବନେଶ୍ୱରର ଏକ ମଲ୍‌ରେ କାର୍ଯ୍ୟ କରନ୍ତି। ସେଠାରେ ଗାଡ଼ିଚାଳକ ରୂପେ ରହି କାର୍ଯ୍ୟ କରୁଥିବା ନୟାଗଡ଼…

ଗୁଳି ନିର୍ଦ୍ଦେଶ କିଏ ଦେଇଥିଲେ ଜବାବ ଚାହୁଁ: ରାହୁଲ

ନୂଆଦିଲ୍ଲୀ,୧୩ା୮: ଏନ୍‌ଇଇଟି ବିକ୍ଷୋଭ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ଦୀର୍ଘଦିନ ହେଲା ପାର୍ଲାମେଣ୍ଟର…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri