Posted inଜାତୀୟ

ନୀତୀଶଙ୍କ ବିରୋଧରେ ବର୍ଷିବେ ଶାହା, ଭାଜପା ରାଲିରେ ଜେଡିୟୁ କର୍ମୀଙ୍କୁ ନିମନ୍ତ୍ରଣ

ପାଟନା,୨୩ ।୯: ବିହାରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମେଣ୍ଟ ଭାଙ୍ଗିବା ପରେ ପ୍ରଥମଥର ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିହାର ଗସ୍ତ କରୁଛନ୍ତି । ସେଠେରେ ସେ ପୂର୍ଣ୍ଣିୟାରେ ହେବାକୁ ଥିବା ଏକ ରାଲିକୁ ସମ୍ବାଧନ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାଲିରେ ଯୋଗ ଦେବାକୁ ଭାଜପା ଜେଡିୟୁ କର୍ମୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି । ଭାଜପାର ଏହି ଚାଲ୍ ନୀତୀଶଙ୍କ ଗଡରେ ହଲଚଲ ସୃଷ୍ଟି କରିଛି । ଏହାକୁ ନେଇ ଭାଜପା ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟଶୱାଲ କହିଛନ୍ତି ଜେଡିୟୁର ସମସ୍ତ ନେତା ଓ କର୍ମୀଙ୍କୁ ଆମର ନିମନ୍ତ୍ରଣ ରହିଛି ସେମାନେ ସମସ୍ତେ ରାଲିକୁ ନିଶ୍ଚିତ ଆସନ୍ତୁ ।
ସଞ୍ଜୟ ଜୟଶୱାଲ କହିଛନ୍ତି ନୀତୀଶ କୁମାର ଆରଜେଡି ଓ କଂଗ୍ରେସ ସହ ମେଣ୍ଟ କରିବା ପରେ ଜେଡିୟୁ କର୍ମୀଙ୍କୁ ବାଧ୍ୟ କରିଛନ୍ତି ଚିନ୍ତା କରିବାକୁ । ଆମେ ଏହି କର୍ମୀଙ୍କ ସହ ଦଶକ ଦଶକ ଧରି କାନ୍ଧରେ କାନ୍ଧ ମିଶାଇ କାମ କରିଛୁ । ସେଥିପାଇଁ ସେମାନଙ୍କ କଷ୍ଟ ଆମଠାରୁ ଅଧିକ କେହି ବୁଛି ପାରିବେ ନାହିଁ । ଯଦି ଜେଡିୟୁ କର୍ମୀ ରାଲିରେ ସାମିଲ ହୁଅନ୍ତି ତେବେ ତାଙ୍କୁ ପୂର୍ବପରି ସମ୍ମାନ ମିଳିବ ।
ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ବିହାର ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିବେ । ଶୁକ୍ରବାର ପୂର୍ଣ୍ଣିୟାରେ ଏକ ବିଶାଳ ରାଲିକୁ ସମ୍ବୋଧନ କରିବା ପରେ କିଶନଗଞ୍ଜରେ ଭାଜପାର କୋର କମିଟି ବୈଠକରେ ଭାଗ ନେବେ । ଏହାପରେ ଭାରତ-ନେପାଳ ସୀମାରେ ଏସଏସବି ଅଧିକାରୀଙ୍କ ସହ ବୈଠକ କରିବେ । ବିହାରରୁ ଶାସନ କ୍ଷମତା ହରାଇବା ପରେ ଭାଜପାର ଏହା ସବୁଠାରୁ ବଡ କାର୍ଯ୍ୟକ୍ରମ । ଏହି ରାଲି ମାଧ୍ୟମରେ ଭାଜପା ପୁଣିଥରେ ବିହାରବାସୀଙ୍କ ନିକଟତର ହେବାକୁ ଚେଷ୍ଟା କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

ଚିନି ଠାରୁ ଆରମ୍ଭ କରି ପେଟ୍ରୋଲ-LPG ଯାଏ, ସେପ୍ଟେମ୍ୱର ୧ରୁ ବଢିବ ଦର! ଜାଣନ୍ତୁ କେଉଁଟା…

ନୂଆଦିଲ୍ଲୀ,୨୬।୮: ସେପ୍ଟେମ୍ୱର ମାସ ଆରମ୍ଭ ହେବା କ୍ଷଣି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଅନେକ ନିୟମ ବଦଳିବାକୁ ଯାଉଛି। ଚିନି-ପିଆଜ, ବସ ଯାତ୍ରା, ନିବେଶ, ଗ୍ୟାସ…

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri