Posted inଜାତୀୟ

ପଶ୍ଚିମବଙ୍ଗରେ ଚାଲିଛି ଗୁଣ୍ଡାରାଜ: ଅମିତ ଶାହା

କୋଲକାତା,୧୫।୩: କେନ୍ଦ୍ର ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଛନ୍ତି। ଏଠାରେ ଦୁଇଟି ସ୍ଥାନରେ ରାଲି କରିବାର କାର୍ଯ୍ୟକ୍ରମ ରହିଛି। ସୋମବାର ଝାରଗ୍ରାମରେ ଅନୁଷ୍ଠିତ ରାଲି ପୂର୍ବରୁ ଅମିତ ଶାହାଙ୍କ ହେଲିକପ୍ଟରରେ  ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଏଥିପାଇଁ ତାଙ୍କୁ ଏହି ରାଲିକୁ ଭର୍ଚୁଆଲ ଭାବେ ସମ୍ବୋଧିତ କରିବାକୁ ପଡ଼ିଥିଲା। ସାଧାରଣ ସଭାକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ, ଆଜି ମୁଁ ଝାରଗ୍ରାମରେ ପ୍ରଚାର କରିବାକୁ ଯାଉଥିଲିି କିନ୍ତୁ ଦୁର୍ଭାଗ୍ୟବଶତଃ ମୋର ହେଲିକପ୍ଟର ଖରାପ ହୋଇଛି ଏବଂ ଆପଣଙ୍କୁ ଦେଖିବା ପାଇଁ ସୁଯୋଗ ପାଇଲି ନାହଁି। ଏହି ରାଲିରେ ଟିଏମସିକୁ ଟାର୍ଗେଟ କରି ଶାହା କହିଛନ୍ତି ଯେ, ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟର ଗୁଣ୍ଡାରାଜ ଶିଖରରେ ପହଞ୍ଚିଛି। ଏବେ ହିନ୍ଦୁମାନଙ୍କୁ ପର୍ବପର୍ବାଣି କରିବା ପାଇଁ କୋର୍ଟର କବାଟ ବାଡ଼େଇବାକୁ ପଡ଼ୁଛି। ମମତା ବାନାର୍ଜୀ ସରକାର ରାଜ୍ୟର ବିକାଶକୁ ନଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଏକ ସମୟ ଥିଲା, ଯେତେବେଳେ ବେଙ୍ଗଲ ଭାରତର ନେତୃତ୍ୱ ନେଉଥିଲା। ବଙ୍ଗଳା ଶିକ୍ଷା, ସ୍ବାଧୀନତା ସଂଗ୍ରାମୀ ଏବଂ କୁଶଳୀ ନେତୃତ୍ୱର କେନ୍ଦ୍ର ଥିଲା, କିନ୍ତୁ ଏବେ ଏହା ଗୁଣ୍ଡରାଜରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ଗରିବ ଲୋକ ଉପକୃତ କରୁଥିବା କେନ୍ଦ୍ରର ୧୧୫ଟି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଦିଅଯାଉ ନାହିଁ ବୋଲି ଶାହା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ,୨୪।୫: ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’। ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା...

ଗ୍ରେଟର ନଏଡ଼ାରେ ଖୋଲିଲା ପ୍ରଥମ ଇଲେକ୍ଟ୍ରିକ୍‌ କାର୍‌ ଚାର୍ଜିଂ ଷ୍ଟେଶନ

ଗ୍ରେଟର ନଏଡ଼ା,୨୯।୮: ପରିବେଶ ପ୍ରଦୂଷଣକୁ ରୋକିବାକୁ ବହୁ ଦିନରୁ ଚାଲିଥିବା ପ୍ରୟାସ ଶେଷରେ ଫଳବତି ହୋଇଛି। ପେଟ୍ରୋଲ, ଡିଜେଲ ବାହନ ବ୍ୟତୀତ ଇଲେକ୍ଟ୍ରୋନିକ୍‌ ବାହନ ବ୍ୟବହାର...

ବଡ଼ ପେଟ ଥିବା କନଷ୍ଟେବଳଙ୍କୁ ସକାଳେ-ସନ୍ଧ୍ୟାରେ ୪-୪ ଘଣ୍ଟା ଡ୍ୟୁଟି

ଗୋରଖପୁର,୧୧।୩: ବଡ଼ ପେଟ ଥିବା କନେଷ୍ଟବଳଙ୍କୁ ନେଇ ଉତ୍ତରପ୍ରଦେଶ ଗୋରଖପୁର ଜୋନ୍‌ ଏଡିଜି ଅଖିଳ କୁମାରଙ୍କର ଚିନ୍ତା ବଢ଼ିବାରେ ଲାଗିଛି। ସେମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆଣିବା...

ଜେଲ୍‌ରେ ୫୦ କିଲୋଗ୍ରାମ୍‌ ଲେମ୍ବୁ ଦୁର୍ନୀତି, ଅଧିକ୍ଷକ ନିଲମ୍ବିତ…

କପୁରତାଲା, ୮।୫ : ପଞ୍ଜାବର କପୁରତାଲା ଜେଲରେ ଲେମ୍ବୁ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଜେଲ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସାଧାରଣ ଲୋକମାନେ ଆକାଶଛୁଆଁ...

ଭାଜପାର ନିର୍ବାଚନୀ ଇସ୍ତାହାର ଜାରି : ୟୁନିଫର୍ମ ସିଭିଲ କୋଡଠାରୁ ନିଯୁକ୍ତି ପର୍ଯ୍ୟନ୍ତ ୧୧ ପ୍ରତିଶ୍ରୁତି…

ଶିମଲା,୬।୧୧ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ରବିବାର ଶିମଲାରେ ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି।...

ପାଣି ଛାଡ଼ିଦେଲା ପାକିସ୍ତାନ:ଭାସିଗଲା ପଞ୍ଜାବର ୧୭ ଗାଁ

ଚଣ୍ଡିଗଡ, ୨୩ା୮(ପି.ଟି.): ପାକିସ୍ତାନ ସତ୍‌ଲେଜ ନଦୀର ଜଳ ଭାରତ ଭିତରକୁ ଛାଡ଼ିଛି। କସୁର ଜିଲାରେ ଜଳ ନିୟନ୍ତ୍ରଣ ଲାଗିି ଥିବା ଗେଟ୍‌କୁ ପାକିସ୍ତାନ ଖୋଲିଦେବାରୁ ଭାରତ...

ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଆସିଛି ଜ୍ୱର, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୮।୯: ଦେଶରେ ରେକର୍ଡ ଟିକାକରଣ ନେଇ କଂଗ୍ରେସକୁ ଜ୍ୱର ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଗୋଆର କରୋନା ଯୋଦ୍ଧାଙ୍କ...

ଟିଏମ୍‌ସି ଖରାପ, ଭାଜପା ତା’ଠୁ ୧୦୦୦ ଗୁଣ

କୋଲକାତା, ୭।୧୨:ଦୀର୍ଘ ୯ ବର୍ଷର ନିର୍ବାଚନ ପରେ ଘର ତଥା ନିଜର ରାଜନୈତିକ ଗଡ଼ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଫେରିଥିବା ସିପିଆଇଏମ୍‌ର ହେଭିଓ୍ବେଟ୍‌ ନେତା ସୁଶାନ୍ତ...

Advertisement
Archives

Model This Week